ବାଗଦାଦ୍: ଐତିହାସିକ ରମାଦୀ ସହରକୁ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍) କବଳରୁ ମୁକ୍ତ କରିବା ପାଇଁ ସିଆ ଅର୍ଦ୍ଦ ସାମରିକ ବାହିନୀ ଅଭିଯାନ ଆରମ୍ଭ କରିଛି।
ପ୍ରାୟ ସପ୍ତାହେ ତଳୁ ଆଇଏସ୍ ରମାଦୀ ସହରକୁ ନିଜ କବଜାକୁ ନେଇ ଯାଇଛି। ଆଉ ଗତ ଏକ ବର୍ଷ ମଧ୍ୟରେ ଇରାକୀ ସେନା ପାଇଁ ଏହା ଥିଲା ବଡ ଝଟକା। ରମାଦୀ ସହରକୁ ପୁଣି ଥରେ ନିଜ କବଜାକୁ ଆଣିବାରେ ଇରାକୀ ସେନା ବିଫଳ ହେବାରୁ ସେଠାକାର ସରକାର ସିଆ ଅର୍ଦ୍ଧ ସାମରିକ ବାହିନୀକୁ ଏହି ଦାୟିତ୍ୱ ଦେଇଛନ୍ତି। ଅର୍ଦ୍ଧ ସାମରିକ ବାହାନୀର ଜଣେ ପ୍ରବକ୍ତା କହିଛନ୍ତି ଯେ, ଏହି ଅଭିଯାନର ନାମ ‘ଲବେଇକ ୟା ହୁସେନ୍’ ରଖାଯାଇଛି। ଖୁବଶୀଘ୍ର ରମାଦୀ ସହର ଇରାକ ସରକାରଙ୍କ ଅଧୀନକୁ ଫେରାଇ ଆଣିବାରେ ଅର୍ଦ୍ଧ ସାମରିକ ବାହିନୀ ସଫଳ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।