ସତର୍କ ଘଣ୍ଟି: ଜୀବନ ହରଣ କରିବ କଳାହୀରା, ବଞ୍ଚିବା ମୁସ୍‌କିଲ ହେବ

ନୂଆଦିଲ୍ଲୀ:  ଜୀବନ ନେଇଯିବା କଳାହୀରା। । ଘାତକ ସାଜିବ କୋଇଲା ଚାଳିତ ବିଦ୍ୟୁତ୍‌ ଉତ୍ପାଦନ ୟୁନିଟି । ମାତ୍ରାଧିକ ବାୟୁ ପ୍ରଦୂଷଣକୁ ନେଇ ଭାରତର ସ୍ଥିତି ସଙ୍ଗିନ ଥିବା ବେଳେ କୋଇଲା ଧୂଆଁକୁ ନେଇ ଆସିଛି ସାଂଘାତିକ୍ ତଥ୍ୟ। ଆଗାମୀ କିଛି ବର୍ଷ ମଧ୍ୟରେ କୋଇଲା ଧୂଆଁ ହିଁ ମୃତ୍ୟୁର ଦୂତ ଭାବେ ଉଭା ହେବ। ସ୍ୱାଭାବିକ୍ ଭାବେ ବଞ୍ଚିବା ମୁସକିଲ ହୋଇଯିବ। ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଚେନ୍ନାଇ ବାସିନ୍ଦାଙ୍କ ଉପରେ କୋଇଲା ଧୂଆଁର […]

790

790

Tapas Behera
  • Published: Wednesday, 29 September 2021
  • Updated: 29 September 2021, 03:43 PM IST

Sports

Latest News

ନୂଆଦିଲ୍ଲୀ:  ଜୀବନ ନେଇଯିବା କଳାହୀରା। । ଘାତକ ସାଜିବ କୋଇଲା ଚାଳିତ ବିଦ୍ୟୁତ୍‌ ଉତ୍ପାଦନ ୟୁନିଟି । ମାତ୍ରାଧିକ ବାୟୁ ପ୍ରଦୂଷଣକୁ ନେଇ ଭାରତର ସ୍ଥିତି ସଙ୍ଗିନ ଥିବା ବେଳେ କୋଇଲା ଧୂଆଁକୁ ନେଇ ଆସିଛି ସାଂଘାତିକ୍ ତଥ୍ୟ। ଆଗାମୀ କିଛି ବର୍ଷ ମଧ୍ୟରେ କୋଇଲା ଧୂଆଁ ହିଁ ମୃତ୍ୟୁର ଦୂତ ଭାବେ ଉଭା ହେବ। ସ୍ୱାଭାବିକ୍ ଭାବେ ବଞ୍ଚିବା ମୁସକିଲ ହୋଇଯିବ। ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଚେନ୍ନାଇ ବାସିନ୍ଦାଙ୍କ ଉପରେ କୋଇଲା ଧୂଆଁର ସାଂଘାତିକ୍ ପ୍ରଭାବ ବ ବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ମାତ୍ରାଧିକ ବିଗିଡ଼ିବ ବୋଲି ଏକ ରିପୋର୍ଟରେ କୁହାଯାଇଛି।

'Coal-free cities: the health and economic case for a clean energy revolution' ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଏହା ଜଣାପଡ଼ିଛି।  ଏଥିସହ ଆଗକୁ ସତର୍କ ରହିବା ପାଇଁ କୁହାଯାଇଛି। ତେବେ ଉକ୍ତ ସଂସ୍ଥା ପକ୍ଷରୁ ୪୦ଟି ସହରକୁ ନେଇ ହୋଇଥିବା ଗବେଷଣାରେ ୫ଟି ସହର ସ୍ଥିତି ଉଦ୍‌ବେଗ ରହିବ ବୋଲି କୁଯାଇଛି।  ସେଥିରେ କୁହାଯାଇଛି ଯେ, ବର୍ତ୍ତମାନର ସ୍ଥିତି ଅନୁଯାୟୀ କୋଇଲା ଧୂଆଁରେ ଉପରୋକ୍ତ ୫ଟି ସହରର ୫୨,୭୦୦ଅକାଳ ମୃତ୍ୟୁ, , ୩୧,୩୦୦ ଅସ୍ୱାଭାବିକ ଜନ୍ମ,  ୪୬,୮୦୦ ଜଣ ଆଜମାକୁ ସାମ୍ନା କରିବେ।

ସେହିପରି ଆଗାମୀ ୧୦ ବର୍ଷ ମଧ୍ୟରେ ୨୮.୮ ମିଲିଅନ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବ। ଏସବୁ କାରଣରୁ ହସପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିବ ବୋଲି କୁହାଯାଇଛି। କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ବାୟୁ ପ୍ରଦୂଷଣ ଦୀର୍ଘ ପ୍ରସାରୀ ବୋଲି କୁହାଯାଇଛି। ଏମିତିକି କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ  ନିର୍ଗତ ଧୂଆଁ ୫୦୦ କିମି ପର୍ଯ୍ୟନ୍ତ  ବ୍ୟାପ୍ତ ହୋଇପାରେ ବୋଲି କୁହାଯାଇଛି। ସମସ୍ତ କୋଇଲା କାରଖାନା ସହରାଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇଥାଏ। । ବିଶେଷ କରି ଯୁବକ, ବୃଦ୍ଧ ଏବଂ ଗର୍ଭବତୀ ମହିଳାମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ତେଣୁ ଉକ୍ତ ୟୁନିଟ ଗୁଡ଼ିକରେ ଏୟାର କ୍ୱାଲିଟି ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଯଦି  କୋଇଲା ସମ୍ବନ୍ଧୀୟ ୟୁନିଟ୍ ଗୁଡ଼ିକର ସମ୍ପ୍ରସାରଣ ହୁଏ ତେବେ ଆସନ୍ତା ଦଶନ୍ଧି ମଧ୍ୟରେ, କୋଇଲା ପ୍ରଦୂଷଣ ସହିତ ସ୍ୱାସ୍ଥ୍ୟଜନିତ ଆର୍ଥିକ କ୍ଷତି 46.5 ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos