ଲଦାଖରେ ସ୍ୱାଧୀନତା ଦିବସ ପାଳନ କଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଧୋନି

ଲଦାଖ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ତଥା ଭାରତୀୟ ସେନାର ଲେଫ୍ଟନେଣ୍ଟ କର୍ଣ୍ଣେଲ୍ ମହେନ୍ଦ୍ର ସିଂହ ଧୋନି ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଧୋନି ଗତକାଲି ଲଦାଖରେ ପହଞ୍ଚିଥିଲେ। ଏହାପରେ ଇଣ୍ଡିଆନ ଆର୍ମି ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଲଦାଖରେ ଥିବା ଆର୍ମି ଜେନେରାଲ ହସ୍ପିଟାଲ ପରିଦର୍ଶନ କରିବା ସହ ରୋଗୀଙ୍କ ସହ କିଛି ସମୟ ବିତାଇଥିଲେ ଧୋନି। Lieutenant Colonel with spending quality time with soldiers at […]

dhoni ladaqh

dhoni ladaqh

Subhransu Sekhar
  • Published: Thursday, 15 August 2019
  • Updated: 15 August 2019, 06:38 PM IST

Sports

Latest News

ଲଦାଖ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ତଥା ଭାରତୀୟ ସେନାର ଲେଫ୍ଟନେଣ୍ଟ କର୍ଣ୍ଣେଲ୍ ମହେନ୍ଦ୍ର ସିଂହ ଧୋନି ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଧୋନି ଗତକାଲି ଲଦାଖରେ ପହଞ୍ଚିଥିଲେ। ଏହାପରେ ଇଣ୍ଡିଆନ ଆର୍ମି ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଲଦାଖରେ ଥିବା ଆର୍ମି ଜେନେରାଲ ହସ୍ପିଟାଲ ପରିଦର୍ଶନ କରିବା ସହ ରୋଗୀଙ୍କ ସହ କିଛି ସମୟ ବିତାଇଥିଲେ ଧୋନି।

ସୂଚନାଯୋଗ୍ୟ, ଧୋନି ଓ୍ୱେଷ୍ଟ ଇଣ୍ଡିଜ୍ ଗସ୍ତ ବାତିଲ୍ କରି ଟେରିଟରିଆଲ ଆର୍ମିର ଯବାନଙ୍କ ସହ ପ୍ରଶିଷଣ ନେଉଛନ୍ତି। ଜୁଲାଇ ୩୦ରୁ ସେ ଏହି ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ଆଜି ତାଙ୍କର ପ୍ରଶିକ୍ଷଣର ଅନ୍ତିମ ଦିନ। ୧୫ ଦିନିଆ ପ୍ରଶିକ୍ଷଣ ମଧ୍ୟରେ ଧୋନି ଯବାନଙ୍କ ସହ ଭଲିବଲ୍ ଖେଳୁଥିବା ଓ ପାଟ୍ରୋଲିଂ ଆଦି ଡ୍ୟୁଟି କରୁଥିବାର ଦେଖିବାକୁ ମିଳିଥିଲା। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

୨୦୧୫ରେ ଧୋନି ଉତ୍ତର ପ୍ରଦେଶ ଆଗ୍ରା ସ୍ଥିତ ଇଣ୍ଡିଆନ୍ ଆର୍ମି ପାରାଶୁଟ ଟ୍ରେନିଂ କ୍ୟାମ୍ପରୁ ପାରାଶୁଟ ଟ୍ରେନିଂ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos