ପରିବାର ଲୋକଙ୍କୁ ହତ୍ୟାକରି ଥାନାରେ ହାଜର ‘ସାଇକୋ କିଲର’

ନୂଆଦିଲ୍ଲୀ: ସୋମବାର ଅପରାହ୍ନରେ ଉତ୍ତର କାଲିଫର୍ଣ୍ଣିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜର ୪ ସମ୍ପର୍କୀୟ ଏବଂ ଅନ୍ୟ ଜଣଙ୍କୁ ହତ୍ୟା କରିଛି। ଏହାପରେ ଜଣଙ୍କ ମୃତ ଦେହକୁ ସାଙ୍ଗରେ ଆଣି ମାଉଣ୍ଚ ଶାସ୍ତ ଥାନା ନିକଟରେ ଥିବା ରୋଜେଭିଲେ ଥାନାରେ ହାଜର ହୋଇଥିଲା ହତ୍ୟାକାରୀ। ଏହାପରେ ଅନ୍ୟ ୪ ଜଣଙ୍କୁ ନିଜ ଘରେ ହତ୍ୟାକରି ରଖିଥିବା ଥାନାରେ କହିଥିଲା। ମାଉଣ୍ଟ ଶାସ୍ତ ପୁଲିସ ନ୍ୟୁୟର୍କ ଟାଇମ୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ହତ୍ୟାକାରୀର ବ୍ୟବହାର […]

California Police Station With Dead Body In Car(1)

California Police Station With Dead Body In Car(1)

Subhransu Sekhar
  • Published: Wednesday, 16 October 2019
  • Updated: 16 October 2019, 03:32 PM IST

Sports

Latest News

ନୂଆଦିଲ୍ଲୀ: ସୋମବାର ଅପରାହ୍ନରେ ଉତ୍ତର କାଲିଫର୍ଣ୍ଣିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜର ୪ ସମ୍ପର୍କୀୟ ଏବଂ ଅନ୍ୟ ଜଣଙ୍କୁ ହତ୍ୟା କରିଛି। ଏହାପରେ ଜଣଙ୍କ ମୃତ ଦେହକୁ ସାଙ୍ଗରେ ଆଣି ମାଉଣ୍ଚ ଶାସ୍ତ ଥାନା ନିକଟରେ ଥିବା ରୋଜେଭିଲେ ଥାନାରେ ହାଜର ହୋଇଥିଲା ହତ୍ୟାକାରୀ। ଏହାପରେ ଅନ୍ୟ ୪ ଜଣଙ୍କୁ ନିଜ ଘରେ ହତ୍ୟାକରି ରଖିଥିବା ଥାନାରେ କହିଥିଲା।

ମାଉଣ୍ଟ ଶାସ୍ତ ପୁଲିସ ନ୍ୟୁୟର୍କ ଟାଇମ୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ହତ୍ୟାକାରୀର ବ୍ୟବହାର ବହୁତ ଶାନ୍ତ ଏବଂ ନମ୍ର ଥିଲା। ତାର କଥାବାର୍ତ୍ତାରୁ ଜଣାପଡ଼ୁନଥିଲା ସେ ହିଁ ହତ୍ୟାକାରୀ। ହତ୍ୟାକାରୀର କାର ଖୋଲି ଦେଖିବା ପରେ ସମସ୍ତ ଘଟଣା ଜଣାପଡ଼ିଥିଲା।

ଏବେ ଉଭୟ ମାଉଣ୍ଟ ଶାସ୍ତ ଏବଂ ରୋଜେଭିଲେ ପୁଲିସ୍ ମିଳିତ ତଦନ୍ତ କରୁଛନ୍ତି। ହତ୍ୟାକାରୀ ଆପାର୍ଟମେଣ୍ଟରେ ସମସ୍ତ ମୃତ ଦେହକୁ ପୁଲିସ ଜବତ କରିଛି। ପୁଲିସ ହତ୍ୟାକାରୀ ଏବଂ ତାର ପରିବାର ଲୋକଙ୍କ ବାବଦରେ କୌଣସି ସୂଚନା ଦେଇନାହିଁ। ହତ୍ୟାକାରୀ ଏବେ ଅଟକ ରହିଛି। ହେଲେ କୌଣସି ମାମଲା ତା ବିରୋଧରେ ଦାୟର ହୋଇନାହିଁ। ହତ୍ୟାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos