ଠିକ୍ ସମୟରେ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଜୁନ୍ ୧ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବ। ପୂର୍ବରୁ ବାତ୍ୟା ଅମ୍ଫାନ୍ ପାଇଁ ୨ରୁ ୪ ଦିନ ମୌସୁମୀ ବିଳମ୍ୱ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିଲା। ଏବେ କିନ୍ତୁ ମୌସୁମୀ ସଠିକ୍ ସମୟରେ ଛୁଇଁବ ବୋଲି ଜଣାପଡ଼ିଛି। ମେ ୩୧ ରୁ ଜୁନ୍ ୪ ମଧ୍ୟରେ ଆରବ ସାଗରରେ ଏକ ଲଘୁଚାର ଅନୁଭୂତ ହେବାକୁ ଯାଉଥିବାରୁ ମୌସୁମୀ ସଠିକ୍ ସମୟରେ କେରଳ ଛୁଇଁବ ବୋଲି ଜଣାପଡ଼ିଛି। ଗତ ଗୁରୁବାର […]

Monsoon

Monsoon

Subhransu Sekhar
  • Published: Thursday, 28 May 2020
  • Updated: 28 May 2020, 06:43 PM IST

Sports

Latest News

ନୂଆଦିଲ୍ଲୀ: ଜୁନ୍ ୧ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବ। ପୂର୍ବରୁ ବାତ୍ୟା ଅମ୍ଫାନ୍ ପାଇଁ ୨ରୁ ୪ ଦିନ ମୌସୁମୀ ବିଳମ୍ୱ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିଲା। ଏବେ କିନ୍ତୁ ମୌସୁମୀ ସଠିକ୍ ସମୟରେ ଛୁଇଁବ ବୋଲି ଜଣାପଡ଼ିଛି। ମେ ୩୧ ରୁ ଜୁନ୍ ୪ ମଧ୍ୟରେ ଆରବ ସାଗରରେ ଏକ ଲଘୁଚାର ଅନୁଭୂତ ହେବାକୁ ଯାଉଥିବାରୁ ମୌସୁମୀ ସଠିକ୍ ସମୟରେ କେରଳ ଛୁଇଁବ ବୋଲି ଜଣାପଡ଼ିଛି।

ଗତ ଗୁରୁବାର ଦକ୍ଷିଣ ପଶ୍ଚିମ ମୌସୁମୀ ମାଳଦ୍ୱୀପର କିଛି ସ୍ଥାନରେ ପହଞ୍ଚିସାରିଛି। ତାମିଲନାଡୁର କୋମରିନ୍ ଅଞ୍ଚଳ, ବଙ୍ଗୋପସାଗରର କିଛି ଅଂଶ, ଆଣ୍ଡାମାନ ସାଗରର ଅବଶିଷ୍ଟ ଅଂଶ, ଆଣ୍ଡାମାନ ଏବଂ ନିକୋବରରେ ଏହା ଶୀଘ୍ର ପହଞ୍ଚିବାର ସମ୍ଭାବନା ରହିଛି।

ପଶ୍ଚିମ-ମଧ୍ୟ ଏବଂ ଦକ୍ଷିଣ ପଶ୍ଚିମ ଆରବ ସାଗର ଉପରେ ଘୂର୍ଣ୍ଣିବଳୟ ପ୍ରଭାବରୁ ପଶ୍ଚିମ ଆରବ ସାଗର ଉପରେ ଲଘୁଚାପ ଅନୁଭୂତ ହୋଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମରୁ ଦକ୍ଷିଣ ଓମାନ ଏବଂ ପୂର୍ବ ୟେମେନ ଉପକୂଳକୁ ଯିବ ବୋଲି ଆଶା କରାଯାଉଛି।

ମୌସୁମୀ ସଠିକ୍ ସମୟରେ କେରଳ ଛୁଇଁବ ବୋଲି ଜଣାପଡ଼ିବା ପରେ କେରଳ ସରକାର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos