ମୋ ପାଇଁ ଅବା ମୋ ପରିବାର ପାଇଁ ଦେଶର ଅର୍ଥକୁ ବ୍ୟବହାର କରିନି: ମନମୋହନ

ନୂଆଦିଲ୍ଲୀ: ଟୁଜି ଦୁର୍ନୀତି ମାମଲାର ଟ୍ରାଇର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ବୈଜଲ ତାଙ୍କ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟକୁ ଆଜି ଖଣ୍ଡନ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଏହା ସହିତ ମୋଦି ସରକାରଙ୍କୁ ସମାଲାଚନା କରି ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ବିପଦରେ ପଡ଼ି ଯାଇଛନ୍ତି ବୋଲି କହିଛନ୍ତି। ଏନଏସୟୁଆଇର ଜାତୀୟ ସମ୍ମେଳନ ଅବସରରେ ସେ ଏହା କହିଛନ୍ତି। ଡ.ସିଂହ କହିଥିଲେ ଯେ ସେ ନିଜର ଅବା ନିଜର ପରିବାର ଏବଂ ବନ୍ଧୁ ମାନଙ୍କୁ ଧନୀ କରିବାକୁ ଦେଶର […]

ManmohanSingh

ManmohanSingh

Rakesh Mallick
  • Published: Wednesday, 27 May 2015
  • Updated: 27 May 2015, 11:26 AM IST

Sports

Latest News

ନୂଆଦିଲ୍ଲୀ: ଟୁଜି ଦୁର୍ନୀତି ମାମଲାର ଟ୍ରାଇର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ବୈଜଲ ତାଙ୍କ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟକୁ ଆଜି ଖଣ୍ଡନ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଏହା ସହିତ ମୋଦି ସରକାରଙ୍କୁ ସମାଲାଚନା କରି ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ବିପଦରେ ପଡ଼ି ଯାଇଛନ୍ତି ବୋଲି କହିଛନ୍ତି। ଏନଏସୟୁଆଇର ଜାତୀୟ ସମ୍ମେଳନ ଅବସରରେ ସେ ଏହା କହିଛନ୍ତି।

ଡ.ସିଂହ କହିଥିଲେ ଯେ ସେ ନିଜର ଅବା ନିଜର ପରିବାର ଏବଂ ବନ୍ଧୁ ମାନଙ୍କୁ ଧନୀ କରିବାକୁ ଦେଶର ଅର୍ଥକୁ ବ୍ୟବହାର କରି ନାହାନ୍ତି। ମୋଦି ସରକାର ବାରମ୍ବାର ଦୁର୍ନୀତି କଥା କହି ଲୋକଙ୍କ ନଜରକୁ ଅଣ-ପ୍ରସଙ୍ଗ ଗୁଡ଼ିକ ଆଡ଼କୁ ନେବାକୁ ଉଦ୍ୟମ କରୁଛନ୍ତି। ଉପା ସରକାର ଅମଳରେ ଦୁର୍ନୀତି ହୋଇଛି ବୋଲି ଯେଉଁ ଅଭିଯୋଗ ଏବର ଏନଡିଏ ସରକାର କରୁଛନ୍ତି ତାହା ସଂପୂର୍ଣ୍ଣ ମିଛ। ଓଲଟି ମୋଦି ସରକାରଙ୍କ ଅମଳରେ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ବିପଦରେ ପଡ଼ି ଯାଇଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ ଉପା ସରକାରଙ୍କ ଅମଳରେ ଅନେକ ନୂଆ କାର୍ଯ୍ୟକ୍ରମ ଓ ଯୋଜନା ହାତକୁ ନିଆଯାଇଥିଲା। ଅନେକ ନୂଆ ନୀତି ମଧ୍ୟ ପ୍ରଣୟନ କରାଯାଇଥିଲା।

ଡ.ସିଂହ କହିଥିଲେ ଯେ ତାଙ୍କ ସରକାର ଦେଶର ଅର୍ଥନୈତିକ ସ୍ଥିତିକୁ ବିଗାଡ଼ି ଦେଇଛନ୍ତି ବୋଲି ଯେଉଁ ଅଭିଯୋଗ କରାଯାଉଛି ତାହା ଠିକ୍ ନୁହେଁ। ଉପା ସରକାର କ୍ଷମତାରୁ ଅପସରି ଯିବା ବେଳକୁ ଭାରତ ବିଶ୍ୱର ଦ୍ୱିତୀୟ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ରାଷ୍ଟ୍ର ଥିଲା। ଏବେ ଦେଶର ଅର୍ଥନୀତି ଦିଗହୀନ ହୋଇଯାଇଛି।

ଗତକାଲି ପୂର୍ବତନ ଟ୍ରାଇ ଅଧ୍ୟକ୍ଷ ପ୍ରଦୀପ ବୈଜଲ ଅଭିଯୋଗ କରିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କୁ ଟୁଜି ମାମଲାରେ ସହଯୋଗ ନକଲେ ପରିଣାମ ଭଲ ହେବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଆଉ ଆଜି ଏନେଇ ଡ.ସିଂହ ମୁହଁ ଖୋଲି ଥିଲେ ଓ ନିଜକୁ ନିର୍ଦ୍ଦୋଷ ବୋଲି ଯୁକ୍ତି ବାଢ଼ିଥିଲେ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଏନେଇ ଡ.ସିଂହଙ୍କୁ ସମାଲୋଚନା କରାଯାଇଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି ଯେ ଦୁର୍ନୀତି ନେଇ ମନମୋହନ ସିଂହ ଚୁପ୍ କାହିଁକି ରହିଥିଲେ। ଟୁଜି ଦୁର୍ନୀତି ନେଇ କଂଗ୍ରେସ ତା’ ମତ ସ୍ପଷ୍ଟ କରୁ।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଏହି ମନ୍ତବ୍ୟ ଆସିବା ପରେ ବିଜେପି ମୁଖପାତ୍ର ସଂବିତ୍ ପାତ୍ର କହିଥିଲେ ଯେ ଏହା ଏକ ଭଲ କଥା ଯେ ଶେଷରେ ସେ ମୁହଁ ଖୋଲିଲେ। କିନ୍ତୁ ଦେଶର ହିତ ପାଇଁ ମୁହଁ ଖୋଲି ନାହାନ୍ତି। ନିଜକୁ ବଞ୍ଚାଇବା ପାଇଁ ମୁହଁ ଖୋଲିଛନ୍ତି। ପୁଣି ବିଜେପି ଦୁର୍ନୀତି କଥାକୁ ବାରମ୍ବାର ଉଠାଇ ଲୋକଙ୍କ ଦୃଷ୍ଟିକୁ କେବଳ ଅଣ-ପ୍ରସଙ୍ଗ ଗୁଡ଼ିକୁ ଆଣୁଥିବା ନେଇ ମନମୋହନ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ହାସ୍ୟସ୍ପଦ ବୋଲି ବିଜେପି ମୁଖପାତ୍ର କହିଥିଲେ।  ସଂବିତ ପାତ୍ର କହିଥିଲେ ଯେ ଦେଶରେ ଏବେ ଦୁର୍ନୀତି ହେଉଛି ସବୁଠୁ ବଡ଼ ପ୍ରସଙ୍ଗ। ତେଣୁ ପୂର୍ବତନ ପ୍ରଧାନମନ୍ତ୍ରୀ କିପରି କହିପାରିବେ ଯେ ଏହା ଏକ ଅଣ-ପ୍ରସଙ୍ଗ ଅବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ ବୋଲି। ଯେତେବେଳେ ଦୁର୍ନୀତି ହେଉଥିଲା ସେତେବେଳେ ସେ ମୁହଁ ବନ୍ଦ ରଖିଥିଲେ। ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କ ସହିତ ସଂଶ୍ଳୀଷ୍ଟ ବ୍ୟକ୍ତିମାନେ ହିଁ କହିଛନ୍ତି ଯେ ସେ ଦୁର୍ନୀତି ନେଇ ମୁହଁ ଖୋଲୁ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story