କୋଲକାତା: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର କୋଲାକାତାର ନିର୍ମାଣାଧୀନ ଫ୍ଲାଇଓଭର ଭୁଶୁଡ଼ିଥିବା ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଓ ଆହତଙ୍କୁ ଭେଟିଥିଲେ।
ସେ କହିଥିଲେ,“ରାଜନୀତି କରିବାକୁ ମୁଁ ଏଠାକୁ ଆସିନାହିଁ। ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ଦେଖା କରିବାକୁ ଆସିଛି।”
ଅନ୍ୟପକ୍ଷରେ ଏହି ନିର୍ମାଣାଧୀନ ଫ୍ଲାଇଓଭର୍ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୬ରେ ପହଞ୍ଚିଛି। ଏହି ଦୁର୍ଘଟଣାରେ ୮୦ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଏହାକୁ ନିର୍ମାଣ କରୁଥିବା ହାଇଦ୍ରାବାଦ କମ୍ପାନୀର ୩ଜଣ ଉଚ୍ଚ ଅଧିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ରାଜ୍ୟ ସରକାର ମେଟ୍ରୋପୋଲିଟନ୍ ଡେଭଲପ୍ ଅଥରିଟିର ଦୁଇ ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।
ସୂଚନାଯୋଗ୍ୟ, ମାର୍ଚ୍ଚ ୩୧ ତାରିଖରେ ଉତ୍ତର କୋଲକାତାର ବଡ଼ବଜାର ଗଣେଶ ଟକିଜ୍ ନିକଟରେ ଏହି ନିର୍ମାଣାଧୀନ ଫ୍ଲାଇଓଭର ଭୁଶୁଡି ପଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଡୁଆରେ ମହାୟୁତି! ଶିବସେନା କହିଲା ଉପମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର କରିବେନି ଏକନାଥ
ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା।
National
ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା
ଆଦାନୀ ଗ୍ରୀନ ଏନର୍ଜୀ ଏକ ବୟାନ ଜାରି ଲାଞ୍ଚ ଅଭିଯୋଗକୁ ନେଇ ନିଜ ସ୍ପଷ୍ଟୀକରଣ ରଖିଛି।
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।