ମେହବୁବାଙ୍କୁ ଗୃହବନ୍ଦୀ କରି ରଖାଯାଇନି, ଅଭିଯୋଗ ଭିତ୍ତିହୀନ କହିଲା ପୁଲିସ

ଶ୍ରୀନଗର: ଜମ୍ମୁ କଶ୍ମୀରର ପିଡିପି ସୁପ୍ରିମୋ ମେହବୁବା ମୁଫତି ଏବଂ ତାଙ୍କ ଝିଅ ଇଲତିଜା ମୁଫତିଙ୍କୁ ଗୃହବନ୍ଦୀ କରି ରଖାଯାଇନି। କଶ୍ମୀର ଜୋନ ପୁଲିସ ସଂଧ୍ୟାରେ ଏହା ସ୍ପଷ୍ଟ କରିଛି। ଶୁକ୍ରବାର କିନ୍ତୁ ମୁଫତି କହିଥିଲେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଏଭଳି ଖବରକୁ କିନ୍ତୁ ଖଣ୍ଡନ କରିଛି ପୁଲିସ। ମେହବୁବାଙ୍କୁ ଅଟକ ରଖାଯାଇଛି। କାହିଁକି ଏଭଳି କରାଯାଇଛି ସେ ବାବଦରେ ମଧ୍ୟ ପୁଲିସ ସ୍ପଷ୍ଟ କରିଛି। କଶ୍ମୀର ପୁଲିସ ଟ୍ୱିଟ୍ କରି କହିଛି ଯେ ପିଡିପି […]

MUFTI (1)

MUFTI (1)

Subhransu Sekhar
  • Published: Friday, 27 November 2020
  • Updated: 27 November 2020, 08:53 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରର ପିଡିପି ସୁପ୍ରିମୋ ମେହବୁବା ମୁଫତି ଏବଂ ତାଙ୍କ ଝିଅ ଇଲତିଜା ମୁଫତିଙ୍କୁ ଗୃହବନ୍ଦୀ କରି ରଖାଯାଇନି। କଶ୍ମୀର ଜୋନ ପୁଲିସ ସଂଧ୍ୟାରେ ଏହା ସ୍ପଷ୍ଟ କରିଛି। ଶୁକ୍ରବାର କିନ୍ତୁ ମୁଫତି କହିଥିଲେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଏଭଳି ଖବରକୁ କିନ୍ତୁ ଖଣ୍ଡନ କରିଛି ପୁଲିସ। ମେହବୁବାଙ୍କୁ ଅଟକ ରଖାଯାଇଛି। କାହିଁକି ଏଭଳି କରାଯାଇଛି ସେ ବାବଦରେ ମଧ୍ୟ ପୁଲିସ ସ୍ପଷ୍ଟ କରିଛି।

କଶ୍ମୀର ପୁଲିସ ଟ୍ୱିଟ୍ କରି କହିଛି ଯେ ପିଡିପି ନେତା ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇ ନାହିଁ। ହେଲେ ତାଙ୍କ ସୁରକ୍ଷା ଦୃଷ୍ଟିରୁ ପୁଲୱାମା ନଯିବାକୁ କୁହାଯାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଆଜି ପ୍ରଥମେ ଟ୍ୱିଟ୍ କରି କହିଥିଲେ ଯେ ତାଙ୍କୁ ପୁଣି ବେଆଇନ ଭାବେ ଅଟକ ରଖାଯାଇଛି। ସେ କହିଛନ୍ତି ଯେ ଦୁଇ ଦିନ ପରେ ମଧ୍ୟ ଜମ୍ମୁ କଶ୍ମୀର ପ୍ରଶାସନ ତାଙ୍କୁ ପୁଲୱାମା ଯିବାକୁ ଅନୁମତି ଦେଉନି। ଏମିତିକି ତାଙ୍କ ଝିଅକୁ ମଧ୍ୟ ଗୃହବନ୍ଦୀ କରି ରଖାଯାଇଛି।

ସେ ଆହୁରି କହିଛନ୍ତି, କଶ୍ମୀରର ଚାରିଆଡେ ଯିବାକୁ ବିଜେପି ନେତାମାନଙ୍କୁ ଅନୁମତି ମିଳୁଛି, ହେଲେ ସୁରକ୍ଷା କାରଣ ଦର୍ଶାଇ ତାଙ୍କୁ ଯିବାକୁ ଅନୁମତି ଦିଆଯାଉନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos