ଘା’ କରି ମଲମ ମାରିଲେ ସିଦ୍ଧୁ

ନୂଆଦିଲ୍ଲୀ: ଘା’ କରି ମଲମ ମାରୁଛନ୍ତି ସିଦ୍ଧୁ । କ୍ଷମତା ଲଢ଼େଇକୁ ନେଇ ପଂଜାବରେ ଝଡ଼ ସୃଷ୍ଟି କରିଥିବା ନବୋଜତ୍‌ ସିଂହ ସିଦ୍ଧୁଙ୍କ ସ୍ୱର ନରମିବାରେ ଲାଗିଛି। କଂଗ୍ରେସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ସିଦ୍ଧୁ ଏବେ ମଲମ ଲଗାଇବା ଆରମ୍ଭ କରିଛନ୍ତି।  ଆଜି ଗାନ୍ଧି ଜୟନ୍ତୀରେ ଟ୍ୱିଟ୍‌ କରି ସେ କହିଛନ୍ତି, ପଦ ମିଳୁ କି ନମିଳୁ ମୁଁ ସର୍ବଦା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ ଛିଡ଼ା ହେବି। ସିଦ୍ଧୁ ଆହୁରି ଲେଖିଛନ୍ତି […]

ghi

ghi

Tapas Behera
  • Published: Saturday, 02 October 2021
  • Updated: 02 October 2021, 04:48 PM IST

Sports

Latest News

ନୂଆଦିଲ୍ଲୀ: ଘା’ କରି ମଲମ ମାରୁଛନ୍ତି ସିଦ୍ଧୁ । କ୍ଷମତା ଲଢ଼େଇକୁ ନେଇ ପଂଜାବରେ ଝଡ଼ ସୃଷ୍ଟି କରିଥିବା ନବୋଜତ୍‌ ସିଂହ ସିଦ୍ଧୁଙ୍କ ସ୍ୱର ନରମିବାରେ ଲାଗିଛି। କଂଗ୍ରେସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ସିଦ୍ଧୁ ଏବେ ମଲମ ଲଗାଇବା ଆରମ୍ଭ କରିଛନ୍ତି।  ଆଜି ଗାନ୍ଧି ଜୟନ୍ତୀରେ ଟ୍ୱିଟ୍‌ କରି ସେ କହିଛନ୍ତି, ପଦ ମିଳୁ କି ନମିଳୁ ମୁଁ ସର୍ବଦା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ ଛିଡ଼ା ହେବି।

ସିଦ୍ଧୁ ଆହୁରି ଲେଖିଛନ୍ତି ଯେ ସେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ନୀତିକୁ ଅନୁସରଣ କରିବେ। ତାଙ୍କୁ ପରାସ୍ତ କରିବାକୁ ସମସ୍ତ ନକାରାତ୍ମକ ଶକ୍ତିଙ୍କୁ ପ୍ରୟାସ କରିବାକୁ ଦିଆଯାଉ। କିନ୍ତୁ ସକାରାତ୍ମକ ଶକ୍ତିର ପ୍ରତି କଣିକା ଦ୍ୱାରା ସେ ପଞ୍ଜାବକୁ ଜିତାଇବେ। ତା’ସହିତ ବିଶ୍ୱଭାତୃତ୍ୱ ଓ ପ୍ରତ୍ୟେକ ପଞ୍ଜାବୀଙ୍କୁ ବିଜୟୀ କରାଇବେ।

ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ସିଦ୍ଧୁ କଂଗ୍ରେସର ପଞ୍ଜାବ ୟୁନିଟିରେ ପୁଣି ସଭାପତି ଭାବେ ଅବସ୍ଥାପିତ ହୋଇ ପାରନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା କେତେକ ନିଯୁକ୍ତି ତଥା ପୁଲିସ ଡିଜି ଏବଂ ଆଡଭୋକେଟ ଜେନେରାଲ ପଦକୁ ନେଇ ସିଦ୍ଧୁ ଅସନ୍ତୁଷ୍ଟ ଥିଲେ । ସୂଚନା ଅନୁଯାୟୀ ପଞ୍ଜାବ କଂଗ୍ରେସର ତୀବ୍ର ଗୋଷ୍ଠୀ କନ୍ଦଳ କାରଣରୁ ସେଠାରେ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରେନ୍ଦର ସିଂ ଇସ୍ତଫା ଦେଇଥିବା ବେଳେ ପିସିସି ସଭାପତି ପଦରୁ ନବୋଜତ୍‌ ସିଂହ ଇସ୍ତଫା ଦେଇଥିଲେ।  ତେବେ ଏହାରି ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ସିଦ୍ଧୁ ନିଜ ଆଭିମୁଖ୍ୟ ବଦଳାଇଛନ୍ତି। ସେ  ସବୁ ସମସ୍ୟା ବିଷୟରେ ମଧ୍ୟ ଚନ୍ନିଙ୍କୁ ଜଣାଇଛନ୍ତି। ଏହି ସମୟରେ ଚନ୍ନି ମଧ୍ୟ ସିଦ୍ଧୁ ଉଠାଇଥିବା ସବୁ ସମସ୍ୟା ସାମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
https://twitter.com/sherryontopp/status/1444223660282114052?s=20

ପ୍ରତିଶ୍ରୁତି ମିଳିବା ପରେ ସିଦ୍ଧୁ ନିଜ ମନ ବଦଳାଇ ପୁଣି ପୂର୍ବଭଳି କଂଗ୍ରେସରେ ରହି କାମ କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଉଭୟ ମିଳିତ ଭାବେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ନି ଓ ସିଦ୍ଧୁ ପରସ୍ପରକୁ ପଞ୍ଜାବର କଂଗ୍ରେସ ଇନଚାର୍ଜ ହରିଶ ଚୌଧୁରୀଙ୍କ ଉପସ୍ଥିତିରେ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ଶାନ୍ତିପୂର୍ଣ୍ଣ ଭାବେ ସବୁ ସମସ୍ୟାର ସମାଧାନ ହେବ ବୋଲି ନିଷ୍ପତ୍ତି ହୋଇଛି। ସିଦ୍ଧୁ ଉଠାଇଥିବା ଦାବି ଗୁଡ଼ିକୁ ଚନ୍ନି ପୂରଣ କରିବେ ବୋଲି ରାଜି ହୋଇଥିବା ଜଣାପଡ଼ିଛି। ବୈଠକ ସମୟରେ ଚନ୍ନି ନିଜ ତରଫରୁ ସିଦ୍ଧୁଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ସିଦ୍ଧୁ ମଧ୍ୟ ସକାରାତ୍ମକ ସଙ୍କେତ ଦେଇଛନ୍ତି। ଏଥିସହ ସିଦ୍ଧୁଙ୍କ ପରାମର୍ଶକ୍ରମେ ମନ୍ତ୍ରୀ ପଦ ଓ ରାଜ୍ୟର ସରକାରୀ ସ୍ତରରେ ହୋଇଥିବା ନିଯୁକ୍ତିରେ ମଧ୍ୟ ପରିବର୍ତ୍ତନ ହେବ ବୋଲି ଉଭୟ ରାଜି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story