ନୂଆଦିଲ୍ଲୀ: ୫୦ ପ୍ରତିଶତ ଇଭିଏମ୍ ଭୋଟ ସହ ଭିଭିପ୍ୟାଟର ଭୋଟ ମିଳାଇବା ପାଇଁ ସୁପ୍ରିମକୋର୍ଟରେ ପୁଣି ସାନି ଆବେଦନ କରିଛନ୍ତି ତେଲୁଗୁ ଦେଶମ ପାର୍ଟି(ଟିଡିପି) ନେତୃତ୍ୱାଧୀନ ୨୧ ବିରୋଧୀ ଦଳ। ଯଦି ନିର୍ବାଚନ ଅଧିକାରୀ କିମ୍ବା କୋର୍ଟ ଇଭିଏମ କିଭଳି ଟ୍ୟାମ୍ପରିଂ କରିହେବ ପ୍ରମାଣ ମାଗନ୍ତି ସେଥିପାଇଁ ଏକ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରିଛନ୍ତି ବିରୋଧୀ। ଗତକାଲି ଏହି ସୂଚନା ଦେଇଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ।
21 opposition parties filed a review petition before the Supreme Court today seeking a direction to the Election Commission to verify 50 % of the EVMs using VVPAT. pic.twitter.com/OfMvT4tAcj
— ANI (@ANI) April 24, 2019
ପୂର୍ବରୁ ଏହି ମାମଲାରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ନିର୍ବାଚନ କମିିଶନ ପକ୍ଷ ରଖିଥିଲେ। ୫୦ ପ୍ରତିଶତ ଇଭିଏମ୍ ଭୋଟ ସହ ଭିଭିପ୍ୟାଟର ଭୋଟ ମିଳାଇଲେ ଭୋଟ ଫଳାଫଳ ବିଳମ୍ୱ ହେବ ବୋଲି ଦର୍ଶାଇଥିଲେ। ଏଥିସହ ମାନବ ସମ୍ୱଳର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହାପରେ ବିରୋଧୀଙ୍କ ଏହି ଆବେଦନର ଶୁଣାଣି କରି ଭୋଟ ଗଣତି ବେଳେ ଭିଭିପ୍ୟାଟର ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ଏପ୍ରିଲ ୮ ତାରିଖରେ ନିର୍ବାଚନ କମିଶନଙ୍କୁ କହିଥିଲେ। ଯେଉଁଥିରେ ଭୋଟ ଗଣତିରେ ଘଣ୍ଟାଏ ପାଖାପାଖି ବିଳମ୍ୱ ହେବ ହେଲେ 23 ତାରିଖ ଦିନ ଫଳାଫଳ ବାହାରିବାରେ ଅସୁବିଧା ହେବ ନାହିଁ କି ମାନବ ସମ୍ୱଳର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଦର୍ଶାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।