ନୂଆଦିଲ୍ଲୀ:ମାଓ ହିଂସା ରୋକିବା ସହ ମାଓ ଅଧ୍ୟୁଷିତ ଅଞ୍ଚଳରେ ଉନ୍ନତି ପାଇଁ କେନ୍ଦ୍ର ସରକାର ଲେଫଟୱିଂ ଏକ୍ସଟ୍ରିମିଷ୍ଟ ପଲିସି ଖୁବଶୀଘ୍ର ଲାଗୁ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଆଜି ଦିଲ୍ଲୀରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ତେବେ ଏହି ଯୋଜନାରେ ଆଉ କଣ ସବୁ ପରିବର୍ତ୍ତନ ଦରକାର ସେଥିପାଇଁ ମାଓ ପ୍ରଭାବିତ ରାଜ୍ୟମାନକୁ ମତାମତ ମଗାଯାଇଥିବା ରାଜନାଥ କହିଛନ୍ତି। କିଛି ରାଜ୍ୟ ୟା ଉପରେ ସେମାନଙ୍କ ମତାମତ ଦେଇ ସାରିଥିବାବେଳେ ଆଉ କିଛି ରାଜ୍ୟଙ୍କ ସହ ତାଙ୍କ ବିଭାଗ ଯୋଗାଯୋଗରେ ରହିଛି। ମତାମତ ମିଳିବା ପରେ କ୍ୟାବିନେଟ୍ କମିଟି ଅନ ସିକ୍ୟୁରିଟିର ମଞ୍ଜୁର ପାଇଁ ପଠାଯିବ। ଏସବୁ ସହ ଗତ ବର୍ଷକ ଭିତରେ ଦେଶରେ ମାଓ ହିଂସା ନେଇ ତଥ୍ୟ ରଖିଛନ୍ତି ରାଜନାଥ। ବର୍ଷ ୨୦୧୩ ତୁଳନାରେ ୨୦୧୪ରେ ୨୨ ପ୍ରତିଶତ ମାଓ ହିଂସା କମିବା ସହ ମାଓବାଦୀ ଆତ୍ମସମର୍ପଣ ହାର ମଧ୍ୟ ବଢିଥିବା ରାଜନାଥ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।