ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବେ। ଏନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀ ବଜେଟ୍ ୨୦୨୦-୨୧ ଉପସ୍ଥାପନ ଅବସରରେ ଘୋଷଣା କରିଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ସରକାର ପୂର୍ବରୁ ଏହି ସ୍କିମ୍କୁ ଲାଗୁ କରିନଥିଲେ। ଅନ୍ୟପକ୍ଷରେ କିଛି ରାଜ୍ୟ ଏହି ସ୍କିମ୍କୁ ଲାଗୁ କରିବାକୁ ମନା କରିବା ସହ ସମାଲୋଚନା କରିବାକୁ ମଧ୍ୟ ପଛାଇନଥିଲେ।
କରୋନା ଭାଇରସ୍ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଥିବା ସମୟରେ ହିଁ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ସିସୋଦିଆଙ୍କ ଅଧୀନରେ ଦିଲ୍ଲୀର ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଥିବାରୁ ସେ ଆଜି ବଜେଟ୍ ବାବଦରେ ଘୋଷଣା କରିଛନ୍ତି। ସେ ମୋଟ ୬୫ ହଜାର କୋଟି ଟଙ୍କାର ବଜେଟ୍ ଘୋଷଣା କରିଛନ୍ତି।
ଏତଦ୍ବ୍ୟତୀତ ସିସୋଦିଆ ଏକ ଇଲେକ୍ଟ୍ରି ସବସିଡି ସ୍କିମ୍ ବାବଦରେ ଘୋଷଣା କରିଛନ୍ତି। ଏହା ଆଗାମୀ ଆର୍ଥିକ ବର୍ଷ ଯାଏ ଚାଲିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ପ୍ରବଳ ଥଣ୍ଡା, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲ ଛୁଟି
ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି।
National
ଆଶ୍ଚର୍ଯ୍ୟ! ଡାକ୍ତର ଘୋଷଣା କରିଥିଲେ ମୃତ, କିନ୍ତୁ ଜୀବନ ଫେରାଇ ଦେଲା ହମ୍ପସ
ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବୃଦ୍ଧ ଘଟଣାକ୍ରମରେ ଜୀବିତ ଅବସ୍ଥାରେ ହସ୍ପିଟାଲରୁ ବାହାରିଛନ୍ତି।
National
ବାହା ହେବା ନିଶାରେ ଭାରତରୁ ପାକିସ୍ତାନ ପଳାଇଲେ, କିନ୍ତୁ...
ଯେଉଁ ଅନାଲାଇନ ବନ୍ଧୁଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ଏତେ ରିସ୍କ ନେଇଥିଲେ, ସେ ନିଜେ ହିଁ ତାଙ୍କ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
Crime
ପୁଲିସ ଉପରେ ଗାଡି ଚଢ଼ାଇ ଚମ୍ପଟ ମାରିଲେ ଗଞ୍ଜେଇ ଗ୍ୟାଙ୍ଗ; ଦେଖନ୍ତୁ ଭିଡିଓ
ପୂର୍ବରୁ ସୂଚନା ପାଇ ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଇଁ ଟୋଲ ପ୍ଲାଜାରେ ଅଟକାଇଥିଲା ପୁଲିସ। ଗାଡ଼ି ଚଢ଼ାଇ ଫେରାର୍ ହୋଇଗଲେ ଗଞ୍ଜେଇ ମାଫିଆ।
Crime
ପଡ଼ୋଶୀଙ୍କୁ ହତ୍ୟା କଲେ ବାପ-ପୁଅ, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ
ସୁରେଶଙ୍କ ଝିଅ ଫେରାର ହେବା ପଛରେ ରାମଚନ୍ଦ୍ରଙ୍କ ହାତ ଥିବା ଆଶଙ୍କାରେ ତାଙ୍କୁ ବାପ-ପୁଅ ମାରି ଦେଇଛନ୍ତି।