ଗଞ୍ଜେଇ ଚାଷ: ପଛଘୁଞ୍ଚା ଦେଲା ଓଡ଼ିଶା, ଅନୁମତି ଦେବେ ମଧ୍ୟପ୍ରଦେଶର କଂଗ୍ରେସ ସରକାର

ଭୋପାଲ୍‌: କଂଗ୍ରେସ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷକୁ ବୈଧ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଆଇନ ବ୍ୟାପାର ମନ୍ତ୍ରୀ ଏନେଇ କହିଛନ୍ତି, “ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷ ପାଇଁ ଅନୁମତି ଦେବେ। ତେବେ ଏହା ଔଷଧୀୟ ଏବଂ ଶିଳ୍ପ ଆଦି ଉଦ୍ଦେଶ୍ୟରେ ଅନୁମତି ସହ ଚାଷ କରାଯାଇପାରିବ।” ସେ କହିଛନ୍ତି, ଗଞ୍ଜେଇକୁ ବ୍ୟବହାର କରି କର୍କଟ ରୋଗର ଔଷଧ ପ୍ରସ୍ତୁତ କରାଯାଇପାରିବ। ଏତଦ୍‌ବ୍ୟତୀତ ବାୟୋ ପ୍ଲାଷ୍ଟିକ୍‌ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହା ରାଜ୍ୟରେ […]

ganjei

ganjei

Subrat Kumar Nayak
  • Published: Thursday, 21 November 2019
  • Updated: 21 November 2019, 05:39 PM IST

Sports

Latest News

ଭୋପାଲ୍‌: କଂଗ୍ରେସ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷକୁ ବୈଧ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଆଇନ ବ୍ୟାପାର ମନ୍ତ୍ରୀ ଏନେଇ କହିଛନ୍ତି, “ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷ ପାଇଁ ଅନୁମତି ଦେବେ। ତେବେ ଏହା ଔଷଧୀୟ ଏବଂ ଶିଳ୍ପ ଆଦି ଉଦ୍ଦେଶ୍ୟରେ ଅନୁମତି ସହ ଚାଷ କରାଯାଇପାରିବ।”

ସେ କହିଛନ୍ତି, ଗଞ୍ଜେଇକୁ ବ୍ୟବହାର କରି କର୍କଟ ରୋଗର ଔଷଧ ପ୍ରସ୍ତୁତ କରାଯାଇପାରିବ। ଏତଦ୍‌ବ୍ୟତୀତ ବାୟୋ ପ୍ଲାଷ୍ଟିକ୍‌ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହା ରାଜ୍ୟରେ ନୂଆ ବ୍ୟବସାୟର ସୁଯୋଗ ଦେବ ବୋଲି ସେ କହିଛନ୍ତି।

ଏହି ନିଷ୍ପତ୍ତି ପରେ ବିରୋଧୀ ଦଳରୁ ସମାଲୋଚନା ଆସିଛି। ବିଜେପି କହିଛି, କଂଗ୍ରେସ ମଧ୍ୟପ୍ରଦେଶକୁ ପଞ୍ଜାବ ଭଳି ସ୍ତରକୁ ନେଇଯିବାର ପ୍ରୟାସ କରୁଛି। ଏହା ଚାହୁଁଛି ଲୋକେ ନିଶାଖୋର ହୁଅନ୍ତୁ।

ଗଞ୍ଜେଇ ଚାଷକୁ ଓଡ଼ିଶାରେ ବିଧିବଦ୍ଧ ଭାବେ ସ୍ୱୀକୃତି ପାଇଁ ମଧ୍ୟ କିଛି ଦିନ ତଳେ ପ୍ରୟାସ ଆରମ୍ଭ ହୋଇଥିଲା। ଏପରିକି ଔଷଧୀୟ ଗୁଣ ଥିବା ଯୁକ୍ତି ବାଢ଼ି ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନ ସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ପରେ ଏହାକୁ ଆଇନ ବିଭାଗ ଖାରଜ କରି ଦେଇଥିଲା।

କିନ୍ତୁ ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ ଗଞ୍ଜେଇ ଚାଷ ସପକ୍ଷରେ ବାହାରିଥିଲେ। ଓଡ଼ିଶାରେ ଗଞ୍ଜେଇ ଚାଷକୁ ସମର୍ଥନ କରି ତଥାଗତ କହିଥିଲେ, ଗଞ୍ଜେଇର ଅନେକ ଲାଭଦାୟକ ଦିଗ ଅଛି। କ୍ୟାନ୍ସର, ଶ୍ୱାସ ରୋଗ ପାଇଁ ଏଥିରୁ ଔଷଧ ତିଆରି ହୁଏ। ସେ ଗଞ୍ଜେଇ ଚାଷର ଡିକ୍ରିମିନାଲାଇଜେସନ କରିବାକୁ ମଧ୍ୟ ସେ ଦାବି ଜଣାଇଥିଲେ।

ତଥାଗତ ଆହୁରି କହିଥିଲେ, “ଏହି ଚାଷ ସହଜ। ଏଥିନିମନ୍ତେ ବେଶି ପାଣି, ଖତ, ସାର ଦରକାର ନାହିଁ। କ୍ଷୁଦ୍ର ଚାଷୀମାନେ ଏହାକୁ ଚାଷ କରି ବିଶେଷ ଲାଭବାନ ହୋଇପାରିବେ। ତେଣୁ ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ଦରକାର। ଉତ୍ତରାଖଣ୍ଡ ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେଇଛନ୍ତି। ଆମ ସରକାର ଏହାକୁ ମନା କରିବା ସଂପୂର୍ଣ୍ଣ ଦୂରଦୃଷ୍ଟିହୀନତା।” ଆଇନରେ ସଂଶୋଧନ ଆଣି ଗଞ୍ଜେଇ ଚାଷକୁ ଅନୁମତି ଦେବା ଉଚିତ ବୋଲି ସେ ଯୁକ୍ତି ବାଢ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story