ଫାଶୀକୁ ବିଳମ୍ବିତ କରିବା ପାଇଁ ନିର୍ଭୟା ଦୋଷୀଙ୍କ ନୂଆ ଭେଳିକି, ଇସିଙ୍କ ନିକଟରେ ଆବେଦନ

ନୂଆଦିଲ୍ଲୀ: ଟ୍ରାଏଲ କୋର୍ଟ, ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ଫାଶୀରୁ ବିର୍ତ୍ତିବା ପାଇଁ ଆବେଦନ କରି ନିରାଶ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀ ବିନୟ ଶର୍ମା ଏବେ ନୂଆ ଗୋଟି ଚାଳନା କରିଛି। ବିନୟ ତା’ ଓକିଲ ଜରିଆରେ ଦିଲ୍ଲୀ ସରକାରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ ଦାଖଲ କରିଛି। ପଟିଆଲା ହାଉସ କୋର୍ଟ ନିର୍ଭୟା କାଣ୍ଡର ସମସ୍ତ ୪ ଦୋଷୀଙ୍କୁ ମାର୍ଚ୍ଚ ୩ରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ […]

e

e

Hemant Lenka
  • Published: Thursday, 20 February 2020
  • Updated: 20 February 2020, 03:49 PM IST

Sports

Latest News

ନୂଆଦିଲ୍ଲୀ: ଟ୍ରାଏଲ କୋର୍ଟ, ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ଫାଶୀରୁ ବିର୍ତ୍ତିବା ପାଇଁ ଆବେଦନ କରି ନିରାଶ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀ ବିନୟ ଶର୍ମା ଏବେ ନୂଆ ଗୋଟି ଚାଳନା କରିଛି। ବିନୟ ତା’ ଓକିଲ ଜରିଆରେ ଦିଲ୍ଲୀ ସରକାରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ ଦାଖଲ କରିଛି।

ପଟିଆଲା ହାଉସ କୋର୍ଟ ନିର୍ଭୟା କାଣ୍ଡର ସମସ୍ତ ୪ ଦୋଷୀଙ୍କୁ ମାର୍ଚ୍ଚ ୩ରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଏହି ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ବିନୟ ଏଭଳି ଭେଳିକି ଦେଖାଇଛି ବୋଲି ଆଇନ ବିଶେଷଜ୍ଞମାନେ କହିଛନ୍ତି।

ରାଜକ୍ଷମା ଆବେଦନ ଖାରଜ ନିଷ୍ପତ୍ତିକୁ ବିନୟ ନିର୍ବାଚନ କମିଶନଙ୍କ ନିକଟରେ ଚ୍ୟାଲେଞ୍ଜ କରିଛି। ବିନୟ ଶର୍ମା ରାଜକ୍ଷମା ଆବେଦନ କରିଥିଲା। ନିୟମ ଅନୁଯାୟୀ, ପ୍ରଥମେ ଏହା ଦିଲ୍ଲୀ ସରକାରଙ୍କ ପାଖକୁ ଯାଇଥିଲା। ଦିଲ୍ଲୀ ସରକାର ଏହାକୁ ଖାରଜ କରି ଉପରାଜ୍ୟପାଳ ଓ ପରେ ଏହି ଫାଇଲ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା।

ହେଲେ ଦିଲ୍ଲୀ ସରକାର ଯେଉଁ ସମୟରେ ରାଜକ୍ଷମା ଆବେଦନକୁ ଖାରଜ କଲେ ତା’ ଉପରେ ବିନୟ ଶର୍ମା ପ୍ରଶ୍ନ ଉଠାଇଛି। ବିନୟର ଓକିଲ ଏପି ସିଂହ କହିଛନ୍ତି, “ଦିଲ୍ଲୀ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ହିଁ ରାଜକ୍ଷମା ଆବେଦନକୁ ଖାରଜ କରାଯାଇଛି। ଆଚରଣ ବିଧି ଲାଗିଥିବାରୁ ମନ୍ତ୍ରୀମାନଙ୍କର କୌଣସି ଅଧିକାର ନଥାଏ।

ଏଭଳି ସ୍ଥିତିରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ମନୀଷ ସିସୋଦିଆ କେମିତି ବିନୟର ରାଜକ୍ଷମା ଆବେଦନ ଖାରଜ କଲେ? ଜାନୁଆରୀ ୩୦ରେ ଦିଲ୍ଲୀ ସରକାରଙ୍କ ପାଖରେ ବିନୟ ଶର୍ମାର କ୍ଷମା ଆବେଦନ ପହଞ୍ଚିଥିଲା। ଏହି ସମୟରେ ନିର୍ବାଚନ ଆଚରଣ ବିଧି ଲାଗିଥିଲା। ତେଣୁ ମନୀଷ ସିସୋଦିଆ ଗୃହ ମନ୍ତ୍ରୀ କିମ୍ବା ବିଧାୟକ ହେବାର ଅଧିକାର ହରାଇଥିଲେ। ତେଣୁ ସେ କେମିତି ସରକାରଙ୍କ ପକ୍ଷରୁ କ୍ଷମା ଆବେଦନ ଫାଇଲ ଖାରଜ କରିପାରିବେ? ଏହା ବିରୋଧରେ ଆମେ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ ଦାଖଲ କରିଛୁ।”

ଏପି ସିଂହ କହିଛନ୍ତି, “ରାଜକ୍ଷମା ଖାରଜ କରିବା ବେଳେ ମନୀଷ ସିସୋଦିଆଙ୍କ ଡିଜିଟାଲ ଦସ୍ତଖତ ଦରକାର। ହେଲେ ହ୍ୱାଟସଆପରେ ଆସିଥିବା ସ୍କ୍ରିନ ଶଟ୍‌କୁ ବ୍ୟବହାର କରି ରାଜକ୍ଷମା ଆବେଦନ ଖାରଜ କରାଯାଇଛି। ତେଣୁ ଏଭଳି ଭାବେ ନିର୍ବାଚନ କମିଶନ, ସୁପ୍ରିମକୋର୍ଟ, ରାଷ୍ଟ୍ରପତି ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗାରିମାକୁ ନଷ୍ଟ କରା ନଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story