ଜାନୁଆରୀ ୮ ଯାଏ କଙ୍ଗନାଙ୍କୁ ଗିରଫ କରିପାରିବନି ପୁଲିସ୍

ମୁମ୍ୱାଇ: ଜାନୁଆରୀ ୮ ଯାଏ କଙ୍ଗନା ରଣାଓ୍ୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ଚାଣ୍ଡେଲାଙ୍କୁ ଗିରଫ କରିପାରିବନି ମୁମ୍ୱାଇ ପୁଲିସ୍। ବମ୍ୱେ ହାଇକୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଦୁଇ ଭଉଣୀଙ୍କୁ ପୁଲିସ ଆଗରେ ହାଜର ହୋଇ ସମନର ଜବାବ ରଖିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ଦୁଇ ଭଉଣୀ ମଧ୍ୟ କହିଛନ୍ତି ସେ ସମନକୁ ସମ୍ମାନ କରୁଛନ୍ତି ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାନୁଆରୀ ୮ରେ ଅପରାହ୍ନରେ ପୁଲିସ ଆଗରେ ହାଜର ହେବେ ବୋଲି […]

kangna ranawat

kangna ranawat

Subhransu Sekhar
  • Published: Tuesday, 24 November 2020
  • Updated: 24 November 2020, 06:18 PM IST

Sports

Latest News

ମୁମ୍ୱାଇ: ଜାନୁଆରୀ ୮ ଯାଏ କଙ୍ଗନା ରଣାଓ୍ୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ଚାଣ୍ଡେଲାଙ୍କୁ ଗିରଫ କରିପାରିବନି ମୁମ୍ୱାଇ ପୁଲିସ୍। ବମ୍ୱେ ହାଇକୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଦୁଇ ଭଉଣୀଙ୍କୁ ପୁଲିସ ଆଗରେ ହାଜର ହୋଇ ସମନର ଜବାବ ରଖିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ଦୁଇ ଭଉଣୀ ମଧ୍ୟ କହିଛନ୍ତି ସେ ସମନକୁ ସମ୍ମାନ କରୁଛନ୍ତି ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାନୁଆରୀ ୮ରେ ଅପରାହ୍ନରେ ପୁଲିସ ଆଗରେ ହାଜର ହେବେ ବୋଲି ଓକିଲଙ୍କ ଜରିଆରେ ବିଚାରପତିଙ୍କ ଆଗରେ କହିଛନ୍ତି।

ସୋଶାଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଦୁଇ ଭଉଣୀ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ବାନ୍ଦ୍ରା ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ମୁନାୱରୱାଲି ସାହିଲ ଏ ସୟଦଙ୍କ ଅଭିଯୋଗ କ୍ରମେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। କଙ୍ଗନାଙ୍କ ଆପତ୍ତିଜନକ ମନ୍ତବ୍ୟ ହିନ୍ଦୁ ଏବଂ ମୁସଲମାନ ମଧ୍ୟରେ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ରହିଛି।

ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଦୁଇ ଭଉଣୀ ବମ୍ୱେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି, ସମନକୁ ସମ୍ମାନ କରିବା ଦରକାର। ତେଣୁ ଦୁଇ ଜଣ ପୁଲିସ ଆଗର ହାଜର ହେବା ଦରକାର। ଯେପର୍ଯ୍ୟନ୍ତ ଅଭିଯୁକ୍ତ ହାଜର ହୋଇ ନାହାନ୍ତି ସେ ଯାଏ ତାଙ୍କୁ ସୁରକ୍ଷା ଦେବା ଦରକାର ବୋଲି ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କାର୍ଣ୍ଣିକାଙ୍କ ଖଣ୍ଡପୀଠ କହିଛନ୍ତି।

ଦୁଇ ଭଉଣୀଙ୍କ ବିରୋଥରେ ପୁଲିସ ଦେଶଦ୍ରୋହ ମାମଲା ଲଗାଇବାକୁ ନେଇ ମୁମ୍ୱାଇ ପୁଲିସକୁ ମଧ୍ୟ ବିଚାରପତିଙ୍କ କଡ଼ାପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି। କେଉଁ ଆଧାରରେ ଦେଶଦ୍ରୋହ ମାମଲା ଦାୟର ହେଲା ଏବଂ ଦେଶର ନାଗରିକଙ୍କୁ ଏଭଳି କାହିଁକି ବ୍ୟବହାର କରାଯାଉଛି ବୋଲି ବିଚାପତି ପଚାରିଥିଲେ।

ସୂଚନାଯୋଗ୍ୟ, ଆପତ୍ତିଜନକ ପୋଷ୍ଟ ମାମଲାରେ ପୁଲିସ କଙ୍ଗନାଙ୍କୁ ତିନି ଥର ସମନ କରିଥିଲା। ହେଲେ ବାହାଘର ଏବଂ ଅନ୍ୟାନ୍ୟ କାରଣ କହି ସମନର ଜବାବ ରଖିନଥିଲେ କଙ୍ଗାନ ଏବଂ ରଙ୍ଗୋଲି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos