ଭାରତକୁ ଭେଣ୍ଟିଲେଟର ଦେବ ଆମେରିକା, ମୋଦି କହିଲେ ଧନ୍ୟବାଦ
ନୂଆଦିଲ୍ଲୀ: ଆମେରିକା ଭାରତକୁ ଭେଣ୍ଟିଲେଟର ମାଗଣାରେ ଦେବ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଗାମୀ ଦିନରେ ଭାରତ ଓ ଆମେରିକା ଉଭୟ ମିଶି କରୋନାକୁ ହରାଇବେ ବୋଲି ମୋଦି ଟୁଇଟ୍ କରି କହିଛନ୍ତି। ଶୁକ୍ରବାର ଭାରତକୁ ଆମେରିକା ଭେଣ୍ଟିଲେଟର ଦେବ ବୋଲି ଘୋଷଣା କରିବା ବେଳେ ଟ୍ରମ୍ପ ମୋଦିଙ୍କୁ ନିଜର ଭଲ ବନ୍ଧୁ ବୋଲି କହିଥିଲେ।
Thank you @POTUS @realDonaldTrump.
This pandemic is being fought collectively by all of us. In such times, it’s always important for nations to work together and do as much as possible to make our world healthier and free from COVID-19.
More power to 🇮🇳 – 🇺🇸 friendship! https://t.co/GRrgWFhYzR
— Narendra Modi (@narendramodi) May 16, 2020
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି, “ଏହି ବିଶ୍ୱମହାମାରୀକୁ ଆମେ ମିଳିମିଶି ଆଗାମୀ ଦିନରେ ହରାଇବା। ଏଭଳି ସମୟରେ ପରସ୍ପରକୁ ସହଯୋଗ କରି କାମ କରିବା ଦରକାର। ଏମିତିକି ଯଥାସମ୍ଭବ ସାରା ବିଶ୍ୱକୁ ସୁସ୍ଥ ରଖିବାକୁ ଚେଷ୍ଟା କରିବା। ଆଗାମୀ ଦିନରେ ଏହି ବନ୍ଧୁତ୍ୱ ଆହୁରି ଶକ୍ତିଶାଳୀ ହେଉ”।
ସେହିପରି ଡୋନାଲ୍ଡ ଟ୍ରମ୍ପ ଭେଣ୍ଟିଲେଟର ମାଗଣାରେ ଦେଉଥିବା ନେଇ ଘୋଷଣା କରିବା ବେଳେ ଟୁଇଟ୍ କରି କହିଥିଲେ, ଭାରତ ଆମର ବନ୍ଧୁ। ଏବେ ଆମେ ଭେଣ୍ଟିଲେଟର ଦାନ କରୁଥିବା ଗର୍ବିତ ଅନୁଭବ କରୁଛୁ। ଏହି ମହାମାରୀ ବେଳେ ଆମେ ଭାରତ ସହିତ ରହିଛୁ। ଆମେ ଟୀକା ମଧ୍ୟ ବିକଶିତ କରୁଛୁ। ଆଗାମୀ ଦିନରେ ମିଶି ଅଦୃଶ୍ୟ ଶତ୍ରୁ କରୋନାକୁ ହରାଇବୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।