ରାଇସିନା ହିଲରେ ବିରୋଧୀ, ଆଇନ ପ୍ରତ୍ୟାହାର ପାଇଁ ଦେଲେ ସ୍ମାରକପତ୍ର

ନୂଆଦିଲ୍ଲୀ: ବିରୋଧୀ ଦଳର ନେତା ଆଜି ରାଇସିନା ହିଲରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ଅବସରରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିରୋଧୀ। ତିନି କୃଷି ଆଇନ୍ ଏବଂ ସଂଶୋଧିତ ବିଦ୍ୟୁତ୍ ବିଲକୁ ସଂସଦରେ ଅଗାଣତାନ୍ତ୍ରିକ ଭାବରେ ପାରିତ କରାଯାଇଛି। ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିବା ସିପିଆଇ-ଏମ୍ ନେତା ସୀତାରାମ ୟେଚୁରୀ କହିଛନ୍ତି। ଏହି ତିନି କୃଷି ଆଇନ ଚାଷୀ ବିରୋଧୀ ତେଣୁ ଏହାକୁ ରଦ୍ଦ କରିବା ଦରକାର। ଚାଷୀ ବିରୋଧୀ ବୋଲି ସେମାନେ ଶୀତ […]

opposition

opposition

Subhransu Sekhar
  • Published: Wednesday, 09 December 2020
  • Updated: 09 December 2020, 05:52 PM IST

Sports

Latest News

ନୂଆଦିଲ୍ଲୀ: ବିରୋଧୀ ଦଳର ନେତା ଆଜି ରାଇସିନା ହିଲରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ଅବସରରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିରୋଧୀ। ତିନି କୃଷି ଆଇନ୍ ଏବଂ ସଂଶୋଧିତ ବିଦ୍ୟୁତ୍ ବିଲକୁ ସଂସଦରେ ଅଗାଣତାନ୍ତ୍ରିକ ଭାବରେ ପାରିତ କରାଯାଇଛି। ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିବା ସିପିଆଇ-ଏମ୍ ନେତା ସୀତାରାମ ୟେଚୁରୀ କହିଛନ୍ତି। ଏହି ତିନି କୃଷି ଆଇନ ଚାଷୀ ବିରୋଧୀ ତେଣୁ ଏହାକୁ ରଦ୍ଦ କରିବା ଦରକାର। ଚାଷୀ ବିରୋଧୀ ବୋଲି ସେମାନେ ଶୀତ କାକରରେ ପଡ଼ି ରହିଛନ୍ତି ବୋଲି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଛନ୍ତି।

https://twitter.com/ANI/status/1336641670750720001?s=20

ସେହିପରି ଏନସିପି ନେତା ଶରଦ ପାଓ୍ୱାର କହିଛନ୍ତି ଚାଷୀ ମାନେ ଥଣ୍ଡା କାକରରେ ପଡ଼ି ରହିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରି ଚାଷୀ ତାଙ୍କ ଅଧିକାର ଦାବି କରୁଛନ୍ତି। ସରକାର ତୁରନ୍ତ ଚାଷୀଙ୍କ ଦାବିକୁ ଶୁଣିବା ଦରକାର।

https://twitter.com/ANI/status/1336643234534060034?s=20

ଅନ୍ୟପଟେ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଚାଷୀ। କ୍ରାନ୍ତିକାରୀ କିସାନ ୟୁନିଅନର ସଭାପତି ଦର୍ଶନ ପାଲ ପ୍ରେସ କନଫରେନସ କରି ଏହା କହିଛନ୍ତି। ଏଥିସହ ଆଗକୁ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ସେ କହିଛନ୍ତି। ଡିସେମ୍ୱର ୧୨ ତାରିଖ ଦିନ ଦିଲ୍ଲୀ ଜୟପୁର ରାସ୍ତାକୁ ବନ୍ଦ କରିବେ ବୋଲି ଦର୍ଶନ ପାଲ କହିଛନ୍ତି।

ଏହାପୂର୍ବରୁ ସୀତାରାମ କହିଥିଲେ କେନ୍ଦ୍ର ତିନି କୃଷି ବିଲକୁ ୨୫ରୁ ଅଧିକ ରାଜନୀତିକ ଦଳ ବିରୋଧ କରୁଛନ୍ତି। ସରକାର ଆଣିଥିବା ଏହି ତିନି ଆଇନ ଦେଶ ସ୍ୱାର୍ଥରେ ନୁହେଁ। ଏଥିସହ ଏହି ତିନି ଆଇନ୍ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ୱରରେ କେନ୍ଦ୍ର ସରକାର ତିନି କୃଷି ବିଲକୁ ସଂସଦରେ ପାରିତ କରି ଆଇନରେ ପରିଣତ କରିଛନ୍ତି। ଏହାକୁ ବିରୋଧ କରି ଚାଷୀମାନେ ଦିଲ୍ଲୀ ହରିଆଣା, ଦିଲ୍ଲୀ ଉତ୍ତର ପ୍ରଦେଶ ସୀମାରେ ଚାଷୀ ବିରୋଧ କରୁଛନ୍ତି। ସରକାର କୃଷି ବିଲ ଦ୍ୱାରା ଘରୋଇକରଣକୁ ସମର୍ଥନ କରୁଛନ୍ତି ଏହାଦ୍ୱାରା ଚାଷୀ ଅନେକ ସମସ୍ୟାରେ ପଡ଼ିବେ ବୋଲି ବିରୋଧୀ କହିଛନ୍ତି।

ଚାଷୀମାନେ ସରକାରକୁ ବିରୋଧ କରି ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବୈଠକ କରିଥିଲେ। ଏଥିରେ ୧୩ରୁ ଅଧିକ ଚାଷୀ ସଂଗଠନର ନେତା ଯୋଗ ଦେଇଥିଲେ। ଏହାପରେ ଆଜି ହେବାକୁ ଥିବା ଚାଷୀ ସଂଗଠନର ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଥିବା ୬ଷ୍ଠ ରାଉଣ୍ଡ ବୈଠକକୁ ସ୍ଥଗିତ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos