ଭୁଲ୍ ଲିଙ୍କ୍ କ୍ଲିକ୍ କରିବାରୁ ଆଇଆଇଟି ସିଟ୍‌ରୁ ବଞ୍ଚିତ ହେଲେ ଅନାଥ ଛାତ୍ର

ମୁମ୍ୱାଇ: ଭୁଲ୍ ଲିଙ୍କରେ କ୍ଲିକ୍ କରିବାରୁ ଆଇଆଇଟିରେ ନାମଲେଖାରୁ ବଞ୍ଚିତ ହୋଇଛନ୍ତି ଜେଇଇରେ ୨୫୦ ରାଙ୍କ ରଖିଥିବା ଅନାଥ ଛାତ୍ର। ଏବେ ଆଡମିଶନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର କୋର୍ଟ ଏହି ମାମଲାର ଶୁଣାଣି କରିବେ। ଘଟଣା ମାସକ ତଳର। ଏବେ ସେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ଖବର ସାମ୍ନାକୁ ଆସିଛି। ୧୮ ବର୍ଷୀୟ ଏହି ବିଦ୍ୟାର୍ଥୀଙ୍କ ନାମ ସିଦ୍ଧନାଥ ବାତ୍ରା। ୟୁପି ଆଗ୍ରାର ଏହି ମେଧାବୀ ଛାତ୍ର ଆଇଆଇଟି ଜେଇଇ ପରୀକ୍ଷା ଦେଇଥିଲେ। […]

iit-bombay

iit-bombay

Subhransu Sekhar
  • Published: Monday, 30 November 2020
  • Updated: 30 November 2020, 04:38 PM IST

Sports

Latest News

ମୁମ୍ୱାଇ: ଭୁଲ୍ ଲିଙ୍କରେ କ୍ଲିକ୍ କରିବାରୁ ଆଇଆଇଟିରେ ନାମଲେଖାରୁ ବଞ୍ଚିତ ହୋଇଛନ୍ତି ଜେଇଇରେ ୨୫୦ ରାଙ୍କ ରଖିଥିବା ଅନାଥ ଛାତ୍ର। ଏବେ ଆଡମିଶନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର କୋର୍ଟ ଏହି ମାମଲାର ଶୁଣାଣି କରିବେ। ଘଟଣା ମାସକ ତଳର। ଏବେ ସେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ଖବର ସାମ୍ନାକୁ ଆସିଛି।

୧୮ ବର୍ଷୀୟ ଏହି ବିଦ୍ୟାର୍ଥୀଙ୍କ ନାମ ସିଦ୍ଧନାଥ ବାତ୍ରା। ୟୁପି ଆଗ୍ରାର ଏହି ମେଧାବୀ ଛାତ୍ର ଆଇଆଇଟି ଜେଇଇ ପରୀକ୍ଷା ଦେଇଥିଲେ। ଆଉ ୨୫୦ ରାଙ୍କ ରଖିଥିଲେ। ପ୍ରଥମ ରାଉଣ୍ଡରେ ସେ ସିଲେକ୍ସନ ହୋଇଥିଲେ। ଅକ୍ଟୋବର ୩୧ରେ ଆଇଆଇଟି ବମ୍ୱେରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପାଠ ପଢ଼ିବେ ବୋଲି ନିର୍ଦ୍ଧାରିତ ଅନ୍ ଲାଇନ୍ ଫର୍ମରେ ଚଏସ ଦେଇଥିଲେ। ହେଲେ ଚଏସ ଫିଲ୍ ଅପ କରିବାର ଦୁଇ ଦିନ ପରେ ତାଙ୍କ ଜିମେଲକୁ ଏକ ଲିଙ୍କ୍ ଆସିଥିଲା। ଆଉ ସେ ଏହି ଲିଙ୍କରେ କ୍ଲିକ୍ କରିବାରେ ସବୁକିଛି ଓଲଟ ପାଲଟ ହୋଇଯାଇଛି। କାରଣ ସେ ଯେଉଁ ଚଏସ ଲକ୍ କରିଥିଲେ ସେହି ଲିଙ୍କ୍‌ରେ କ୍ଲିକ୍‌ କରିବା ଦ୍ୱାରା ତାହା ରଦ୍ଦ ହୋଇଯାଇଥିଲା।

ନଭେମ୍ୱର ୧୦ରେ ସେ ଯେତେବେଳେ ପୁଣିଥରେ ନାମଲେଖା ନେଇ ଖୋଜିଥିଲେ। ସେଥିରେ ସେ ତାଙ୍କ ନାମ ନଥିବା ଦେଖିବାକୁ ପାଇଥିଲେ। ମୋଟ୍ ୯୩ଟି ଆସନ ଥିଲା ଏହି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପାଠ ପଢ଼ିବା ପାଇଁ।

ଏହାପରେ ସେ ନଭେମ୍ୱର ୧୯ରେ ବମ୍ୱେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଶୁଣାଣି କରି ଦୁଇ ଦିନ ମଧ୍ୟରେ ଆଇଆଇଟି ବମ୍ୱେକୁ ଆଡମିଶନ ଦେବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଆଇଆଇଟି ବମ୍ୱେର ରେଜିଷ୍ଟ୍ରାର ପ୍ରେମ କୁମାର କହିଛନ୍ତି ତାଙ୍କ ହାତରେ କୌଣସି କ୍ଷମତା ନାହିଁ। ସେ ଏବେ ବାତ୍ରାଙ୍କୁ ଆଡମିଶନ ଦେଇପାରିବେ ନାହିଁ। ଯାହା ବି ହୋଇଛି ଗୋଟିଏ ନିୟମ ଭିତରେ ହୋଇଛି। ତେଣୁ ବିଦ୍ୟାର୍ଥୀ ଜଣଙ୍କ ଆସନ୍ତା ବର୍ଷ ପୁଣିଥରେ ପରୀକ୍ଷା ଦେଇ ନାମଲେଖାଇ ପାରିବେ ବୋଲି କହିଛନ୍ତି।

ଏବେ ବିଦ୍ୟାର୍ଥୀ ଜଣଙ୍କ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ମା’ଙ୍କର ଦେହାନ୍ତ ହୋଇଯାଇଛି। ସେ ଏବେ ତାଙ୍କ ଅଜା, ଆଈ ଏବଂ ତାଙ୍କ ମାମୁଙ୍କ ସହିତ ରହୁଛନ୍ତି। ଅନାଥ ଭତ୍ତାରେ ସେ ଚଳୁଛନ୍ତି ବୋଲି କୋର୍ଟଙ୍କ ନିକଟରେ କହିଛନ୍ତି। ତେଣୁ ତାଙ୍କୁ ଆଡମିଶନ ପାଇଁ ସୁଯୋଗ ଦିଆଯାଉ ବୋଲି ଆବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story