ନିର୍ଭୟା: ନୂଆ ଡେଥ ୱାରେଣ୍ଟ ପାଇଁ ଆବେଦନ, କାଲି ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶେଷ ତଥା ୪ର୍ଥ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଏବେ ଫାଶୀ ପ୍ରକ୍ରିୟାକୁ ପୁଣିଥରେ ତିହାର ଜେଲ କର୍ତ୍ତୃପକ୍ଷ ତ୍ୱରାନ୍ୱିତ କରିଛନ୍ତି। ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରରେ ଝୁଲାଇବା ପାଇଁ ଆଜି ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟରେ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ ନିବେଦନ କରିଛନ୍ତି। କୋର୍ଟ ଏହାକୁ ଗ୍ରହଣ କରି ୪ ଦୋଷୀଙ୍କୁ ନୋଟିସ କରିଛନ୍ତି। ଆସନ୍ତାକାଲି […]

gc

gc

Hemant Lenka
  • Published: Wednesday, 04 March 2020
  • Updated: 04 March 2020, 04:50 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶେଷ ତଥା ୪ର୍ଥ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଏବେ ଫାଶୀ ପ୍ରକ୍ରିୟାକୁ ପୁଣିଥରେ ତିହାର ଜେଲ କର୍ତ୍ତୃପକ୍ଷ ତ୍ୱରାନ୍ୱିତ କରିଛନ୍ତି।

ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରରେ ଝୁଲାଇବା ପାଇଁ ଆଜି ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟରେ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ ନିବେଦନ କରିଛନ୍ତି। କୋର୍ଟ ଏହାକୁ ଗ୍ରହଣ କରି ୪ ଦୋଷୀଙ୍କୁ ନୋଟିସ କରିଛନ୍ତି। ଆସନ୍ତାକାଲି ଦିନ ୨ଟାରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

ପୂର୍ବରୁ ରାଷ୍ଟ୍ରପତି ନିର୍ଭୟା ଦୋଷୀ ଅକ୍ଷୟ, ମୁକେଶ ଓ ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ତେଣୁ ଏମାନଙ୍କ ପାଖରେ ଫାଶୀରୁ ବର୍ତ୍ତିବା ପାଇଁ କୌଣସି ଆଇନଗତ ଉପାୟ ନାହିଁ। ପବନ କୌଣସି ପ୍ରକାରର କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରି ନଥିବାରୁ ପଟିଆଲା ହାଉସ କୋର୍ଟ ମାର୍ଚ୍ଚ ୩ରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରିଥିଲେ।

ହେଲେ ଫେବୃଆରୀ ୨୯ରେ ପବନ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ଏହା ଖାରଜ ହେବା ପରେ ୨ ତାରିଖରେ ରାଜକ୍ଷମା ଆବେଦନ କରିଥିଲା। ଏଥିପାଇଁ ସୋମବାର ଦିନ ପଟିଆଲା ହାଉସ କୋର୍ଟ ଫାଶୀ ଉପରେ ରୋକ ଲଗାଇ ଦେଇଥିଲେ। ଆଜି ରାଜକ୍ଷମା ଆବେଦନ ଖାରଜ ହୋଇଯିବାରୁ ନୂଆ ଫାଶୀ ତାରିଖ ପାଇଁ ତିହାର କର୍ତ୍ତୃପକ୍ଷ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି।

ପଟିଆଲ ହାଉସ କୋର୍ଟଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର। ଅନ୍ୟପକ୍ଷରେ ପବନର ରାଜକ୍ଷମା ଆବେଦନ ଖାରଜକୁ ତା’ ଓକିଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି। ତେଣୁ ଏପରି ହେଲେ, ଫାଶୀ ପ୍ରକ୍ରିୟା ବିଳମ୍ବିତ ହୋଇପାରେ।

ସେହିପରି ଜେଲ ମ୍ୟାନୁଆଲ ଅନୁଯାୟୀ, ରାଷ୍ଟ୍ରପତି ଜଣେ ଦୋଷୀର ରାଜକ୍ଷମା ଆବେଦନ ଖାରଜ କଲେ ତା’କୁ ୧୪ ଦିନର ସମୟ ଦିଆଯାଇ ଥାଏ। ତେଣୁ ପଟିଆଲା ହାଉସ କୋର୍ଟ କେବେ ଡେଥ ୱାରେଣ୍ଟ ଜାରି କରିବେ, ତା’ ଉପରେ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story