ମାଟି କପରେ ମିଳିବ ଚା’, ରେଳ ମନ୍ତ୍ରୀଙ୍କ ଘୋଷଣା
ନୂଆଦିଲ୍ଲୀ: ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାରି ଭିତରେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଆଗାମୀ ଦିନରେ ଆଉ ପ୍ଲାଷ୍ଟିକ୍ ଚା’ କପ୍ ବଦଳରେ ମାଟି କପ୍ ବା ମଟକାରେ ଚା’ ମିଳିବ। ଦେଶର ସମସ୍ତ ରେଳ ଷ୍ଟେସନରେ ଏହି ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।
ପୀୟୂଷ ଟ୍ୱିଟ୍ କରି କହିଛନ୍ତି, ପୂର୍ବରୁ ରେଳ ଷ୍ଟେସନରେ ମଟକାରେ ଚା ମିଳୁଥିଲା। ଏହାପରେ ପ୍ଲାଷ୍ଟିକ୍ କପରେ ଚା ମିଳିଥିଲା। ଏବେ ଖଦି ଗ୍ରାମ ଉଦ୍ୟୋଗ ଏବଂ ରେଳ ବିଭାଗ ମିଳିତ ଭାବେ କାମ କରି ଦେଶର ୪୦୦ ଷ୍ଟେସନରେ ମଟକାରେ ଚା ସେବା କରାଇଛନ୍ତି। ପ୍ଲାଷ୍ଟିକ ମୁକ୍ତ ଭାରତ ହେବା ଦିଗରେ ଏହା ଏକ ଅଭିଯାନ ବୋଲି ସେ କହିଛନ୍ତି।
21वीं सदी का नया भारत अब पीछे मुड़कर नही देखेगी, ये नया भारत तीव्र गति से विकास के पथ पर अग्रसर हो चुका है।
अब भारत एक आत्मनिर्भर भारत के रूप में पूरे विश्व को नया संदेश दे रहा है। ये भारत किसी पर निर्भर नही रहेगा, बल्कि विश्व में अपने उत्पाद पहुंचायेगा : @PiyushGoyal
— Piyush Goyal Office (@PiyushGoyalOffc) November 29, 2020
ସୂଚନାଯୋଗ୍ୟ, ପ୍ଲାଷ୍ଟିକ୍ କପରେ ଚା’ କିମ୍ବା ଗରମ ପାଣି ବା କ୍ଷୀର ପିଇଲେ ସେଥିରେ ଥିବା କେମିକାଲ ପଦାର୍ଥ ପେଟକୁ ଯାଏ। ଏହାଦ୍ୱାରା ଅନେକ ରୋଗର ଶିକାର ହେବାର ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।