ଭାରତୀୟ ଭାବି ପାକିସ୍ତାନୀ ପାଇଲଟ୍‌ଙ୍କୁ ପିଟି ପିଟି ମାରି ଦେଲେ

ନୂଆଦିଲ୍ଲୀ: ପ୍ରାୟ ୬୦ ଘଣ୍ଟା ଧରି ପାକିସ୍ତାନୀ ସେନା କବଜାରେ ରହିବା ପରେ ଭାରତ ଫେରି ଆସିଛନ୍ତି ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ। ମାର୍ଚ୍ଚ ୧ ତାରିଖ ରାତିରେ ସେ ଦେଶକୁ ଫେରିଥିଲେ। ଅଭିନନ୍ଦନ ଫେରି ଆସିବା ପରେ ତାଙ୍କ ପରିବାର ସହିତ ସାରା ଦେଶ ବେଶ୍ ଖୁସି ଅଛି। ସମସ୍ତେ ତାଙ୍କ ପାଇଁ ଗର୍ବ କରୁଛନ୍ତି। ତେବେ ଅଭିନନ୍ଦନ ପାକିସ୍ତାନ ସେନା ହାବୁଡ଼ରେ ପଡ଼ିବା ଓ ମୁକୁଳିବାର ପ୍ରକ୍ରିୟା ମଧ୍ୟରେ, ଆଉ ଗୋଟିଏ ଖବରକୁ […]

pakistanf16

pakistanf16

Jitendra Garnayak
  • Published: Sunday, 03 March 2019
  • Updated: 03 March 2019, 01:22 PM IST

Sports

Latest News

ନୂଆଦିଲ୍ଲୀ: ପ୍ରାୟ ୬୦ ଘଣ୍ଟା ଧରି ପାକିସ୍ତାନୀ ସେନା କବଜାରେ ରହିବା ପରେ ଭାରତ ଫେରି ଆସିଛନ୍ତି ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ। ମାର୍ଚ୍ଚ ୧ ତାରିଖ ରାତିରେ ସେ ଦେଶକୁ ଫେରିଥିଲେ।

ଅଭିନନ୍ଦନ ଫେରି ଆସିବା ପରେ ତାଙ୍କ ପରିବାର ସହିତ ସାରା ଦେଶ ବେଶ୍ ଖୁସି ଅଛି। ସମସ୍ତେ ତାଙ୍କ ପାଇଁ ଗର୍ବ କରୁଛନ୍ତି। ତେବେ ଅଭିନନ୍ଦନ ପାକିସ୍ତାନ ସେନା ହାବୁଡ଼ରେ ପଡ଼ିବା ଓ ମୁକୁଳିବାର ପ୍ରକ୍ରିୟା ମଧ୍ୟରେ, ଆଉ ଗୋଟିଏ ଖବରକୁ ଆମ ଦେଶରେ କେହି ଏତେ ଗୁରୁତ୍ୱର ସହିତ ନେଇ ନଥିଲେ। ସେଇଟି ହେଉଛି- ପାକିସ୍ତାନ ବାୟୁସେନାର ଯେଉଁ ଏଫ୍‌-୧୬ ଯୁଦ୍ଧବିମାନଟିକୁ ଅଭିନନ୍ଦନ ଗୁଳି କରି ଖସାଇ ଦେଇଥିଲେ, ସେଥିରେ ଥିବା ପାଇଲଟ୍‌ଙ୍କର କ’ଣ ହେଲା? ସେ ବିମାନ ସହିତ ଜଳି ଯାଇଥିଲେ ନା ଖସି ଯାଇଥିଲେ? ସେ ଭାରତ ପଟେ ପଡ଼ିଥିଲେ ନା ପାକିସ୍ତାନ ପଟରେ? ଏବେ ଏ ଖବର ସାମ୍ନାକୁ ଆସିଛି।

ଜଣାପଡ଼ିଛି ଯେ, ଏହି ପାକିସ୍ତାନୀ ପାଇଲଟଙ୍କୁ ତାଙ୍କରି ଦେଶର ଲୋକେ ପିଟି ପିଟି ମାରି ଦେଇଥିଲେ। ସେମାନେ ତାଙ୍କୁ ଭାରତୀୟ ଭାବି ନିସ୍ତୁକ ମାଡ଼ ମାରି ଥିଲେ। ପାକିସ୍ତାନୀ ସେନା ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତାଙ୍କ ନାଁ ଶହାଜୁଦ୍ଦିନ। ସେ ପାକିସ୍ତାନ ବାୟୁସେନାରେ ୱିଙ୍ଗ୍ କମାଣ୍ଡର ଥିଲେ।

ପୁଲ୍‌ୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଫେବୃଆରୀ ୨୬ ତାରିଖରେ ପାକିସ୍ତାନର ବାଲୋକୋଟ୍‌ରେ ଭାରତୀୟ ବାୟୁସେନା ପକ୍ଷରୁ ବଡ଼ ଧରଣର ଆକ୍ରମଣ କରାଯାଇଥିଲା। ଏଥିରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ସବୁଠୁ ବଡ଼ ଟ୍ରେନିଂ କ୍ୟାମ୍ପ ଧ୍ୱଂସ ହୋଇଯାଇଥିବା ବେଳେ ୩୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ତା’ପର ଦିନ ଅର୍ଥାତ୍ ଫେବୃଆରୀ ୨୭ ତାରିଖରେ ପାକିସ୍ତାନ ତା’ର କିଛି ଏଫ୍-୧୬ ଯୁଦ୍ଧବିମାନକୁ ଭାରତ ଅଭିମୁଖେ ପଠାଇଥିଲେ। ସେଥିରୁ ଗୋଟିକରେ ଥିଲେ ୱିଙ୍ଗ୍ କମାଣ୍ଡର ଶହାଜୁଦ୍ଦିନ। ତେବେ ଆକାଶରେ ତାଙ୍କୁ ବାଧା ଦେଇଥିଲେ ଅଭିନନ୍ଦନ। ଏକ ପୁରୁଣା ମିଗ୍‌-୨୧ ଯୁଦ୍ଧବିମାନ ନେଇ ଯାଇଥିବା ଅଭିନନ୍ଦନ ଗୁଳି କରି ଏହି ଏଫ୍‌-୧୬ ବିମାନକୁ ଧ୍ୱଂସ କରି ଦେଇଥିଲେ।

ଅଭିନନ୍ଦନଙ୍କ ଆକ୍ରମଣରେ ପାକିସ୍ତାନର ଏହି ଯୁଦ୍ଧ ବିମାନ ନଷ୍ଟ ହୋଇ ତଳେ ପଡ଼ିବା ପୂର୍ବରୁ ସେଥିରୁ ପାରାଚ୍ୟୁଟ୍ ସାହାଯ୍ୟରେ ସୁରକ୍ଷିତ ଭାବେ ବାହାରି ଯାଇଥିଲେ ୱିଙ୍ଗ୍ କମାଣ୍ଡର ଶହାଜୁଦ୍ଦିନ। ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ନାଓଶେରା ସେକ୍ଟରରେ ସେ ଅବତରଣ କରିଥିଲେ। ତେବେ ଭାରତୀୟ ସେନାର ଯବାନ ଭାବି ସ୍ଥାନୀୟ ଲୋକେ ତାଙ୍କୁ ନିସ୍ତୁକ ପିଟି ଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

[caption id="attachment_347031" align="aligncenter" width="750"]abhinandan ପାକିସ୍ତାନରୁ ଆସିବା ପୂର୍ବରୁ ୱାଘା-ଅଟାରି ସୀମାରେ ପାକ୍ ଅଧିକାରୀଙ୍କ ସହ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ[/caption]

ପାକିସ୍ତାନର ଯେଉଁ ଏଫ୍‌-୧୬ ଯୁଦ୍ଧବିମାନକୁ ଅଭିନନ୍ଦନ ଖସାଇ ଦେଇଥିଲେ ସେଥିରେ ଶହାଜୁଦ୍ଦିନ ଥିଲେ ବୋଲି ପ୍ରଥରେ ଲଣ୍ଡନରେ ଅବସ୍ଥାପିତ ପାକିସ୍ତାନୀ ଓକିଲ ଖାଲିଦ ଉମର ସୂଚନା ଦେଇଥିଲେ। ସେ ବ୍ୟକ୍ତିଗତ ଭାବେ ଶହାଜୁଦ୍ଦିନଙ୍କ ପରିବାରରୁ ଏହି ଖବର ସଂଗ୍ରହ କରିଥିଲେ।

ପାକିସ୍ତାନୀ ସେନାର ମୁଖପାତ୍ର ମେଜର ଜେନେରାଲ୍‌ ଅସିଫ୍ ଗଫୁର ପ୍ରଥମେ କହିଥିଲେ ଯେ ତାଙ୍କ ସେନା ଭାରତର ଦୁଇଟି ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଛି। ଏହା ସହିତ ଦୁଇ ଜଣ ଭାରତୀୟ ପାଇଲଟ୍‌ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ପରେ ସେ ତାଙ୍କ ବୟାନ ବଦଳାଇ ଜଣେ ଭାରତୀୟ ପାଇଲଟ୍‌ଙ୍କୁ ଗିରଫ କରାଯାଇଛି ବୋଲି କହିଥିଲେ।

ସୂଚନାଯୋଗ୍ୟ, ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ବାପା ମଧ୍ୟ ଭାରତୀୟ ବାୟୁସେନାରେ ଥିଲେ। ତାଙ୍କ ନାଁ ଏସ୍‌ ବର୍ତମାନ। ସେ ଏୟାର ମାର୍ଶଲ୍‌ ଥିଲେ। ସେହିଭଳି ନିହତ ପାକିସ୍ତାନୀ ୱିଙ୍ଗ୍ କମାଣ୍ଡର ଶହାଜୁଦ୍ଦିନଙ୍କ ବାପା ୱାସୀମ୍‌-ଉଦ୍‌-ଦିନ ମଧ୍ୟ ବାୟୁସେନାରେ ଥିଲେ। ସେ ବି ଏୟାର ମାର୍ଶଲ ଥିଲେ।

ତଥ୍ୟ- ଫାଷ୍ଟ୍‌ପୋଷ୍ଟ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story