ଅଣ୍ଡା ଓ ମାଂସକୁ ଭଲ ଭାବେ ରାନ୍ଧି ଖାଇବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବାର୍ଡ ଫ୍ଲୁ ବ୍ୟାପିବା ଆରମ୍ଭ କରିଥିବା ବେଳେ ଏଥିପାଇଁ ବ୍ୟସ୍ତ ନ ହେବାକୁ କେନ୍ଦ୍ର ପଶୁ ସମ୍ପଦ ମନ୍ତ୍ରୀ ଗିରିରାଜ ସିଂହ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଆଭିଆନ ଏନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁରୁ ବର୍ତ୍ତିବାକୁ ହେଲେ କ’ଣ କରିବାକୁ ହେବ, ସେକଥା ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବାର୍ଡ ଫ୍ଲୁ ଭିତରେ ମଧ୍ୟ ଦେଶବାସୀ ଅଣ୍ଡା ଓ ମାଂସ ବେଶ ଆରାମରେ ଖାଇପାରିବେ। କିନ୍ତୁ ଏହାକୁ ଭଲ ଭାବେ ଶିଝାଇ ଓ ରାନ୍ଧିବା ପରେ ଖାଇଲେ, […]

hf

hf

Hemant Lenka
  • Published: Wednesday, 06 January 2021
  • Updated: 06 January 2021, 04:51 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ବାର୍ଡ ଫ୍ଲୁ ବ୍ୟାପିବା ଆରମ୍ଭ କରିଥିବା ବେଳେ ଏଥିପାଇଁ ବ୍ୟସ୍ତ ନ ହେବାକୁ କେନ୍ଦ୍ର ପଶୁ ସମ୍ପଦ ମନ୍ତ୍ରୀ ଗିରିରାଜ ସିଂହ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଆଭିଆନ ଏନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁରୁ ବର୍ତ୍ତିବାକୁ ହେଲେ କ’ଣ କରିବାକୁ ହେବ, ସେକଥା ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ବାର୍ଡ ଫ୍ଲୁ ଭିତରେ ମଧ୍ୟ ଦେଶବାସୀ ଅଣ୍ଡା ଓ ମାଂସ ବେଶ ଆରାମରେ ଖାଇପାରିବେ। କିନ୍ତୁ ଏହାକୁ ଭଲ ଭାବେ ଶିଝାଇ ଓ ରାନ୍ଧିବା ପରେ ଖାଇଲେ, ବାର୍ଡ ଫ୍ଲୁ କିଛି କରିପାରିବ ନାହିଁ ବୋଲି ସେ କହିଛନ୍ତି।

ସେ ଆଜି ଟ୍ୱିଟ କରି କହିଛନ୍ତି, “କିଛି ସ୍ଥାନରେ ବିଦେଶରୁ ଆସିଥିବା ପକ୍ଷୀ ଓ ଜଙ୍ଗଲରେ ରହୁଥିବା ପକ୍ଷୀଙ୍କ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ ମିଳିଥିବା ଖବର ମିଳିଛି। ତେଣୁ ଅଣ୍ଡା ଓ ମାଂସକୁ ଲୋକମାନେ ଭଲ ଭାବେ ରାନ୍ଧି ଖାଆନ୍ତୁ। ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ରାଜ୍ୟମାନଙ୍କ ସହ ଯୋଗାଯୋଗ କରି ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି।”

ଏହାବାଦ ଶ୍ରୀ ସିଂହ ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, କେରଳ ଓ ରାଜସ୍ଥାନରେ ଦେଖାଯାଇଥିବା ଆଭିଆନ ଫ୍ଲୁର ଷ୍ଟାଟସ ରିପୋର୍ଟ ଦେଇଛନ୍ତି। ଏହି ସବୁ ରାଜ୍ୟର ୧୨ଟି ସ୍ଥାନକୁ ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳ ଭାବେ ଚିହ୍ନଟ କରାଯାଇଛି। ବିଗତ ୧୦ ଦିନ ହେଲାଣି ଦେଶର ବିଭିନ୍ନ ସ୍ଥାନରେ ପକ୍ଷୀ ମଡ଼କ ଦେଖିବାକୁ ମିଳୁଛି।

ପ୍ରାଣ ହରାଇଥିବା ପକ୍ଷୀମାନଙ୍କ ମଧ୍ୟରେ ଅନେକ ବିଦେଶରୁ ଆସିଥିବା ଜଣାପଡ଼ିଛି। ଏମାନଙ୍କ ଶରୀରରେ ବାର୍ଡ ଫ୍ଲୁର ଭୂତାଣୁ ଠାବ ହେବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ କୁକୁଡ଼ା ଓ ବତକ ମରାଯିବା ଅଭିଯାନ ଆରମ୍ଭ କରାଯାଇଛି। ସେହିପରି ପ୍ରଭାବିତ ହେବା ଆଶଙ୍କାରେ କିଛି ରାଜ୍ୟ ଆନ୍ତଃରାଜ୍ୟ କୁକୁଡ଼ା ବ୍ୟବସାୟକୁ ବନ୍ଦ କରିଦେଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ସ୍ଥିତି ଉପରେ ନଜର ରଖିବା ପାଇଁ ଦିଲ୍ଲୀରେ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରିଛନ୍ତି।

କେନ୍ଦ୍ର ସରକାର ବାର୍ଡ ଫ୍ଲୁ ପାଇଁ ଜାରି କରିଥିବା ଗାଇଡଲାଇନରେ କହିଛନ୍ତି ଯେ କୁକୁଡ଼ା ଓ ପକ୍ଷୀ ଚାଷ ହେଉଥିବା ଅଞ୍ଚଳଗୁଡ଼ିକ ପାଇଁ ଜୈବ ସୁରକ୍ଷା ବଳୟ କରାଯାଉ। ସେହିପରି ସଂକ୍ରମିତ ସ୍ଥାନଗୁଡ଼ିକୁ ଭଲ ଭାବେ ବିଶୋଧନ କରିବା, ପ୍ରାଣ ହରାଇଥିବା ପକ୍ଷୀମାନଙ୍କୁ ଭଲ ଭାବେ ପୋତା ଯାଇ ନଷ୍ଟ କରାଯିବା ଓ ସର୍ଭେଲାନ୍ସକୁ ଠିକ ଭାବେ ପାଳନ କରିବାକୁ କହିଛନ୍ତି।

ରାଜ୍ୟ ସରକାରଙ୍କ ଅଧିକାରୀମାନେ ବନ ବିଭାଗ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବାକୁ ମଧ୍ୟ କେନ୍ଦ୍ର ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story