ବୋହୂକୁ ପିଟିଲେ ଅବସରପ୍ରାପ୍ତ ବିଚାରପତି; ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ: ନିର୍ଯାତନାର ଶିକାର ହେଲେ ଜଣେ ନ୍ୟାୟ ପାଇବାକୁ ସର୍ବପ୍ରଥମେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାଏ। ଆଉ ବିଚାରପତିଙ୍କ ରାୟକୁ ସମ୍ମାନ ଜଣାଇ ଏହାକୁ ସ୍ୱୀକାର ମଧ୍ୟ କରି ନେଇଥାଏ। କାରଣ ବିଚାରପତିଙ୍କୁ ଆମେ ନ୍ୟାୟର ମୂର୍ତ୍ତି ବୋଲି ବିବେଚନା କରିଥାଉ। ଯଦି ସେହି ବିଚାରପତିଙ୍କ ଘରେ ଅନ୍ୟାୟ ହୁଏ, ତେବେ ନ୍ୟାୟ କିଏ ଦେବ ବୋଲି ଉଠିଛି ପ୍ରଶ୍ନ। ଏକ ସିସିଟିଭି ଫୁଟେଜ୍‌ର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ଏହି ପ୍ରଶ୍ନ ଉଠିଛି। ଏହି […]

viral

viral

Jyoshna Pradhan
  • Published: Saturday, 21 September 2019
  • Updated: 21 September 2019, 10:49 AM IST

Sports

Latest News

ହାଇଦ୍ରାବାଦ: ନିର୍ଯାତନାର ଶିକାର ହେଲେ ଜଣେ ନ୍ୟାୟ ପାଇବାକୁ ସର୍ବପ୍ରଥମେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାଏ। ଆଉ ବିଚାରପତିଙ୍କ ରାୟକୁ ସମ୍ମାନ ଜଣାଇ ଏହାକୁ ସ୍ୱୀକାର ମଧ୍ୟ କରି ନେଇଥାଏ। କାରଣ ବିଚାରପତିଙ୍କୁ ଆମେ ନ୍ୟାୟର ମୂର୍ତ୍ତି ବୋଲି ବିବେଚନା କରିଥାଉ। ଯଦି ସେହି ବିଚାରପତିଙ୍କ ଘରେ ଅନ୍ୟାୟ ହୁଏ, ତେବେ ନ୍ୟାୟ କିଏ ଦେବ ବୋଲି ଉଠିଛି ପ୍ରଶ୍ନ। ଏକ ସିସିଟିଭି ଫୁଟେଜ୍‌ର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ଏହି ପ୍ରଶ୍ନ ଉଠିଛି।

ଏହି ଭିଡିଓରେ ଜଣେ ମହିଳାଙ୍କୁ କିଛି ଲୋକ ଘେରିଯାଇ ମାରପିଟ କରୁଛନ୍ତି। ତଳେ ପକାଇ ତାଙ୍କୁ ଅତି ଅମାନବୀୟ ଭାବେ ମାଡ଼ ମରାଯାଉଛି। ସେ ଯେତେ କାକୁତିମିନତି କଲେ ବି କେହି କର୍ଣ୍ଣପାତ କରୁ ନାହାନ୍ତି। ଏପରି ଅମାନବୀୟ କାଣ୍ଡ ଘଟାଉଥିବା ଯୌତୁକ ଲୋଭି ରାକ୍ଷସଙ୍କ ପରିଚୟ ଜାଣିଲେ, ଆପଣଙ୍କ ହୋସ୍ ଉଡ଼ିଯିବ।

ମହିଳାଙ୍କୁ ଏପରି ବ୍ୟବହାର କରୁଥିବା ଲୋକମାନେ ହେଲେ ତାଙ୍କ ସ୍ୱାମୀ ନୁଟି ବଶିଷ୍ଟ, ଶ୍ୱଶୁର ଜଷ୍ଟିସ୍ (ଅବସରପ୍ରାପ୍ତ) ଏନ୍ ରାମମୋହନ ରାଓ ଏବଂ  ଶାଶୂ। ମହିଳାଙ୍କ ଶ୍ୱଶୁର ମାଡ୍ରାସ୍‌ ଓ ହାଇଦ୍ରାବାଦ୍ ହାଇକୋର୍ଟରେ ବିଚାରପତି ଥିଲେ। ଭିଡିଓରେ ଦୁବ୍ୟର୍ବହାରର ଶିକାର ହେଉଥିବା ମହିଳାଙ୍କ ନାଁ ସିନ୍ଧୁ ଶର୍ମା।(୩୦)।

ଏ ଘଟଣା ନେଇ ସେ ଶ୍ୱଶୁର ଘରର ସଦସ୍ୟଙ୍କ ବିରୋଧରେ ଯୌତୁକ,  ଘରୋଇ ହିଂସା  ଓ ନିର୍ଯାତନା ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି। ଛାଡ଼ପତ୍ର ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

୨୦୧୨ରେ ଜଷ୍ଟିସ୍ ରାମମୋହନ ରାଓଙ୍କ ପୁଅ ନୁଟି ବଶିଷ୍ଟଙ୍କ ସହ ସିନ୍ଧୁଙ୍କ ବିବାହ ହୋଇଥିଲା। ତେବେ ଏହାର କିଛି ବର୍ଷ ପରେ ହିଁ ତାଙ୍କ ଉପରେ ଏପରି ଅକଥନୀୟ ଅତ୍ୟାଚାର  ଆରମ୍ଭ ହୋଇଯାଇଥିଲା ବୋଲି ସିନ୍ଧୁ କହିଛନ୍ତି। ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ସିସିଟିଭି ଭିଡିଓଟି ଗତ ଏପ୍ରିଲ୍ ମାସର ଯାହା ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସାମ୍ନାକୁ ଆସିଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos