ଗହଣା ଦୋକାନୀ ପୁଅର ମୁକ୍ତି ପାଇଁ କୋଟିଏ ଟଙ୍କା ମୁଣ୍ଡ ଜାମିନ୍

ପାଟନା: ଜଣେ ଗହଣା ଦୋକନୀର ୧୬ ବର୍ଷୀୟ ପୁଅକୁ ଅପହରଣ କରିନେଇଛନ୍ତି ଅପହରଣକାରୀ। ପୁଅର ମୁଣ୍ଡ ପାଇଁ କୋଟିଏ ଟଙ୍କା ଦାବି କରିଛନ୍ତି ଅପହରଣକାରୀ। ରବିବାର ବିହାର ବେଗୁସରାଇ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ରବିବାର ସକାଳେ ଜଣେ ଗହଣା ଦୋକାନୀଙ୍କ ପୁଅ କ୍ରିକେଟ୍ ଖେଳିବାକୁ ଆସୁଥିଲା। ଏହି ସମୟରେ କାରରେ ଆସି ଅପହରଣକାରୀ ଅପହରଣ କରିଥିବା ଜଣାପଡ଼ିଛି। ଖବର ଜଣାପଡ଼ିବା ପରେ ପୁଲିସି ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି। ବେଗୁସରାଇ ଡିଜିପି ରାଜେଶ କୁମାର […]

kidnapp

kidnapp

Subhransu Sekhar
  • Published: Sunday, 22 November 2020
  • Updated: 22 November 2020, 07:58 PM IST

Sports

Latest News

ପାଟନା: ଜଣେ ଗହଣା ଦୋକନୀର ୧୬ ବର୍ଷୀୟ ପୁଅକୁ ଅପହରଣ କରିନେଇଛନ୍ତି ଅପହରଣକାରୀ। ପୁଅର ମୁଣ୍ଡ ପାଇଁ କୋଟିଏ ଟଙ୍କା ଦାବି କରିଛନ୍ତି ଅପହରଣକାରୀ। ରବିବାର ବିହାର ବେଗୁସରାଇ ଜିଲ୍ଲାରେ ଏଭଳି ଘଟଣା ଘଟିଛି।

ରବିବାର ସକାଳେ ଜଣେ ଗହଣା ଦୋକାନୀଙ୍କ ପୁଅ କ୍ରିକେଟ୍ ଖେଳିବାକୁ ଆସୁଥିଲା। ଏହି ସମୟରେ କାରରେ ଆସି ଅପହରଣକାରୀ ଅପହରଣ କରିଥିବା ଜଣାପଡ଼ିଛି। ଖବର ଜଣାପଡ଼ିବା ପରେ ପୁଲିସି ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି।

ବେଗୁସରାଇ ଡିଜିପି ରାଜେଶ କୁମାର କହିଛନ୍ତି, ସମସ୍ତ ସ୍ଥାନୀୟ ପୁଲିସ ଷ୍ଟେସନକୁ ଏ ବାବଦରେ ଖବର ଜଣାଯ।ଇଛି। କିଡନାପରଙ୍କୁ ଧରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି।

ଅନ୍ୟପଟେ ଜିଲ୍ଲା ପ୍ରଶାସନର ଅପାରଗତାକୁ ଦାୟୀ କରି ବେଗୁସରାଇରର ବାରୋ ବଜାରରେ ଦୋକାନୀ ମାନେ ଦୋକାନ ବଜାର ଆଜି ବନ୍ଦ ରଖିଛନ୍ତି। ଏଥିସହ ରାସ୍ତାରେ ପଦଯାତ୍ରା କରି ସରକାର ବିରୋଧରେ ନାରାବାଜି କରିଛନ୍ତି। ଶନିବାର ରାତିରେ ମଧ୍ୟ ଜଣେ ଅଜଣା ବ୍ୟକ୍ତି ରାତିରେ ଆସି ଗୁଳି ଫୁଟାଇ ବ୍ୟବସାୟୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ନିର୍ବାଚନ ବେଳେ ଏନଡିଏ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟକୁ ସମାଲୋଚନା କରିଥିଲା। ଏହି ସମୟରେ ଏନଡିଏ କହିଥିଲା ବିହାରରେ ଆରଜେଡି ଶାସନକୁ ଫେରିଲେ କିଡନାପିଂ ଶିଳ୍ପ ଆରମ୍ଭ ହେବ। ଏବେ କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos