ଶ୍ରୀନଗର: ଜମ୍ମୁ କଶ୍ମୀରରେ ସ୍ୱୟଂସହାୟକ ମହିଳାଙ୍କ ପାଇଁ ସାଥ୍ ଗ୍ରାମୀଣ ଉଦ୍ୟୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛୋଟ ବ୍ୟବସାୟ କରୁଥିବା ମହିଳାମାନେ କିଭଳି ଆଗକୁ ବଢିବେ, ତାହା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି। ଜାତୀୟ ଓ ଅନ୍ତଜାର୍ତୀୟ ସ୍ତରରେ ସ୍ଥାନୀୟ ମହିଳା ଉଦ୍ୟୋଗୀମାନେ କିଭଳି ନିଜର ବ୍ୟବସାୟ ବଢାଇପାରିବେ, ସେନେଇ ସେମାନଙ୍କୁ ତାଲିମ ଦିଆଯିବ। ୫ହଜାର ମହିଳାଙ୍କୁ ୱାର୍କସପ୍ରେ ମାର୍କେଟିଂ, ପ୍ୟାକେଜିଂ, ବ୍ରାଣ୍ଡିଂ ସମ୍ବନ୍ଧୀୟ ଜ୍ଞାନ କୌଶଳ ପ୍ରଶିକ୍ଷଣ ଦିଆଯିବ । ମୋଟ୍ ୮ହଜାର ୮୫ ଜଣ ଆବେଦନକାରୀ ଏହି କାର୍ଯ୍ୟକ୍ରମ ପାଇଁ ଆବେଦନ କରିଥିବାବେଳେ କଶ୍ମୀରର ବାରମୁଲା ଜିଲ୍ଲାରୁ ଅଧିକ ଆବେଦନ ଆସିଥିବା ଜଣାପଡିଛି। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ୫ଶହ ଉଦ୍ୟୋଗୀ ମହିଳା ମନୋନୀତ ହୋଇଛନ୍ତି। ସେମାନଙ୍କ ମାଧ୍ୟମରେ ସାଥ୍ କାର୍ଯ୍ୟକ୍ରମ ଜିଲ୍ଲାରେ ୩୫ ହଜାର ରୋଜଗାର ସୃଷ୍ଟି କରିବାର ଆଶା ରଖିଥିବା କହିଛନ୍ତି ଜମ୍ମୁ କାଶ୍ମୀର ଗ୍ରାମୀଣ ଜୀବିକା ମିଶନର ନିର୍ଦ୍ଦେଶକ ଡ.ସୟିଦ୍ ସେହରିସ୍ ଅସଗର୍ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।