ଲଭ୍ ଜିହାଦ୍ ପ୍ରସଙ୍ଗରେ ବର୍ଷିଲେ ଓଓ୍ୱେସୀ; କହିଲେ ବିଜେପି ସମ୍ୱିଧାନ ପଢ଼ୁ

ନୂଆଦିଲ୍ଲୀ: ଲଭ୍ ଜିହାଦକୁ ନେଇ ବିଜେପି ଶାସିତ ରାଜ୍ୟ ଆଇନ୍ ଆଣିବାକୁ ଯାଉଛନ୍ତି। ଏହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ଏଆଇଏମ୍ଆଇଏମ୍ ନେତା ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ୱେସୀ। ବିଜେପି ଏଭଳି କରି ଧାରା 14 ଏବଂ 21କୁ ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି। ଯଦି ଏଭଳି ଆଇନ୍ ବିଜେପି ସରକାର ଆଣିବ ତା’ହେଲେ ସ୍ୱତନ୍ତ୍ର ବିବାହ ଅଧିନିୟମକୁ ଉଚ୍ଛେଦ କରିବା ଦରକାର ବୋଲି ସେ କହିଛନ୍ତି। ଏଥିସହ ବିଜେପି ସମ୍ୱିଧାନ ପଢ଼ିବା ଦରକାର […]

Owaisi

Owaisi

Subhransu Sekhar
  • Published: Sunday, 22 November 2020
  • Updated: 22 November 2020, 08:21 PM IST

Sports

Latest News

ନୂଆଦିଲ୍ଲୀ: ଲଭ୍ ଜିହାଦକୁ ନେଇ ବିଜେପି ଶାସିତ ରାଜ୍ୟ ଆଇନ୍ ଆଣିବାକୁ ଯାଉଛନ୍ତି। ଏହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ଏଆଇଏମ୍ଆଇଏମ୍ ନେତା ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ୱେସୀ। ବିଜେପି ଏଭଳି କରି ଧାରା 14 ଏବଂ 21କୁ ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି। ଯଦି ଏଭଳି ଆଇନ୍ ବିଜେପି ସରକାର ଆଣିବ ତା’ହେଲେ ସ୍ୱତନ୍ତ୍ର ବିବାହ ଅଧିନିୟମକୁ ଉଚ୍ଛେଦ କରିବା ଦରକାର ବୋଲି ସେ କହିଛନ୍ତି। ଏଥିସହ ବିଜେପି ସମ୍ୱିଧାନ ପଢ଼ିବା ଦରକାର ବୋଲି ସେ କହିଛନ୍ତି।

ବିଜେପି ସମାଜକୁ ବାଣ୍ଟିବା ପାଇଁ ଚେଷ୍ଟା କରୁଛି। ବିଜେପି ଘୃଣା ଭାବ ବଢ଼ାଉଥିବା ଅସଦୁଦ୍ଦିନ ଓଓ୍ୱେସୀ କହିଛନ୍ତି। ବେରୋଜଗାରୀ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଛନ୍ଦି ହୋଇଯିବା ପରେ ବିଜେପି ଏଭଳି ପ୍ରସଙ୍ଗ କରୁଛି ବୋଲି ଅସଦୁଦ୍ଦିନ ଓଓ୍ୱେସୀ କହିଛନ୍ତି।

ସୂଚନାଯୋଗ୍ୟ, ୟୁପି, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଆଦି ବିଜେପି ଶାସିତ ରାଜ୍ୟ ଲଭ୍ ଜିହାଦ୍ ବିରୋଧରେ ଆଇନ୍ ଆଣୁଛନ୍ତି। ଅନେକ ଥର ଧର୍ମ ଲୁଚାଇ ଅନ୍ୟ ଧର୍ମର ଝିଅଙ୍କୁ ବିବାହ କରି ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଉଥିବା ମାମଲା ସାମ୍ନାକୁ ଆସିଥିଲା। ଏହାପରେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ୟୁପି ପ୍ରଥମେ ଲଭ୍ ଜିହାଦ୍ ବିରୋଧରେ ଆଣିବାକୁ ଯୋଜନା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos