ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସବୁ ଟପ୍ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଆଠ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଚାଷୀ। ଆଜି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବେ ସରକାର। ଯଦି ଦାବି ପୂରଣ ନହେବ ତାହେଲେ ଭାରତ ବନ୍ଦ ପାଇଁ ଡାକରା ଦେଇଛି ଚାଷୀ ସଂଘ। ଆଜିର ବୈଠକ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଆଜିର ବୈଠକରେ ସରକାର ନିଶ୍ଚିତ ଭାବରେ କୌଣସି ନିର୍ଯାସରେ ପହଞ୍ଚିବେ। ଏହାକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ […]

MODI-SHAH

MODI-SHAH

Subhransu Sekhar
  • Published: Saturday, 05 December 2020
  • Updated: 05 December 2020, 12:17 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଆଠ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଚାଷୀ। ଆଜି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବେ ସରକାର। ଯଦି ଦାବି ପୂରଣ ନହେବ ତାହେଲେ ଭାରତ ବନ୍ଦ ପାଇଁ ଡାକରା ଦେଇଛି ଚାଷୀ ସଂଘ। ଆଜିର ବୈଠକ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଆଜିର ବୈଠକରେ ସରକାର ନିଶ୍ଚିତ ଭାବରେ କୌଣସି ନିର୍ଯାସରେ ପହଞ୍ଚିବେ।

ଏହାକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରେଳମନ୍ତ୍ରୀ ପୀୟୁଷ ଗୋଏଲ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।

ଅନ୍ୟପଟେ ବିଜେପି ମୁଖପାତ୍ର ମୁଖତାର ନକବି ଟ୍ୱିଟ୍ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ଯିଏ ଚାଷ କେବେ କରି ନାହାନ୍ତି କି ଜାଣି ନାହାନ୍ତି ସେ ଆଜି ଚାଷ ବାବଦରେ ପରାମର୍ଶ ଦେଉଛନ୍ତି ବୋଲି କହିଛନ୍ତି।

ଅନ୍ୟପଟେ ଚାଷୀ ସଂଘ କହିଛି ସରକାର ଏଯାବତ କୌଣସି ନିର୍ଯାସରେ ପହଞ୍ଚି ନାହାନ୍ତି। କେବଳ ତାରିଖ ପରେ ତାରିଖ ଦେଉଛନ୍ତି ସରକାର। ଶୁକ୍ରବାର ଦିଲ୍ଲୀ-ୟୁପି ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀ କହିଛନ୍ତି, ଶନିବାର ଆଲୋଚନାର ଶେଷ ତାରିଖ। ନହେଲେ ରାଜଧାନୀ ଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବଂ ରେଳ ଲାଇନରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos