ଇସଲାମବାଦ: ପାକିସ୍ତାନର ଖୁପିଆ ଏଜେନ୍ସି ଇଣ୍ଟର ସର୍ଭିସିସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ଦେଶର ସବୋର୍ଚ୍ଚ ନ୍ୟାୟାଳୟରେ ଖୁଲାସା କରିଛି ଯେ ମେ’ ମାସ ମଧ୍ୟରେ ୬,୮୫୬ ଟେଲିଫୋନ୍ କ୍ଲାସ୍ ଟ୍ୟାପ୍ କରିଛି।
ଏନେଇ ଉପମହାଧିବକ୍ତା (ଟିଏଜି) ସାଜିଦ୍ ଇଲିଆସ୍ ଭଟ୍ଟୀଙ୍କ ଦ୍ୱାରା ପଠାଇଥିବା ଦସ୍ତାବିଜ୍ ପରେ ଅଦାଲତ କହିଛନ୍ତି ଯେ, ଆଇଏସଆଇ ଫେବୃୟାରୀରେ ୬,୫୨୩ ଫୋନ ନମ୍ୱର, ମାର୍ଚ୍ଚରେ ୬,୮୧୯, ଏପ୍ରିଲରେ ୬,୭୪୨ ଓ ମେ’ରେ ୬୮୫୬ ନମ୍ୱର ଟ୍ୟାପ୍ କରାଯାଇଛି।
ଏହି ଗୋପନୀୟ ରିପୋର୍ଟ ଆଇଏସଆଇ ତରଫରୁ ଡିଏଜି ୨୨ ମେ’ରେ ଉପସ୍ଥାପନା କରିଥିଲା। ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଉପସ୍ଥାପନ ସମୟରେ କହିଥିଲେ ଆଇଏସ୍ ସାରା ଦେଶରେ ୫, ୫୯୪ ଫୋନ୍ ନମ୍ୱର କ୍ଲାସ୍ ଟ୍ୟାପ୍ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।