କେ.ଭି ଚୌଧରୀ ନୂଆ ସିଭିସି, ବିଜୟ ଶର୍ମା ନୂଆ ସିଆଇସି

ନୂଆଦିଲ୍ଲୀ: କେଭି ଚୌଧରୀ  ହୋଇଛନ୍ତି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି)ର ମୁଖ୍ୟ। ସେହିଭଳି ବିଜୟ ଶର୍ମା ହୋଇଛନ୍ତି କେନ୍ଦ୍ର ସୂଚନା କମିଶନ (ସିଆଇସି)ର ମୁଖ୍ୟ। ସିଭିସି ଓ ସିଆଇସିର ମୁଖ୍ୟ ପଦବୀରେ ଏହି ଦୁଇଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରି ଘୋଷଣା କରାଯାଇଛି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱୀକୃତି ପରେ ଏମାନଙ୍କ ନାମ ଘୋଷଣା କରାଯାଇଛି। ଏହା ପୂର୍ବରୁ ସିଭିସିର ମୁଖ୍ୟ କମିଶନର ଓ ସିଆଇସିର ମୁଖ୍ୟ କମିଶନର ପଦବୀ […]

cvccic

cvccic

Rakesh Mallick
  • Published: Monday, 08 June 2015
  • Updated: 08 June 2015, 12:59 PM IST

Sports

Latest News

ନୂଆଦିଲ୍ଲୀ: କେଭି ଚୌଧରୀ  ହୋଇଛନ୍ତି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି)ର ମୁଖ୍ୟ। ସେହିଭଳି ବିଜୟ ଶର୍ମା ହୋଇଛନ୍ତି କେନ୍ଦ୍ର ସୂଚନା କମିଶନ (ସିଆଇସି)ର ମୁଖ୍ୟ। ସିଭିସି ଓ ସିଆଇସିର ମୁଖ୍ୟ ପଦବୀରେ ଏହି ଦୁଇଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରି ଘୋଷଣା କରାଯାଇଛି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱୀକୃତି ପରେ ଏମାନଙ୍କ ନାମ ଘୋଷଣା କରାଯାଇଛି।

ଏହା ପୂର୍ବରୁ ସିଭିସିର ମୁଖ୍ୟ କମିଶନର ଓ ସିଆଇସିର ମୁଖ୍ୟ କମିଶନର ପଦବୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବୈଠକରେ କେ.ଭି ଚୌଧୁରୀ ଓ ବିଜୟ ଶର୍ମାଙ୍କ ନାମ ଉପରେ ସହମତି ପ୍ରକାଶ ପାଇଥିଲା। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ, କାର୍ମିକ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଓ ଲୋକସଭାରେ କଂଗ୍ରେସର ସାଂସଦ ଦଳନେତା ମଲ୍ଲିକାର୍ଜ୍ଜୁନ ଖାଡଗେ ଉପସ୍ଥିତ ଥିଲେ।

କେ.ଭି ଚୌଧୁରୀ ହେଉଛନ୍ତି ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସ (ସିବିଡିଟି)ର ପୂର୍ବତନ ଅଧ୍ୟକ୍ଷ। ୧୯୭୮ ବ୍ୟାଚର ଏହି ଆଇଆରଏସ୍ ଅଫିସର ବର୍ତ୍ତମାନ କଳାଧନ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଟିମରେ ପରାମର୍ଶଦାତା ରହିଛନ୍ତି। ସେହିପରି ସିଭିସିର ମୁଖ୍ୟ ଭାବେ ସେ ହେଉଛନ୍ତି ପ୍ରଥମ ଅଣ-ଆଇଏଏସ୍ ଅଫିସର।

ସିଆଇସି ମୁଖ୍ୟ ବିଜୟ ଶର୍ମା ହେଉଛନ୍ତି ୧୯୭୪ ଆଇଏସ୍ ବ୍ୟାଚ୍ ଅଫିସର। ସୂଚନା କମିଶନର ଭାବେ ଯୋଗ ଦେବା ପୂର୍ବରୁ ସେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ସଚିବ ରହିଥିଲେ। ୨୦୧୨ରୁ ସେ ସୂଚନା କମିଶନର ଭାବେ କାର୍ଯ୍ୟ କରିଆସୁଛନ୍ତି। ବରିଷ୍ଠ ସୂଚନା କମିଶନରଙ୍କୁ ସିଆଇସିର ମୁଖ୍ୟ କରିବାର ନିୟମ ରହିଥିବାରୁ  ତାକୁ ଏହି ନୂଆ ନିଯୁକ୍ତି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story