ମଣିପୁର ଘଟଣାର ପ୍ରତିଶୋଧ: ମିଆଁମାରରେ ପଶି ଆତଙ୍କବାଦୀଙ୍କୁ ମାରିଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ମଣିପୁର ହତ୍ୟାକାଣ୍ଡର ପ୍ରତିଶୋଧ ନେଇଛି ଭାରତୀୟ ସେନା। ଏଥିପାଇଁ ଭାରତୀୟ ସେନାକୁ ପ୍ରଥମ ଥର ପାଇଁ ଆଉ ଏକ ଦେଶର ସୀମା ଭିତରେ ପ୍ରବେଶ କରିବାକୁ ପଡ଼ିଛି। ଭାରତୀୟ ସେନା ମିଆଁମାର ସୀମା ମଧ୍ୟରେ ପ୍ରବେଶ କରି ଭାରତର ଉତ୍ତର-ପୂର୍ବରେ ଅଞ୍ଚଳରେ ସକ୍ରିୟ ଥିବା ଦୁଇଟି ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ହତ୍ୟା କରିଛି। ଅବଶ୍ୟ ମିଆଁମାର ସେନା ଏଥିରେ ଭାରତୀୟ ସେନାକୁ ସହଯୋଗ କରିଥିଲା। ମୃତ ଆତଙ୍କବାଦୀମାନେ ଗତ ଜୁନ୍ ୪ ତାରିଖରରେ ମଣିପୁରର ଚାଣ୍ଡେଲ […]

ranbir

ranbir

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 05:27 PM IST

Sports

Latest News

ନୂଆଦିଲ୍ଲୀ: ମଣିପୁର ହତ୍ୟାକାଣ୍ଡର ପ୍ରତିଶୋଧ ନେଇଛି ଭାରତୀୟ ସେନା। ଏଥିପାଇଁ ଭାରତୀୟ ସେନାକୁ ପ୍ରଥମ ଥର ପାଇଁ ଆଉ ଏକ ଦେଶର ସୀମା ଭିତରେ ପ୍ରବେଶ କରିବାକୁ ପଡ଼ିଛି। ଭାରତୀୟ ସେନା ମିଆଁମାର ସୀମା ମଧ୍ୟରେ ପ୍ରବେଶ କରି ଭାରତର ଉତ୍ତର-ପୂର୍ବରେ ଅଞ୍ଚଳରେ ସକ୍ରିୟ ଥିବା ଦୁଇଟି ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ହତ୍ୟା କରିଛି। ଅବଶ୍ୟ ମିଆଁମାର ସେନା ଏଥିରେ ଭାରତୀୟ ସେନାକୁ ସହଯୋଗ କରିଥିଲା। ମୃତ ଆତଙ୍କବାଦୀମାନେ ଗତ ଜୁନ୍ ୪ ତାରିଖରରେ ମଣିପୁରର ଚାଣ୍ଡେଲ ଜିଲ୍ଲାରେ ଆମ୍ବୁସ ଲଗାଇ ଭାରତୀୟ ସେନାର ୧୮ ଜଣ ଯବାନଙ୍କୁ ହତ୍ୟା କରିଥିଲେ।

ମଙ୍ଗଳବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ଏଥିରେ ଉପସ୍ଥିତ ମେଜର ରଣବୀର ସିଂହ କହିଥିଲେ ଯେ ଗୁଇନ୍ଦା ସୂଚନା ମୁତାବକ ଦୁଇଟି ଆତଙ୍କବାଦୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଭାରତୀୟ ଯବାନମାନେ ଦୁଇଟି ଭାଗରେ ବିଭିକ୍ତ ହୋଇ ଏହି ଅପରେସନକୁ ସଫଳ କରିଥିଲେ। ନାଗାଲାଣ୍ଡ ଓ ମଣିପୁର ସୀମାରେ ଯୋଜନାବଦ୍ଧ ଭାବେ ଏହି ଅପରେସନ୍ କରାଯାଇଥିଲା। ମିଆଁମାର ସୀମା ଭିତରକୁ ପ୍ରବେଶ କରିବାକୁ ପଡ଼ିଥିଲା ସେନାର ଏହି ଦୁ଼ଇଟି ଦଳକୁ। ଏଥିପାଇଁ ମିଆଁମାର ସେନା ମଧ୍ୟ ସହଯୋଗ କରିଥିଲା। ଏଥିରେ ଅନେକ ଆତଙ୍କବାଦୀ ମୃତାହତ ହୋଇଛନ୍ତି। ତେବେ କେତେ ଜଣ ଆତଙ୍କବାଦୀ ମୃତାହତ ହୋଇଛନ୍ତି ସେ ନେଇ କୌଣସି ସୂଚନା ଦେଇ ନଥିଲେ ମେଜର ରଣବୀର ସିଂହ। ସେ କେବଳ କହିଥିଲେ, ଏମିତି ଅପରେସନରେ ମରୁ ଥିବା ଅବା ଆହତ ହେଉଥିବା ଆତଙ୍କୀଙ୍କ ହିସାବ ରଖାଯାଏ ନାହିଁ। ଏହି ଆତଙ୍କବାଦୀମାନେ ମଣିପୁର ଭଳି ଘଟଣା ଆହୁରି ଘଟାଇବାକୁ ଯୋଜନା କରିଥିଲେ ବୋଲି ସେ କହିଥିଲେ। ଗୁଇନ୍ଦା ପକ୍ଷରୁ ଏହି ସୂଚନା ଦିଆଯିବା ପରେ ପୂରା ଭାରତୀୟ ସେନାକୁ ସତର୍କ କରି ଦିଆଯାଇଥିଲା।

ସୂଚନାଯୋଗ୍ୟ, ମଣିପୁରରେ ୧୮ ଜଣ ଯବାନଙ୍କୁ ହତ୍ୟା କରାଯିବା ପରେ ଆତଙ୍କବାଦୀମାନଙ୍କୁ ଖୋଜି ହତ୍ୟା କରିବା ପାଇଁ ଭାରତୀୟ ସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ପୂର୍ବରୁ କେବେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ନଜିର ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos