ଯୋଗ କରିବେନି ମୋଦି

ନୂଆଦିଲ୍ଲୀ: ଜୁନ୍ ୨୧ ତାରିଖରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ପୁଣି ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ। ତେଣୁ ଏହାକୁ ସ୍ମରଣୀୟ କରିବା ପାଇଁ ଲାଗିପଡ଼ିଛନ୍ତି କେନ୍ଦ୍ର ସରକାର। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ରାଜପଥରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ସଫଳ କରାଇବାକୁ ଲାଗିପଡ଼ିଛନ୍ତି। ଉକ୍ତ ଦିନ ସାରା ବିଶ୍ୱର ଲୋକେ ତାଙ୍କୁ ରାଜପଥରେ ଲକ୍ଷାଧିକ ଲୋକଙ୍କ ମେଳରେ ଯୋଗ କରିବାର ଦେଖିବେ ବୋଲି ପୂର୍ବରୁ କୁହାଯାଇଥିଲା। କିନ୍ତୁ […]

ModiYoga

ModiYoga

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 05:09 PM IST

Sports

Latest News

ନୂଆଦିଲ୍ଲୀ: ଜୁନ୍ ୨୧ ତାରିଖରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ପୁଣି ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ। ତେଣୁ ଏହାକୁ ସ୍ମରଣୀୟ କରିବା ପାଇଁ ଲାଗିପଡ଼ିଛନ୍ତି କେନ୍ଦ୍ର ସରକାର। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ରାଜପଥରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ସଫଳ କରାଇବାକୁ ଲାଗିପଡ଼ିଛନ୍ତି। ଉକ୍ତ ଦିନ ସାରା ବିଶ୍ୱର ଲୋକେ ତାଙ୍କୁ ରାଜପଥରେ ଲକ୍ଷାଧିକ ଲୋକଙ୍କ ମେଳରେ ଯୋଗ କରିବାର ଦେଖିବେ ବୋଲି ପୂର୍ବରୁ କୁହାଯାଇଥିଲା। କିନ୍ତୁ ଆଜି ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଯେ ମୋଦି ରାଜପଥରେ ଯୋଗ କରିବେ ନାହିଁ।

ସେ କହିଛନ୍ତି, ଜୁନ୍ ୨୧ର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପଥରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ। କିନ୍ତୁ ଯୋଗ କରିବେ ନାହିଁ। ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ ନେଇ ସୂଚନା ଦେବା ବେଳେ ସେ ଏହି କଥା କହିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମରେ ୩୫,୦୦୦ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସ୍କୁଲ ପିଲାମାନେ ବି ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ୱର ମାସରେ ଜାତିସଂଘ ପକ୍ଷରୁ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା। ‌ଆଉ ଏହା ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ପାଳନ ହେବାକୁ ଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos