ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଉଭୟ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ ହେବ । ମହାରାଷ୍ଟ୍ରର ୨୮୮ଟି ଆସନ ଲାଗି ହୋଇଥିବା ଭୋଟ ଗଣତି ପାଇଁ ୨୫ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ହରିଆଣାରେ ୯୦ଟି ଆସନ ଲାଗି ଭୋଟ୍ ଗଣତି କରାଯିବ।
ପ୍ରତି ନିର୍ବାଚନମଣ୍ଡଳୀ ପାଇଁ ୧୪ରୁ ୨୦ ଟେବୁଲ ରହିବ। ପୋଲିଂ ବୁଥ୍ ସଂଖ୍ୟାକୁ ଦେଖି ଗଣତି ଟେବୁଲ ନିର୍ଦ୍ଧାରଣ ହେବ। ପ୍ରତି ଟେବୁଲରେ ଜଣେ ସୁପରଭାଇଜର, ୨ ଜଣ ସହଯୋଗୀ ଏବଂ ୩ ଜଣ ଗଣତି ଅଧିକାରୀ ରହିବେ। ପ୍ରତି ନିର୍ବାଚନ ମଣ୍ଡଳୀରୁ ୫ଟି ଭିଭିପ୍ୟାଟ୍ ମେସିନକୁ ପ୍ରଥମେ ଗଣତି କରାଯିବ। ଭିଭିପାଟ ରସିଦ ସହିତ ଭୋଟ୍ ସଂଖ୍ୟା ମିଳାଇବା ପରେ ପୋଷ୍ଟାଲ ବାଲାଟ ଗଣାଯିବ । ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଭୟ ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ବିଭିନ୍ନ ସଂସ୍ଥାର ଏକ୍ଜିଟ୍ ପୋଲ ଆକଳନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
DMK ଶାସନର ଅନ୍ତ ନ ହେବା ଯାଏ ଚପଲ ପିନ୍ଧିବେନି ଆନ୍ନାମଲାଇ: କହିଲେ- ୬ଥର ଜାବୁକ ମାରିହେବି
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରୁ ଡିଏମକେ ସରକାର ବିପର୍ଯ୍ୟସ୍ତ କରି ଦେଇଥିବା ଅଭିଯୋଗ କରି ଆନ୍ନାମଲାଇ ବଡ଼ ଘୋଷଣା କରିଛନ୍ତି।
National
ବାଜପେୟୀଙ୍କ ସ୍ମୃତିପୀଠରେ ‘ରଘୁପତି ରାଘବ’କୁ ନେଇ ବିବାଦ: ସରି କହିଲେ ସିଙ୍ଗର୍
କାର୍ଯ୍ୟକ୍ରମ ବେଳେ ଗାୟିକା ଦେବୀ ଷ୍ଟେଜ ଉପରେ ମହାତ୍ମା ଗାନ୍ଧିଙ୍କ ସହ ଜଡ଼ିତ ରଘୁପତି ରାଘବ ରାଜା ରାମ ଗୀତ ଗାଇବା ଆରମ୍ଭ କରିଥିଲେ। ତେବେ ଏହାକୁ ସେଠାରେ ଉପସ୍ଥିତ କିଛି ଲୋକ ବିରୋଧ କରିଥିଲେ।
National
କିନ୍ନରଙ୍କୁ ପ୍ରେମ ବିବାହ କରିବାକୁ ନିଷ୍ପତ୍ତି ନେଲା ପୁଅ, ଜୀବନ ହାରିଦେଲେ ବାପା-ମା’
ଘରର ଏକମାତ୍ର ପୁଅର ଏପରି କିନ୍ନର ପ୍ରେମକୁ ବାପା ମା’ ବିରୋଧ କରିଥିଲେ। ସେମାନେ ପୁଅକୁ ବୁଝାସୁଝା ମଧ୍ୟ କରିଥିଲେ।
National
ସେଲେବ୍ରିଟିମାନେ ଫ୍ୟାନ୍ମାନଙ୍କୁ ନିୟନ୍ତ୍ରଣରେ ରଖିବା ଦରକାର: ରେବନ୍ତ ରେଡ୍ଡୀ
ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି। ତାଙ୍କ ସହ ଟଲିଉଡ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି।
National
ଅଳ୍ପକେ ବର୍ତ୍ତିଲେ ଶିଶୁ, ହେଲିକପ୍ଚର ରାଇଡ୍ ଚାଲିଥିବା ସମୟରେ ଖୋଲିଗଲା ଡୋର୍
ମେଳାରେ ଛୋଟ ପିଲାଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ହେଲିକପ୍ଚର ରାଇଡ ଚାଲିଥିବା ସମୟରେ ଖୋଲିଗଲା ଡୋର୍।