ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜନତା କର୍ଫ୍ୟୁ ସମୟରେ ଲୋକ ମାନଙ୍କୁ ଥାଳି, ତାଳି ଓ ଘଣ୍ଟି ବଜାଉଥିବା ଦେଖି ଅଭିଭୂତ ହୋଇଛନ୍ତି। ଏଥିରେ ସ୍ୱତଃପ୍ରବୃତ୍ତ ଭାବେ ସହଯୋଗ କରିଥିବା ଲୋକଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଏଥିସହ କହିଛନ୍ତି, “ଏହା ଧନ୍ୟବାଦର ସ୍ୱର, କିନ୍ତୁ ଏହା ଏକ ଲମ୍ବା ଲଢ଼େଇରେ ବିଜୟର ଆରମ୍ଭ ମଧ୍ୟ। ଆସନ୍ତୁ, ଏହି ସଂକଳ୍ପ ସହିତ, ଏହି ସଂଯମତା ସହିତ ଏକ ଲମ୍ବା ଲଢ଼େଇ ପାଇଁ ନିଜକୁ ସାମାଜିକ ଦୂରତାରେ ବାନ୍ଧିବା।”
ମୋଦି ଆହୁରି ମଧ୍ୟ କହିଛନ୍ତି, “ଆଜି ରାତି ୯ଟାରେ ଯଦିଓ ଜନତା କର୍ଫ୍ୟୁ ସରିଯିବ, ଏହାର ଅର୍ଥ ନୁହେଁ ଯେ ଉତ୍ସବ ମନାଇବା। ଏହାକୁ ସଫଳତା ଭାବନ୍ତୁ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରିବା ସହ ଲକ୍ଡାଉନ୍ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ଘରୁ ବାହାରନ୍ତ ନାହିଁ। ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଜରୁରୀ ନଥିଲେ ଘରୁ ବାହାରନ୍ତୁନାହିଁ।”
ଶେଷରେ ସେ କହିଥିଲେ, “କରୋନା ଭାଇରସ୍ ଲଢ଼େଇରେ ନେତୃତ୍ୱ ନେଇଥିବା ପ୍ରତି ବ୍ୟକ୍ତିଙ୍କୁ ଦେଶ ଏକ ମନରେ ଧନ୍ୟବାଦ ଦେଇଛି। ଦେଶବାସୀଙ୍କ ନିକଟରେ କୃତଜ୍ଞତା ଜଣାଉଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ପ୍ରବଳ ଥଣ୍ଡା, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲ ଛୁଟି
ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି।
National
ଆଶ୍ଚର୍ଯ୍ୟ! ଡାକ୍ତର ଘୋଷଣା କରିଥିଲେ ମୃତ, କିନ୍ତୁ ଜୀବନ ଫେରାଇ ଦେଲା ହମ୍ପସ
ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବୃଦ୍ଧ ଘଟଣାକ୍ରମରେ ଜୀବିତ ଅବସ୍ଥାରେ ହସ୍ପିଟାଲରୁ ବାହାରିଛନ୍ତି।
National
ବାହା ହେବା ନିଶାରେ ଭାରତରୁ ପାକିସ୍ତାନ ପଳାଇଲେ, କିନ୍ତୁ...
ଯେଉଁ ଅନାଲାଇନ ବନ୍ଧୁଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ଏତେ ରିସ୍କ ନେଇଥିଲେ, ସେ ନିଜେ ହିଁ ତାଙ୍କ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
Crime
ପୁଲିସ ଉପରେ ଗାଡି ଚଢ଼ାଇ ଚମ୍ପଟ ମାରିଲେ ଗଞ୍ଜେଇ ଗ୍ୟାଙ୍ଗ; ଦେଖନ୍ତୁ ଭିଡିଓ
ପୂର୍ବରୁ ସୂଚନା ପାଇ ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଇଁ ଟୋଲ ପ୍ଲାଜାରେ ଅଟକାଇଥିଲା ପୁଲିସ। ଗାଡ଼ି ଚଢ଼ାଇ ଫେରାର୍ ହୋଇଗଲେ ଗଞ୍ଜେଇ ମାଫିଆ।
Crime
ପଡ଼ୋଶୀଙ୍କୁ ହତ୍ୟା କଲେ ବାପ-ପୁଅ, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ
ସୁରେଶଙ୍କ ଝିଅ ଫେରାର ହେବା ପଛରେ ରାମଚନ୍ଦ୍ରଙ୍କ ହାତ ଥିବା ଆଶଙ୍କାରେ ତାଙ୍କୁ ବାପ-ପୁଅ ମାରି ଦେଇଛନ୍ତି।