ଜୟଲଳିତା ନିର୍ଦ୍ଦୋଷ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରମିକୋର୍ଟ ଯିବେ କର୍ଣ୍ଣାଟକ ସରକାର

ବେଙ୍ଗଲୁରୁ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଗତ ମାସରେ ଜୟଲଳିତାଙ୍କୁ ଦୋଷମୁକ୍ତ କରିଥିଲେ। ଏହା ପରେ ସେ ପୁଣି ଥରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ହାଇକୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଏବେ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର। ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। କ୍ୟାବିନେଟ୍ ବୈଠକ ପରେ ରାଜ୍ୟର ଆଇଟି ମନ୍ତ୍ରୀ ଟି.ବି ଜୟଚନ୍ଦ୍ର ଏହି ସୂଚନା ଦେଇଥିଲେ। ତେବେ […]

Jayalalitha

Jayalalitha

Rakesh Mallick
  • Published: Monday, 01 June 2015
  • Updated: 01 June 2015, 09:45 AM IST

Sports

Latest News

ବେଙ୍ଗଲୁରୁ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଗତ ମାସରେ ଜୟଲଳିତାଙ୍କୁ ଦୋଷମୁକ୍ତ କରିଥିଲେ। ଏହା ପରେ ସେ ପୁଣି ଥରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ହାଇକୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଏବେ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର। ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। କ୍ୟାବିନେଟ୍ ବୈଠକ ପରେ ରାଜ୍ୟର ଆଇଟି ମନ୍ତ୍ରୀ ଟି.ବି ଜୟଚନ୍ଦ୍ର ଏହି ସୂଚନା ଦେଇଥିଲେ। ତେବେ କେବେ ସରକାର ଏହି ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ କରିବେ ତାହା ସେ କହି ନାହାନ୍ତି। ଆଇନ ଅନୁଯାୟୀ ରାୟ ଆସିବାର ୯୦ ଦିନ ମଧ୍ୟରେ ଅପିଲ କରାଯାଇପାରିବ।

ସୁପ୍ରିମକୋର୍ଟରେ ଅପିଲ୍ କରିବା ପାଇଁ ଏହା ପୂରାପୂରି ଫିଟ୍ ମାମଲା ବୋଲି ସ୍ୱତନ୍ତ୍ର ସରକାରୀ ଓକିଲ ବି.ଭି ଆଚାର୍ଯ୍ୟ ଓ କର୍ଣ୍ଣାଟକର ଆଡଭୋକେଟ୍ ଜେନେରାଲ ରବିବର୍ମା କୁମାର ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ଆଉ ଏହି ସୁପାରିଶକ୍ରମରେ ସରକାର ସୁପ୍ରିମକୋର୍ଟକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ମେ’ ୧୧ରେ କର୍ଣ୍ଣାଟକ ହାଇକୋର୍ଟ ୧୯ବର୍ଷ ପୁରୁଣା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲରେ ଜୟଲଳିତଙ୍କ ସମେତ ତାଙ୍କ ବାନ୍ଧବୀ ଓ ଅନ୍ୟ ଦୁଇ ଦୋଷୀଙ୍କୁ ଦୋଷ ମୁକ୍ତ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos