ଟ୍ରେଲର ଓ ଜିପ୍ ମଧ୍ୟରେ ଧକ୍କା, ୭ ମୃତ
ଜୟପୁର: ଟ୍ରେଲର ଟ୍ରକ ଓ ଜିପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ସାତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ଉଦୟପୁର-ନିମ୍ବାହେରା ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ଜଣଙ୍କର ପରେ ମୃତ୍ୟୁ ଘଟିଛି। ମୋଟ୍ ନଅ ଜଣ ଆହତ ହୋଇଥିବା ପୁଲିସ କହିଛି। ସମସ୍ତ ଆହତ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
Pained by the loss of lives due to an accident at Nikumbh, Chittorgarh. In this sad hour, my thoughts are with the bereaved families. I wish the injured a speedy recovery: PM @narendramodi
— PMO India (@PMOIndia) December 12, 2020
Saddened to know of a road accident in Nikumbh, #Chittorgarh, in which many people have lost lives. My heartfelt condolences to the bereaved families. May they find strength. Prayers for speedy recovery of those injured.
— Ashok Gehlot (@ashokgehlot51) December 12, 2020
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ପୀଡିତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।