ମୋଦିଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରି ବିବାଦରେ କଂଗ୍ରେସ ନେତ୍ରୀ

ନୂଆଦିଲ୍ଲୀ: ‘କେଉଁ ମୁହୂର୍ତ୍ତରେ ମୋଦି କେଉଁ ବୋମା ପକାଇବେ, ତାକୁ ନେଇ ସମସ୍ତେ ଭୟଭୀତ। ସେ ଆତଙ୍କବାଦୀଙ୍କ ଭଳି ଦେଖାଯାଉଛନ୍ତି। ଲୋକଙ୍କୁ ଭଲ ପାଇବା ପରିବର୍ତ୍ତେ ସେ ସେମାନଙ୍କୁ ଭୟଭୀତ କରାଉଛନ୍ତି। ଏହା ଜଣେ ପ୍ରଧାନମନ୍ତ୍ରୀଙ୍କ ଚରିତ୍ର ନୁହେଁ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ତେଲେଙ୍ଗାନାର ଜଣେ କଂଗ୍ରେସ ନେତ୍ରୀ ଏଭଳି ଅରୁଚିକର ଓ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ହେଉଛନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ପାଲଟି ଥିବା ବିଜୟାଶାନ୍ତି। ଗତକାଲି ତେଲେଙ୍ଗାନାର ଶାମ୍‌ଶାବାଦ୍‌ରେ ଆୟୋଜିତ ଏକ ଦଳୀୟ […]

congress

congress

Jitendra Garnayak
  • Published: Sunday, 10 March 2019
  • Updated: 10 March 2019, 09:43 AM IST

Sports

Latest News

ନୂଆଦିଲ୍ଲୀ: ‘କେଉଁ ମୁହୂର୍ତ୍ତରେ ମୋଦି କେଉଁ ବୋମା ପକାଇବେ, ତାକୁ ନେଇ ସମସ୍ତେ ଭୟଭୀତ। ସେ ଆତଙ୍କବାଦୀଙ୍କ ଭଳି ଦେଖାଯାଉଛନ୍ତି। ଲୋକଙ୍କୁ ଭଲ ପାଇବା ପରିବର୍ତ୍ତେ ସେ ସେମାନଙ୍କୁ ଭୟଭୀତ କରାଉଛନ୍ତି। ଏହା ଜଣେ ପ୍ରଧାନମନ୍ତ୍ରୀଙ୍କ ଚରିତ୍ର ନୁହେଁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ତେଲେଙ୍ଗାନାର ଜଣେ କଂଗ୍ରେସ ନେତ୍ରୀ ଏଭଳି ଅରୁଚିକର ଓ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ହେଉଛନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ପାଲଟି ଥିବା ବିଜୟାଶାନ୍ତି।

ଗତକାଲି ତେଲେଙ୍ଗାନାର ଶାମ୍‌ଶାବାଦ୍‌ରେ ଆୟୋଜିତ ଏକ ଦଳୀୟ ରାଲିରେ ସେ ଏକଥା କହିଥିଲେ। କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସେ ଏ କଥା କହିଥିଲେ। ବିମୁଦ୍ରାକରଣ ଆଦି ପ୍ରସଙ୍ଗରେ କହିଲା ବେଳେ ସେ ମୋଦିଙ୍କୁ ସମାଲୋଚନା କରି ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ସେ ଆହୁରି କହିଥିଲେ,“ଆସନ୍ତା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଲଢ଼େଇ ହେବ। କଂଗ୍ରେସ ମୁଖ୍ୟ ଦେଶର ଗଣତନ୍ତ୍ରର ସୁରକ୍ଷା ଲାଗି ଲଢ଼େଇ କରୁଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଜଣେ ଏକଛତ୍ରବାଦୀ ଶାସକ ଭଳି ଦେଶକୁ ଶାସନ କରୁଛନ୍ତି। ତାଙ୍କ ଶାସନକାଳରେ ଦେଶର ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଓ ଲୋକଙ୍କୁ ହଇରାଣ କରାଯାଉଛି। ସେ ଆଗାମୀ ୫ ବର୍ଷ ବି ଏଭଳି ଢଙ୍ଗରେ ଶାସନ କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଲୋକେ ତାଙ୍କୁ ସେହି ସୁଯୋଗ ଦେବେ ନାହିଁ।”

ପ୍ରଧାନମନ୍ତ୍ରୀଙ୍କୁ ଆତଙ୍କବାଦୀଙ୍କ ସହିତ ତୁଳନା କରିଥିବା ଯୋଗୁ ସୋଶାଲ୍ ମିଡିଆରେ ବିଜୟାଶାନ୍ତିଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି, ସେ ନେଇ କଂଗ୍ରେସ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେବ କି ନାହିଁ ତାହା ଜଣାପଡ଼ିନି। ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ପ୍ରଧାନମନ୍ତ୍ରୀଙ୍କୁ ‘ନୀଚ’ ବୋଲି କହିଥିଲେ। ଏହା ପରେ ତାଙ୍କୁ ୮ ମାସ ପାଇଁ ଦଳରୁ ନିଲମ୍ବନ କରାଯାଇଥିଲା।

ବିଜୟାଶାନ୍ତିଙ୍କୁ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି। ଦଳ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ଏବେ କଂଗ୍ରେସ ପାକିସ୍ତାନରେ ଥିବା ଆତଙ୍କବାଦୀମାନଙ୍କ ପାଇଁ ଚିନ୍ତିତ ଥିବା ଭଳି ଲାଗୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story