ଟିକା କେବଳ ସ୍ୱାସ୍ଥ୍ୟ ନୁହେଁ ବିଶ୍ୱର କଲ୍ୟାଣ ବିଚାର କରେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନୋଟି ଭିନ୍ନ ଭିନ୍ନ ସହର ଗସ୍ତ କରି କରୋନା ଟିକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଅହମ୍ମଦାବାଦର ଜାଇଡସ ବାୟୋଟେକ୍ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ୍ ଏବଂ ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ବୁଲି ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ଟିକା ବିକାଶରେ ନିୟୋଜିତ ଥିବା ବୈଜ୍ଞାନିକମାନଙ୍କ ସହ ଆଲୋଚନା କରି ଖୁସି ବ୍ୟକ୍ତ କରିଛନ୍ତି। ଟିକା ବିକାଶ ନେଇ ବୈଜ୍ଞାନିକମାନେ ବ୍ୟସ୍ତ ଥିବା ବେଳେ ମୋଦିଙ୍କ ଗସ୍ତ ସେମାନଙ୍କର ମନବୋଳକୁ ବୃଦ୍ଧି […]

MODI-CORONA-VISIT

MODI-CORONA-VISIT

Subhransu Sekhar
  • Published: Saturday, 28 November 2020
  • Updated: 28 November 2020, 11:09 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନୋଟି ଭିନ୍ନ ଭିନ୍ନ ସହର ଗସ୍ତ କରି କରୋନା ଟିକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଅହମ୍ମଦାବାଦର ଜାଇଡସ ବାୟୋଟେକ୍ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ୍ ଏବଂ ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ବୁଲି ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟିକା ବିକାଶରେ ନିୟୋଜିତ ଥିବା ବୈଜ୍ଞାନିକମାନଙ୍କ ସହ ଆଲୋଚନା କରି ଖୁସି ବ୍ୟକ୍ତ କରିଛନ୍ତି। ଟିକା ବିକାଶ ନେଇ ବୈଜ୍ଞାନିକମାନେ ବ୍ୟସ୍ତ ଥିବା ବେଳେ ମୋଦିଙ୍କ ଗସ୍ତ ସେମାନଙ୍କର ମନବୋଳକୁ ବୃଦ୍ଧି କରାଇବ ବୋଲି ଜଣାପଡ଼ିଛି।

ଭାରତର ସ୍ୱଦେଶୀ ଟିକା ବିକାଶ ଦ୍ରୁତ ଗତିରେ ଅଗ୍ରଗତି କରିଛି। ଏହା ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକା ବିକାଶ ପ୍ରକ୍ରିୟାରେ ଭାରତ କିଭଳି ଭାବେ ବିଜ୍ଞାନର ସଠିକ ନୀତିକୁ ପାଳନ କରୁଛି ସେ ସମ୍ପର୍କରେ ସେ କହିବା ସହିତ ଟିକା ବିକାଶ ପ୍ରକ୍ରିୟାକୁ ଉନ୍ନତ କରିବା ଲାଗି ପରାମର୍ଶ ଲୋଡ଼ିଥିଲେ ମୋଦି।

ଏହି ଟିକା କେବଳ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ବିଶ୍ୱର କଲ୍ୟାଣ ଦୃଷ୍ଟିରୁ ବିଚାର କରିଥାଏ। କରୋନା ଭାଇରସ ବିରୋଧୀ ଲଢ଼େଇରେ ନିଜ ପଡ଼ୋଶୀ ଦେଶ ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସହାୟତା କରିବା ଭାରତର କର୍ତ୍ତବ୍ୟ ବୋଲି ମୋଦି କହିଛନ୍ତି।

ଭାରତ କିଭଳି ଭାବେ ଏହାର ନିୟନ୍ତ୍ରକ ପ୍ରକ୍ରିୟାରେ ଉନ୍ନତି ଆଣି ପାରିବ ସେ ସମ୍ପର୍କରେ ଖୋଲାଖୋଲି ମତ ରଖିବା ନିମନ୍ତେ ସେ ବୈଜ୍ଞାନିକମାନଙ୍କୁ ଆହ୍ୱାନ କରିଥିଲେ। କୋଭିଡ-19ର ଉନ୍ନତ ଚିକିତ୍ସା ଲାଗି କିପରି ଭାବେ ବିଭିନ୍ନ ନୂଆ ଏବଂ ନିର୍ଦ୍ଦିଷ୍ଟ ଔଷଧ ବିକଶିତ କରାଯାଉଛି ସେ ସମ୍ପର୍କରେ ବୈଜ୍ଞାନିକମାନେ ଆଲୋକପାତ କରିଥିଲେ।

ଅହମ୍ମଦାବାଦସ୍ଥିତ ଜାଇଡସ ବାୟୋଟେକ ପରିଦର୍ଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ,  “ଜାଇଡସ କ୍ୟାଡିଲା ଦ୍ୱାରା ବିକଶିତ କରାଯାଉଥିବା ଡିଏନଏ ଆଧାରିତ ସ୍ୱଦେଶୀ ଟିକା ବିଷୟରେ ଅଧିକ ଜାଣିବା ଲାଗି ଅହମ୍ମଦାବାଦସ୍ଥିତ ଜାଇଡସ ବାୟୋଟେକ ପାର୍କ ପରିଦର୍ଶନ କରିଥିଲି। ସମସ୍ତ ଟିମର ପ୍ରୟାସକୁ ମୁଁ ପ୍ରଶଂସା କରୁଛି।

ସେହିପରି ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ସୁବିଧା ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ, “ହାଇଦ୍ରାବାଦରେ ଥିବା ଭାରତ ବାୟୋଟେକ ସୁବିଧା ସ୍ଥଳରେ ସେମାନଙ୍କର ସ୍ୱଦେଶୀ କୋଭିଡ-19 ଟିକା ବିଷୟରେ ଜାଣିବାକୁ ପାଇଲି। ବର୍ତ୍ତମାନ ସୁଦ୍ଧା ହୋଇଥିବା ପରୀକ୍ଷଣରେ ଅଗ୍ରଗତି ପାଇଁ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। ସେମାନଙ୍କ ଟିମ୍ ଦ୍ରୁତ ପ୍ରଗତି ପାଇଁ ଆଇସିଏମଆର ସହିତ ମିଶି କାମ କରୁଛି।”

ସିରମ ଇନଷ୍ଟିଚ୍ୟୁଟ ଗସ୍ତ କରିବା ପରେ ପ୍ରଧାନମନ୍ତ୍ରୀ ଟୁଇଟ କରିଥିଲେ, “ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଟିମ୍ ସହିତ ଆଲୋଚନା ହୋଇଛି। ବର୍ତ୍ତମାନସୁଦ୍ଧା ହୋଇଥିବା ଅଗ୍ରଗତି ସମ୍ପର୍କରେ ସେମାନେ ବିସ୍ତୃତ ସୂଚନା ଦେବା ସହିତ ଟିକା ଉତ୍ପାଦନକୁ କିଭଳି ଭାବେ ଆହୁରି ତ୍ୱରାନ୍ୱିତ କରାଯାଇପାରିବ ସେ ସମ୍ପର୍କରେ ସେମାନଙ୍କର ଯୋଜନାର ଅଗ୍ରଗତି ସମ୍ପର୍କରେ ସେମାନେ କହିଥିଲେ”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos