ରବିବାର ‘ଜନତା କର୍ଫ୍ୟୁ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଘୋଷଣା ଅନୁଯାୟୀ ରବିବାର ଭାରତ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଯାଉଛି। ଏହି ଅବସରରେ ସମସ୍ତେ ଯଥା ସମ୍ଭବ ଘର ଭିତରେ ରହିବାକୁ ହେବ। ମହାମାରୀର ରୂପ ନେଇଥିବା କରୋନା ଭାଇରସ୍‌ର ମୁକାବିଲା ପାଇଁ ଏପରି କରିବାକୁ ହେବ। ଏପରି କରି ପ୍ରତ୍ୟେକ ଭାରତୀୟ ‘ସଂକଳ୍ପ ଓ ସଂଯମ’ର ସହ କରୋନାର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ‘ଜନତା କର୍ଫ୍ୟୁ’ ଆହ୍ୱାନ କରି […]

janta

janta

Subrat Kumar Nayak
  • Published: Saturday, 21 March 2020
  • Updated: 22 March 2020, 07:52 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଘୋଷଣା ଅନୁଯାୟୀ ରବିବାର ଭାରତ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଯାଉଛି। ଏହି ଅବସରରେ ସମସ୍ତେ ଯଥା ସମ୍ଭବ ଘର ଭିତରେ ରହିବାକୁ ହେବ। ମହାମାରୀର ରୂପ ନେଇଥିବା କରୋନା ଭାଇରସ୍‌ର ମୁକାବିଲା ପାଇଁ ଏପରି କରିବାକୁ ହେବ। ଏପରି କରି ପ୍ରତ୍ୟେକ ଭାରତୀୟ ‘ସଂକଳ୍ପ ଓ ସଂଯମ’ର ସହ କରୋନାର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ‘ଜନତା କର୍ଫ୍ୟୁ’ ଆହ୍ୱାନ କରି କହିଥିଲେ ମାର୍ଚ୍ଚ ୨୨ ତାରିଖରେ ସକାଳ ୭ଟାରୁ ରାତି ୯ଟା ଯାଏ ଏହା ପାଳିତ ହେବ। ଜରୁରୀକାଳୀନ ସେବାକୁ ଛାଡ଼ି କେହି ମଧ୍ୟ ନ ବାହାରିବାକୁ ମୋଦି ଆହ୍ୱାନ କରିଥିଲେ। ‘ଜନତା କର୍ଫ୍ୟୁ’ ଅବସରରେ ମଲ୍‌, ମାର୍କେଟ୍‌ ଏବଂ ଶପ୍‌ ବନ୍ଦ ରହିବାର ଅଛି। ତେବେ ଏହା ଔଷଧ ଦୋକାନ, କ୍ଷୀର ଦୋକାନ ଏବଂ ଅନ୍ୟ ଜରୁରୀକାଳୀନ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଖୋଲା ରହିବ। ବିଭିନ୍ନ ସହରରେ ମେଟ୍ରୋ ବନ୍ଦ ରହିବାର ଅଛି। କିନ୍ତୁ ବସ୍‌ ସେବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏହି କଟକଣାରୁ ସ୍ୱାସ୍ଥ୍ୟସେବା ପରି ଜରୁରୀସେବା ବାଦ୍ ପଡ଼ିବ। ଡାକ୍ତର, ନର୍ସ, ପାରାମେଡିକ୍‌, ମ୍ୟୁନିସିପାଲ ଷ୍ଟାଫ୍‌ ଏବଂ ବିମାନବନ୍ଦର କର୍ମଚାରୀ ଏହି ସମୟରେ ନିଜ କାମରେ ଥିବେ। ସେହିଭଳି ରେଲୱେ, ପୁଲିସ୍‌, ବସ୍‌, ଅଟୋରିକ୍ସା, ହୋମ୍‌ ଡେଲିଭରୀ ଏବଂ ଗଣମାଧ୍ୟମ ମଧ୍ୟ ଏଥିରୁ ବାଦ୍‌ ପଡ଼ିବ।

ମୋଦି କରିଥିବା ଘୋଷଣା ଅନୁଯାୟୀ, ଏଭଳି ଜରୁରୀକାଳୀନ ସେବାରେ ଥିବା ଲୋକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସନ୍ଧ୍ୟା ୫ଟା ସମୟରେ ଧନ୍ୟବାଦ ଜଣାଇବେ। ଏଥିପାଇଁ ବାଲକୋନି ଓ ଝରକା ନିକଟକୁ ଆସି ତାଳି ବଜାଇ ଏବଂ ଥାଳି ବଜାଇ କୃତଜ୍ଞତା ଜଣାଇବାକୁ ହେବ। ଏଯାଏ କରୋନାର ପ୍ରତିଷେଧକ ବ୍ୟବସ୍ଥା ନ ବାହାରିଥିବାରୁ ସାମାଜିକ ଦୂରତା ଅବଲମ୍ବନ କରିବାକୁ ମଧ୍ୟ ମୋଦି ପରାମର୍ଶ ଦେଇଛନ୍ତି।

କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟ ନାଗରିକଙ୍କୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, ଯିଏ ଯେଉଁ ସହରରେ ଅଛନ୍ତି, କିଛି ଦିନ ସେଠାରେ ହିଁ ଥା’ନ୍ତୁ। ଏପରି କରି କରୋନା ବ୍ୟାପିବାରୁ ରୋକିପାରିବା। ଭିଡ଼ ଜମାଇ ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ବିପଦ ଡାକି ଆଣୁଛୁ। ନିଜ ପରିବାର କଥା ଚିନ୍ତା କରି ଆବଶ୍ୟକତା ନଥିଲେ ବାହାରକୁ ବାହାରନ୍ତୁନି। ବିଶେଷ କରି ବିଭିନ୍ନ ସ୍ଥାନରେ କାମ କରୁଥିବା ଲୋକଙ୍କୁ ସେ କହିଛନ୍ତି, ଭିଡ଼ ଜମାଇ ନିଜ ଗାଁକୁ ଫେରିବା କରୋନା ବ୍ୟାପିବାରେ ସହାୟକ ହେବ। ଏପରିକି ଯେଉଁ ସ୍ଥାନକୁ ଯିବେ ସେଠାରେ ଥିବା ଲୋକଙ୍କୁ ମଧ୍ୟ ବିପଦ ହେବ।

ମୋଦିଙ୍କ ଏହି ଆହ୍ୱାନକୁ ବିଭିନ୍ନ କମ୍ପାନୀ ଓ ସଂଗଠନ ସମର୍ଥନ ଜଣାଇଛନ୍ତି। କରୋନା ମୁକାବିଲା ପାଇଁ ସମସ୍ତେ ସହଯୋଗ କରିବେ ବୋଲି କହିବା ସହ ସରକାରଙ୍କ ସେଥିରେ ଅଛନ୍ତି ବୋଲି କହିଛନ୍ତି। ଏହି ଡାକରାକୁ ସମର୍ଥନ କରି ବିଭିନ୍ନ ସ୍ଥାନରେ ଲୋକେ ଆସନ୍ତାକାଲି ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏପରିକି କିଛି ସ୍ଥାନରେ ସଚେତନତା ମଧ୍ୟ କରାଯାଇଛି। ଦିଲ୍ଲୀ ସମେତ ଦେଶର ବେଶ କିଛି ସହରରେ ‘ଜନତା କର୍ଫ୍ୟୁ’ ପୂର୍ବରୁ ହିଁ ରାସ୍ତା ଶୂନଶାନ ହେବା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos