କଶ୍ମୀର କଟକଣା ଯୋଗୁ ବ୍ୟବସାୟିକ କ୍ଷତି, କୋର୍ଟ ଯିବେ ବ୍ୟବସାୟିକ ସଂଗଠନ

ଶ୍ରୀନଗର: ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପୂର୍ବରୁ ଲାଗୁ ହୋଇଥିବା କଟକଣା କାରଣରୁ କୋଟି କୋଟି ଡଲାରର ବ୍ୟବସାୟିକ କ୍ଷତି ହୋଇଥିବା ଅଭିଯୋଗ ଆଣିଛନ୍ତି ଜମ୍ମୁ-କଶ୍ମୀରର ପ୍ରମୁଖ ବ୍ୟବସାୟିକ ସଂଗଠନ। ଏହି ସଂଗଠନ ସରକାରଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ମଧ୍ୟ ଧମକାଇଛି। ସୂଚନାଯୋଗ୍ୟ ଯେ, ଅଗଷ୍ଟ ୫ ତାରିଖରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସହ ଏହାକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ପର୍ଯ୍ୟଟନ […]

jk

jk

Subrat Kumar Nayak
  • Published: Tuesday, 19 November 2019
  • Updated: 19 November 2019, 05:45 PM IST

Sports

Latest News

ଶ୍ରୀନଗର: ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପୂର୍ବରୁ ଲାଗୁ ହୋଇଥିବା କଟକଣା କାରଣରୁ କୋଟି କୋଟି ଡଲାରର ବ୍ୟବସାୟିକ କ୍ଷତି ହୋଇଥିବା ଅଭିଯୋଗ ଆଣିଛନ୍ତି ଜମ୍ମୁ-କଶ୍ମୀରର ପ୍ରମୁଖ ବ୍ୟବସାୟିକ ସଂଗଠନ। ଏହି ସଂଗଠନ ସରକାରଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ମଧ୍ୟ ଧମକାଇଛି।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୫ ତାରିଖରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସହ ଏହାକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ପର୍ଯ୍ୟଟନ ସମୃଦ୍ଧ ଏହି ଅଞ୍ଚଳରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ କୌଣସି ହିଂସାର ଆଶଙ୍କା କରି ଏଠାରେ କଡ଼ା ସୁରକ୍ଷା କଟକଣା ଜାରି ହୋଇଛି। ଏବେ ଯଦିଓ କଟକଣା କୋହଳ ହୋଇଛି ବ୍ୟବସାୟରେ ଅତ୍ୟଧିକ ସୁଧାର ଆସିପାରିନାହିଁ। ଅନ୍ୟପକ୍ଷରେ ରାଜନୀତିକ ବ୍ୟକ୍ତିମାନେ ଏବେ ମଧ୍ୟ ଅଟକ ଅଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଏହି ପଦକ୍ଷେପ ଫଳରେ ଜମ୍ମୁ-କଶ୍ମୀରରେ ବିକାଶ ତ୍ୱରାନ୍ୱିତ ହେବ ଏବଂ ଏହା ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ଭଳି ସମସ୍ତ ଆଇନ ଓ ସୁବିଧା ପାଇବ।

କିନ୍ତୁ କଶ୍ମୀର ଚ୍ୟାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ପକ୍ଷରୁ କିନ୍ତୁ କୁହାଯାଇଛି ବିକାଶ କ’ଣ ହୋଇଛି ସ୍ପଷ୍ଟ ଜଣାପଡ଼ୁନାହିଁ। କଟକଣା ଜାରି ହେବା ପରେ ଏହାକୁ ବିରୋଧ କରି ଲୋକେ ବଜାର ବନ୍ଦ କରିବା ସହ ବ୍ୟବସାୟ ବନ୍ଦ ରଖିଛନ୍ତି। ଏପରିକି ଆତଙ୍କବାଦ ଆକ୍ରମଣ କାରଣରୁ ମଧ୍ୟ ଅନେକ ବ୍ୟବସାୟୀ ବ୍ୟବସାୟ ଆରମ୍ଭ କରିବାକୁ ଡରୁଛନ୍ତି। ସଂଗଠନ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୧୦ ହଜାର କୋଟି ଟଙ୍କାର ବ୍ୟବସାୟିକ କ୍ଷତି ହୋଇଥିଲା। ଏହା ବର୍ତ୍ତମାନ ବହୁଗୁଣିତ ହୋଇଥିବା ସେମାନେ ସଂଗଠନର ଉପସଭାପତି ନସୀର ଖାନ୍‌ କହିଛନ୍ତି।

ଖାନ୍‌ କହିଛନ୍ତି, ଆମେ କୋର୍ଟରେ ଦାବି କରିବୁ ଏକ ସଂସ୍ଥାକୁ କ୍ଷତି ଆକଳନର ଦାୟିତ୍ୱ ଦିଆଯାଉ। କାରଣ ଏହା ହିସାବ କରିବା ଆମ କ୍ଷମତା ବାହାରେ। କଟକଣା କାରଣରୁ ବ୍ୟବସାୟୀଙ୍କ ସହ ଯୋଗାଯୋଗ ହୋଇପାରିନଥିବାରୁ କ୍ଷତି ଆକଳନ କରିହେଉନି ବୋଲି ସେ କହିଛନ୍ତି।

ତେବେ ଏଯାଏ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବା ସ୍ଥାନୀୟ ସରକାରଙ୍କ ପକ୍ଷରୁ କିଛି ମଧ୍ୟ ପ୍ରତିକ୍ରିୟା ରଖାଯାଇନି। ସୂଚନାଯୋଗ୍ୟ ଯେ, କଟକଣା ଲାଗୁ କରାଯିବା ସମୟରେ ଇଣ୍ଟରନେଟ୍‌ ଏବଂ ଫୋନ୍‌ସେବା ଉପରେ ମଧ୍ୟ କଟକଣା ଲାଗୁ ହୋଇଥିଲା। ଲୋକଙ୍କ ଯାତାୟତ ଉପରେ କଟକଣା ଲାଗୁ କରାଯିବା ସହ ହଜାର ହଜାର ଯବାନ ଏଠାରେ ନିୟୋଜିତ ହୋଇଥିଲେ। ଆତଙ୍କବାଦଙ୍କ ଆକ୍ରମଣର ଆଶଙ୍କା ରହିଥିବାରୁ ଏହି ଯବାନ ନିୟୋଜିତ ହୋଇଥିବା କୁହାଯାଇଥିଲା। ବର୍ତ୍ତମାନ ଯଦିଓ କିଛି କଟକଣା କୋହଳ କରାଯାଇଛି ସ୍ଥିତି ଏଯାଏ ସ୍ୱାଭାବିକ ହୋଇନି। ତେଣୁ ଇଣ୍ଟରେନେଟ୍‌ ବନ୍ଦ ରଖାଯାଇଛି।

ଭାରତ ପାକିସ୍ତାନ ବିଭାଜନ ପରଠାରୁ ଏହି ଅଞ୍ଚଳକୁ ନେଇ ବିବାଦ ରହିଆସିଛି। ବର୍ତ୍ତମାନ ଜମ୍ମୁ-କଶ୍ମୀରର ଏକ ଅଂଶ ପାକିସ୍ତାନ ଦଖଲରେ ରହିଛି, ଯାହାକୁ ପାକ୍‌ ଅଧିକୃତ କଶ୍ମୀର ବୋଲି କୁହାଯାଉଛି। ପାକିସ୍ତାନର ସମର୍ଥନରେ କଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଲଗାତାର ଆତଙ୍କବାଦୀ ଆକ୍ରମଣ ଚିନ୍ତାର କାରଣ ପାଲଟିଛି। କିନ୍ତୁ ଏଥିରେ ହାତ ଥିବା ନେଇ ପାକିସ୍ତାନ ଅସ୍ୱୀକାର କରିଆସୁଛି। ପାକିସ୍ତାନ କେବଳ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନୈତିକ ସମର୍ଥନ ଦେଉଥିବା କହି ଆସୁଛି। ଏସବୁର ମୁକାବିଲା ପାଇଁ ଭାରତ ୩୭୦ ଉଚ୍ଛେଦ ପରି ନିଷ୍ପତ୍ତି ନେଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

ତେବେ ଏହାପରେ କୃଷି, ଉଦ୍ୟାନ, କଳା ଏବଂ ବିଶେଷ କରି ପର୍ଯ୍ୟଟନ ସହ ଜଡ଼ିତ ବ୍ୟବସାୟ ପ୍ରଭାବିତ ହୋଇଛି। ବିବେକ ୱଜିର ନାମକ ଜଣେ ହୋଟେଲ ବ୍ୟବସାୟୀ ଏହି ପ୍ରସଙ୍ଗରେ କହିଛନ୍ତି, “ଆସନ୍ତା କିଛି ମାସରେ ମଧ୍ୟ ସ୍ଥିରତା ଫେରିବା ମୁଁ ଆଶା କରିପାରୁନାହିଁ। ଏବେବି ଅସ୍ଥିରତା ଜାରି ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story