ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏ ବିରୋଧରେ ଆନ୍ଦୋଳନ ଆୟୋଜନ କରିଥିବା ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। କର୍ତ୍ତୃପକ୍ଷ ଆଜି ଏପରି ହୋଇଥିବା ନିଶ୍ଚିତ କରିଛନ୍ତି।
ସାଉଦି ଆରବ ଯାଇଥିବା ତାଙ୍କ ଭଉଣୀ ସହ ବ୍ୟକ୍ତି ଜଣକ ସଂସ୍ପର୍ଶରେ ଆସିଥିଲେ। ଏହି ବ୍ୟକ୍ତିଙ୍କ ଭଉଣୀ ମଧ୍ୟ କରୋନା ପଜିଟିଭ୍ ବୋଲି ଚିହ୍ନଟ କରାଯାଇଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି, “ମହିଳା ଜଣକ ଗତ ୧୧ ତାରିଖରେ ସାଉଦିରୁ ଫେରିଥିଲେ। ଏହାର ଦୁଇ ଦିନ ପରେ ଭାଇଙ୍କୁ ଭେଟିଥିଲେ। ଏହା ପରେ ବ୍ୟକ୍ତି ଜଣକ ଧାରଣାସ୍ଥଳକୁ ଯାଇଥିବା କୁହାଯାଉଛି।” ଉତ୍ତର-ପଶ୍ଚିମ ଦିଲ୍ଲୀରେ ଏହି ବ୍ୟକ୍ତି ସିଏଏ ବିରୋଧୀ ଆନ୍ଦୋଳନ ଆୟୋଜନ କରିଥିବା କୁହାଯାଉଛି।
ଗୁରୁବାର ସକାଳେ ଆକ୍ରାନ୍ତଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲ ନିଆଯାଇଥିଲା। ଏବେ ସେ ଏଲ୍ଏନ୍ଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଭଉଣୀ ସଫଦରଗଞ୍ଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ପ୍ରବଳ ଥଣ୍ଡା, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲ ଛୁଟି
ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି।
National
ଆଶ୍ଚର୍ଯ୍ୟ! ଡାକ୍ତର ଘୋଷଣା କରିଥିଲେ ମୃତ, କିନ୍ତୁ ଜୀବନ ଫେରାଇ ଦେଲା ହମ୍ପସ
ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବୃଦ୍ଧ ଘଟଣାକ୍ରମରେ ଜୀବିତ ଅବସ୍ଥାରେ ହସ୍ପିଟାଲରୁ ବାହାରିଛନ୍ତି।
National
ବାହା ହେବା ନିଶାରେ ଭାରତରୁ ପାକିସ୍ତାନ ପଳାଇଲେ, କିନ୍ତୁ...
ଯେଉଁ ଅନାଲାଇନ ବନ୍ଧୁଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ଏତେ ରିସ୍କ ନେଇଥିଲେ, ସେ ନିଜେ ହିଁ ତାଙ୍କ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
Crime
ପୁଲିସ ଉପରେ ଗାଡି ଚଢ଼ାଇ ଚମ୍ପଟ ମାରିଲେ ଗଞ୍ଜେଇ ଗ୍ୟାଙ୍ଗ; ଦେଖନ୍ତୁ ଭିଡିଓ
ପୂର୍ବରୁ ସୂଚନା ପାଇ ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଇଁ ଟୋଲ ପ୍ଲାଜାରେ ଅଟକାଇଥିଲା ପୁଲିସ। ଗାଡ଼ି ଚଢ଼ାଇ ଫେରାର୍ ହୋଇଗଲେ ଗଞ୍ଜେଇ ମାଫିଆ।
Crime
ପଡ଼ୋଶୀଙ୍କୁ ହତ୍ୟା କଲେ ବାପ-ପୁଅ, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ
ସୁରେଶଙ୍କ ଝିଅ ଫେରାର ହେବା ପଛରେ ରାମଚନ୍ଦ୍ରଙ୍କ ହାତ ଥିବା ଆଶଙ୍କାରେ ତାଙ୍କୁ ବାପ-ପୁଅ ମାରି ଦେଇଛନ୍ତି।