ମେହବୁବା ମୁଫତିଙ୍କୁ ଝଟକା, ଦଳ ଛାଡ଼ିଲେ ପ୍ରତିଷ୍ଠାତା ସଦସ୍ୟ

ଶ୍ରୀନଗର: ଜମ୍ମୁ କଶ୍ନୀରର ପ୍ରମୁଖ ଦଳ ପିଡିପି। ଏହାର ପ୍ରତିଷ୍ଠାତା ସଦସ୍ୟ ମୁଜାଫର ହୁସେନ ବେଗ୍ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ଆଗକୁ ଜମ୍ମୁ କଶ୍ମୀରରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ରହିଛି। ଏହା ପୂର୍ବରୁ ମୁଜାଫରଙ୍କ ଇସ୍ତଫା ଦଳର ସୁପ୍ରିମୋ ମେହବୁବା ମୁଫତିଙ୍କୁ ଝଟକା ସାବ୍ୟସ୍ତ ହୋଇଛି। ଖବର ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁଯାୟୀ ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ। ଉତ୍ତର କଶ୍ମୀରରେ ଆସନ ବୁଝାମଣାକୁ ନେଇ […]

muzafar

muzafar

Subhransu Sekhar
  • Published: Sunday, 15 November 2020
  • Updated: 15 November 2020, 08:10 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ନୀରର ପ୍ରମୁଖ ଦଳ ପିଡିପି। ଏହାର ପ୍ରତିଷ୍ଠାତା ସଦସ୍ୟ ମୁଜାଫର ହୁସେନ ବେଗ୍ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ଆଗକୁ ଜମ୍ମୁ କଶ୍ମୀରରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ରହିଛି। ଏହା ପୂର୍ବରୁ ମୁଜାଫରଙ୍କ ଇସ୍ତଫା ଦଳର ସୁପ୍ରିମୋ ମେହବୁବା ମୁଫତିଙ୍କୁ ଝଟକା ସାବ୍ୟସ୍ତ ହୋଇଛି।

ଖବର ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁଯାୟୀ ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ। ଉତ୍ତର କଶ୍ମୀରରେ ଆସନ ବୁଝାମଣାକୁ ନେଇ ସେ ଅସନ୍ତୋଷ ଥିଲେ। ୨୮ ନଭେମ୍ୱରରେ ନିର୍ବାଚନ ରହିଛି। ୧୯୯୮ରେ ପିଡିପି ପ୍ରତିଷ୍ଠା ବେଳେ ମୁଜାଫର ଦଳରେ ଅଛନ୍ତି। ସେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ବିରୋଧୀ ଏକ ହୋଇ ଗୁପକର ସଂଗଠନ କରିଛନ୍ତି। ଯେଉଁଥିରେ ନ୍ୟାଶନାଲ କନଫରେନ୍ସ, ପିଡିପି, ପିପୁଲ୍ସ କନଫରେନ୍ସ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos