ନୂଆଦିଲ୍ଲୀ: ସୋମବାର ଇଦ୍-ଉଲ-ଫିତର। ପବିତ୍ର ରମଜାନ ମାସର ପ୍ରାର୍ଥନା ଏବଂ ଉପବାସ ପରେ ଆସୁଥିବା ଇଦ-ଉଲ-ଫିତର ପାଇଁ ବିଦେଶରେ ବାସକରୁଥିବା ଭାରତୀୟଙ୍କ ସମେତ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ପର୍ବ ପ୍ରେମ, ଶାନ୍ତି, ଭାତୃତ୍ଵ ଏବଂ ଏକତାର ନିଦର୍ଶନ। ଏହି ଅବସରରେ ଆମେ ସମାଜର ସବୁଠାରୁ ଦୁର୍ବଳଙ୍କ ପ୍ରତି ଯତ୍ନବାନ ହେବା ନେଇ ଆମର ବିଶ୍ଵାସକୁ ସୁନିଶ୍ଚିତ କରିଥାଉ ବୋଲି କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି।
କରୋନା ଭୂତାଣୁ ଦ୍ଵାରା ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ପାଇଁ ସାମାଜିକ ଦୂରତା ନିୟମ ଏବଂ ଅନ୍ୟ ସମସ୍ତ ସତର୍କତା ପାଳନ କରିବା ପାଇଁ ଶପଥ ନେବା ଦରକାର ବୋଲି ସେ କହିଛନ୍ତି। ଏହି ଇଦ-ଉଲ-ଫିତର ବିଶ୍ଵରେ ଦୟା, ପରୋପକାର ଏବଂ ପ୍ରେମର ପଥପ୍ରଦର୍ଶକ ହେଉ ବୋଲି ରାଷ୍ଟ୍ରପତି ଲେଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।