ନୂଆଦିଲ୍ଲୀ: ସୀମାରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପରେ ଜମ୍ମୁ କାଶ୍ମୀରର ଉରି ସେକ୍ଟରରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଫୋନ୍ ସେବା ବନ୍ଦ ରଖାଯାଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେନା କହିଛି ଯେ ଗତ ୩୦ ଘଣ୍ଟା ଧରି ଅପରେଶନ କାଉଣ୍ଟର-ଅନୁପ୍ରବେଶ ଜାରି ରହିଛି। ଉରି ସେକ୍ଟରରେ ଚଳିତ ବର୍ଷ ଏହା ହେଉଛି ଦ୍ୱିତୀୟ ଅନୁପ୍ରବେଶ ଉଦ୍ୟମ । ସେନାର ଜଣେ ବରିଷ୍ଠ ସେନାଧ୍ୟକ୍ଷ କହିଛନ୍ତି ଯେ ଚଳିତ ବର୍ଷ ଏଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ନାହିଁ କି କ୍ରସ୍ ବୋର୍ଡ଼ର ଫାୟାର ହୋଇ ନାହିଁ। କୌଣସି ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ଲ୍ୟୁଟ୍ନାଣ୍ଟ ଜେନେରାଲ ଡି.ପି ପାଣ୍ଡେ କହିଛନ୍ତି। ସେ କହିଛନ୍ତି ଯେ, ପୂର୍ବ ବର୍ଷ ଭଳି ଏଠାରେ ଅନୁପ୍ରବେଶ ଉଦ୍ୟମ କରାଯାଇଛି। କିନ୍ତୁ ସେ ଦେଖିବା ଭିତରେ ଆତଙ୍କବାଦୀମାନେ ଦୁଇଥର ସଫଳ ହୋଇଛନ୍ତି । ଅନୁପ୍ରବେଶ ଉଦ୍ୟମ ଖବର ଆସିବା ପରେ ଗତ ୨୪ ଘଣ୍ଟା ଧରି ଉରିରେ ତୀକ୍ଷଣ୍ ନଜର ରଖାଯାଇଛି। ଆମେ ସେମାନଙ୍କୁ ଖୋଜୁଛୁ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।