ଚାଲିଗଲେ ଅସ୍କାର ବିଜେତା ଜେମ୍ସ ବଣ୍ଡ

ୱାଶିଂଟନ: ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ହଲିଉଡ ଫିଲ୍ମ ଜେମ୍ସ ବଣ୍ଡର ପ୍ରଥମ ଅଭିନେତା ସାର୍‌ ସେନ କୋନ୍ନେରୀଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ଶୋଇଥିବା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ସମୟରେ ସେ ବାହାମସରେ ଥିଲେ ବୋଲି ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ନାଁ ସେନ୍‌ […]

fg

fg

Hemant Lenka
  • Published: Saturday, 31 October 2020
  • Updated: 31 October 2020, 06:59 PM IST

Sports

Latest News

ୱାଶିଂଟନ: ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ହଲିଉଡ ଫିଲ୍ମ ଜେମ୍ସ ବଣ୍ଡର ପ୍ରଥମ ଅଭିନେତା ସାର୍‌ ସେନ କୋନ୍ନେରୀଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ଶୋଇଥିବା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ସମୟରେ ସେ ବାହାମସରେ ଥିଲେ ବୋଲି ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ନାଁ ସେନ୍‌ କୋନ୍ନେରୀ ହୋଇଥିଲେ ହେଁ ସେ ଜେମ୍ସ ବଣ୍ଡ ନାଁରେ ପରିଚିତ ଥିଲେ।

ସେ ପ୍ରଥମ ଅଭିନେତା ଭାବେ ଜେମ୍ସ ବଣ୍ଡ ଚରିତ୍ରରେ ଅଭିନୟ କରିଥିଲେ। ଏହି ଚରିତ୍ର ତାଙ୍କୁ ରାତାରାତି ଷ୍ଟାରର ପରିଚୟ ଦେଇଥିଲା। ତାଙ୍କୁ ସମସ୍ତେ ଜେମ୍ସ ବଣ୍ଡ ନାଁରେ ଡାକିବା ଆରମ୍ଭ କରିଥିଲେ। ଏହାପରେ ଆରମ୍ଭ ହୋଇଥିବା ୭ଟି ଯାକ ବଣ୍ଡ ସରିଜ୍‌ରେ ସେ ଅଭିନୟ କରିଥିଲେ।

୧୯୬୨ରୁ ୧୯୮୩ ମଧ୍ୟରେ ଏହି ବଣ୍ଡ ସିରିଜ୍‌ ମୁକ୍ତିଲାଭ କରିଥିଲା। ନିଜ ଲମ୍ବା ଫିଲ୍ମ କ୍ୟାରିୟରରେ କୋନ୍ନେରୀ ଅନେକ ସଫଳତା ପାଇଛନ୍ତି। ୧୯୮୮ରେ ଦି ଅନ୍‌ଟଚେବୁଲ୍ସ ପାଇଁ ତାଙ୍କୁ ଅସ୍କାରରେ ସମ୍ମାନୀତ କରାଯାଇଥିଲା। ଏହା ସହ ସେ ୩ଟି ଗୋଲଡେନ ଗ୍ଲୋବ୍ସ ଓ ଦୁଇଟି ବଫଟା ସମ୍ମାନ ମଧ୍ୟ ଜିତିଛନ୍ତି।

ଏହି ସ୍କଟିଚ୍‌ ଅଭିନେତା ଜଣଙ୍କ ମାରିନ(୧୯୬୪), ମର୍ଡର ଅନ ଦି ଓରିଏଣ୍ଟ ଏକ୍ସପ୍ରେସ(୧୯୭୪), ଦି ମ୍ୟାନ୍‌ ହୁ ଉଡ୍‌ ବି କିଙ୍ଗ (୧୯୭୫), ଦି ନେମ ଅଫ ଦି ରୋଜ୍‌(୧୯୮୬), ହାଇଲ୍ୟାଣ୍ଡର(୧୯୮୬), ଦି ରକ(୧୯୯୬) ଓ ଫାଇଣ୍ଡିଂ ଫରେଷ୍ଟର୍ସ(୨୦୦୦) ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos