୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ୪ଟିରେ ପରିଣତ ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଟ୍ରିଲିଅନ୍ ଅର୍ଥନୀତି ଘୋଷଣାକୁ ବାସ୍ତବ ରୂପ ଦେବା ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥନୀତିରେ ସୁଧାର ଅଣାଯିବା ପାଇଁ ସେ କରିଥିବା ଘୋଷଣା ଅନୁଯାୟୀ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ୪ଟିରେ ପରିଣତ ହେବ। ଶୁକ୍ରବାର ସେ କରିଥିବା ଘୋଷଣା ଅନୁଯାୟୀ, ପିଏନ୍ବି, ଓବିସି ଏବଂ ୟନାଇଟେଡ୍ ବ୍ୟାଙ୍କର ମିଶ୍ରଣ କରାଯାଇ ଭାରତର ଦ୍ୱିତୀୟ ସର୍ବବୃହତ୍ ବ୍ୟାଙ୍କ ଗଠନ କରାଯିବ। ୟୁନିଅନ୍ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ […]

nirmala

nirmala

Subrat Kumar Nayak
  • Published: Friday, 30 August 2019
  • Updated: 30 August 2019, 05:14 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଟ୍ରିଲିଅନ୍ ଅର୍ଥନୀତି ଘୋଷଣାକୁ ବାସ୍ତବ ରୂପ ଦେବା ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥନୀତିରେ ସୁଧାର ଅଣାଯିବା ପାଇଁ ସେ କରିଥିବା ଘୋଷଣା ଅନୁଯାୟୀ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ୪ଟିରେ ପରିଣତ ହେବ।

ଶୁକ୍ରବାର ସେ କରିଥିବା ଘୋଷଣା ଅନୁଯାୟୀ, ପିଏନ୍ବି, ଓବିସି ଏବଂ ୟନାଇଟେଡ୍ ବ୍ୟାଙ୍କର ମିଶ୍ରଣ କରାଯାଇ ଭାରତର ଦ୍ୱିତୀୟ ସର୍ବବୃହତ୍ ବ୍ୟାଙ୍କ ଗଠନ କରାଯିବ। ୟୁନିଅନ୍ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କ ମିଶ୍ରଣ କରି ଭାରତର ୫ମ ବୃହତ୍ ବ୍ୟାଙ୍କ ଗଠନ କରାଯିବ। ସେହିଭଳି କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ୍ ବ୍ୟାଙ୍କ ଦେଶର ଚତୁର୍ଥ ବୃହତ୍ ବ୍ୟାଙ୍କରେ ପରିଣତ ହେବ। ଅନ୍ୟତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଣ୍ଡିଆନ୍ ବ୍ୟାଙ୍କ ଆଲ୍ଲାବାଦ୍ ବ୍ୟାଙ୍କ ସହିତ ମିଶି ଦେଶର ସପ୍ତମ ବୃହତ୍ ବ୍ୟାଙ୍କ ହେବ।

ଏସବୁକୁ ‘ନେକ୍ସଟ୍ଜେନ୍ ପବ୍ଲିକ୍ ସେକ୍ଟର ବ୍ୟାଙ୍କ’ ବୋଲି ଅଭିହିତ କରିବା ସହ ନିର୍ମଳା ଏହାର ଲକ୍ଷ୍ୟ ବାବଦରେ ଆଜି ଅବତାରଣା କରିଛନ୍ତି। ଏହା କିପରି ରାଷ୍ଟ୍ରାୟତ୍ତ ବ୍ୟବସାୟ ଏବଂ କମର୍ସିଆଲ ବ୍ୟାଙ୍କଗୁଡ଼ିକର ବ୍ୟବସାୟ ବଢ଼ାଇବ ସେ ସେହି ତଥ୍ୟ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos