୪୦ ଘଣ୍ଟା ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ ହେବ: ହରିଆଣା ଉପମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଖୁବଶୀଘ୍ର ଚାଷୀ ଆନ୍ଦୋଳନର ସମାଧାନ କରିବ କେନ୍ଦ୍ର। ଖୁୂବଶୀଘ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ ଆଉ ଏକ ରାଉଣ୍ଡ ବୈଠକ ହେବ। ଏହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଆଲୋଚନା କରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ହରିଆଣାର ଉପମୁଖ୍ୟମନ୍ତ୍ରୀ ତଥା ଜେଜେପି ସୁପ୍ରିମୋ ଦୁଷ୍ୟନ୍ତ ଚୌଟାଲା।
ମଣ୍ଡି ଏବଂ ଏମଏସପିକୁ ନେଇ ଚାଷୀଙ୍କର ଦାବି ସମାଧାନ ନହେବା ଯାଏ ଚାଷୀ ଆନ୍ଦୋଳନରୁ ହଟିବେ ନାହିଁ। ତିନି କୃଷି ଆଇନ୍ ପ୍ରତ୍ୟାହାର ନହେବା ଯାଏ ଚାଷୀ ଆନ୍ଦୋଳନରୁ ହଟିବେ ନାହିଁ। ଏଭଳି କିଛି ପ୍ରସଙ୍ଗକୁ ନେଇ ଉପମୁଖ୍ୟମନ୍ତ୍ରୀ ଚୌଟାଲା ମୋଦି ସରକାରର ତିନି ପ୍ରମୁଖ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ।
I'm hopeful that there is mutual consent between the Centre and farmers' Union and we can resolve this issue by talks. I'm hopeful for next 28 to 40 hours, there will be another round of talks & some conclusive statement can be out: Dushyant Chautala, Haryana Dy Chief Minister https://t.co/3QIgYclPA1 pic.twitter.com/LeneZqxYjn
— ANI (@ANI) December 12, 2020
ଏବେ କେନ୍ଦ୍ର ସରକାର ଚାଷୀଙ୍କ ଦାବି ଶୁଣି ସମସ୍ୟାର ସମାଧାନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଚାଷୀଙ୍କ ଦାବିକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି। ଆଗାମୀ ୨୮ରୁ ୪୦ ଘଣ୍ଟା ମଧ୍ୟରେ ମୋଦି ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବେ ବୋଲି ଉପମୁଖ୍ୟମନ୍ତ୍ର ଚୌଟାଲା ଆଶା ରଖିଛନ୍ତି। ତେବେ ଚାଷୀ ମାନେ ଆନ୍ଦୋଳନରେ ବସିବା ଅପେକ୍ଷା ସରକାରଙ୍କ ସହ କଥା ହେବା ଦରକାର ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।