ସୋଶାଲ ମିଡିଆ ପୋଷ୍ଟ ପରେ ଦୂର ହେଲା ବୃଦ୍ଧ ଦମ୍ପତିଙ୍କ ଦୁଃଖ: ବାବା କି ଢାବାରେ ଲୋକଙ୍କ ଭିଡ଼
ନୂଆଦିଲ୍ଲୀ: ସୋଶାଲ ମିଡିଆର ପାୱାର ଜଣେ ବୃଦ୍ଧ ଦମ୍ପତିଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି। ଦକ୍ଷିଣ ଦିଲ୍ଲୀରେ ଗୋଟିଏ ଠେଲା ଗାଡ଼ିରେ ଘର ରନ୍ଧା ଖାଦ୍ୟ ବିକ୍ରି କରୁଥିବା ବୃଦ୍ଧ ଦମ୍ପତିଙ୍କ ଦୁଃଖର କାହାଣୀ ସୋଶାଲ ମିଡିଆ ପୋଷ୍ଟ ଜରିଆରେ ସାମ୍ନାକୁ ଆସିଥିଲା। ରାତାରାତି ଏହି ପୋଷ୍ଟ ଭାଇରାଲ ହେବା ସହ ବୃଦ୍ଧ ଦମ୍ପତି କରିଥିବା ‘ବାବା କି ଢାବା’ରେ ଖାଇବା ପାଇଁ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। ପୂର୍ବରୁ ଦିନ ସାରା ପରିଶ୍ରମ କରି ଆସନ୍ତାକାଲିର ଖାଦ୍ୟ ପାଇଁ ଟଙ୍କା ସଂଗ୍ରହ କରୁଥିବା ଏହି ବୃଦ୍ଧ ଦମ୍ପତିଙ୍କ ଭାଗ୍ୟ ଏବେ ବଦଳି ଯାଇଛି।
ଏହି ବୃଦ୍ଧି ଦମ୍ପତି ଦୀର୍ଘ ୩୦ ବର୍ଷ ହେଲାଣି ଠେଲା ଗାଡ଼ିରେ ଏପରି ବ୍ୟବସାୟ କରି କଷ୍ଟମଷ୍ଟେ ନିଜର ସଂସାର ଚଳାଉଥିଲେ। ହେଲେ ଗତ ରାତିରେ ସାରା ଦେଶ ସୋଶାଲ ମିଡିଆରେ ସେମାନଙ୍କର ସଂଘର୍ଷର କାହାଣୀ ଦେଖିଥିଲା। ବସୁନ୍ଧରା ଶର୍ମା ପ୍ରଥମେ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ।
ସେ ଲେଖିଥିଲେ, “ଏହି ଭିଡିଓ ଦେଖି ମୋ ହୃଦୟ ଭାଙ୍ଗି ଯାଇଛି। ଦିଲ୍ଲୀବାସୀ ଦୟା କରି ବାବା କି ଢାବା ଯାଆନ୍ତୁ ଓ ସେଠାରେ ଖାଆନ୍ତୁ। ମାଲବିୟା ନଗରରେ ଏହି ଢାବା ରହିଛି।”
ଆଜି ସକାଳୁ “ବାବା କି ଢାବା” ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ଠେଲା ଗାଡ଼ି ନିକଟରେ ନିୟମିତ ଲୋକଙ୍କ ଭିଡ଼ ଜମିଥିଲା। ପ୍ରକୃତରେ ବୃଦ୍ଧ ଦମ୍ପତିଙ୍କ ଭିଡିଓ ଗୌରବ ବାସନ ପ୍ରଥେମ ଶୁଟିଂ କରିଥିଲେ। ତଥ୍ୟ ଅନୁଯାୟୀ, ୮୦ ବର୍ଷୀୟ କାନ୍ତା ପ୍ରସାଦ ଓ ତାଙ୍କ ପତ୍ନୀ ବାଦାମୀ ଦେବୀ ସକାଳ ୬.୩୦ରେ ରୋଷେଇ ଆରମ୍ଭ କରନ୍ତି। ମିଲ୍ ପ୍ରାୟ ୯.୩୦ରେ ପ୍ରସ୍ତୁତ ହୋଇଯାଇଥାଏ। ସେମାନେ ଡାଲି, ତରକାରୀ, ପରଠା ଓ ଭାତ ରାନ୍ଧି ଏହାକୁ ଠେଲା ଗାଡ଼ିରେ ଧରି ବିକ୍ରି କରନ୍ତି। ସେମାନେ ପ୍ଲେଟ ପିଛା ୩ରୁ ୫୦ ଟଙ୍କା ନିଅନ୍ତି।<
ଭିଡିଓ ଅନୁଯାୟୀ, କାନ୍ତା ପ୍ରସାଦ ଗୋଟିଏ କମଳା ରଙ୍ଗର ଟି-ଶାର୍ଟ ପିନ୍ଧିଥିବା ବେଳେ ମୁହଁରେ ମାସ୍କ ପରିନ୍ଧାନ କରିଛନ୍ତି। ତାଙ୍କୁ ଭିଡିଓ ଶୁଟିଂ କରୁଥିବା ଲୋକ କେତେ ଟଙ୍କା ପାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସେ ଆଖି ଛଳଛଳ କରି କିଛି ଦଶ ଟଙ୍କିଆ ନୋଟ୍ ଦେଖାଇଥିଲେ। ସେମାନେ ବହୁତ କଷ୍ଟରେ ଖୁବ କମ ପରିମାଣର ଲାଭ ପାଆନ୍ତି। ହେଲେ କରୋନା ମହାମାରୀ ସେମାନଙ୍କ ଜୀବିକାକୁ ଛିନଛତ୍ର କରିଦେଇଥିଲା। ସେମାନଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ହେଲେ ମହାମାରୀ ବେଳେ ସେମାନଙ୍କୁ କେହି ବି ସହଯୋଗ କରି ନଥିଲେ। ଏବେ ସେମାନେ ପୁଣି ବ୍ୟବସାୟ ଆରମ୍ଭ କରିଥିଲେ।
This video completely broke my heart. Dilli waalon please please go eat at बाबा का ढाबा in Malviya Nagar if you get a chance 😢💔 #SupportLocal pic.twitter.com/5B6yEh3k2H
— Vasundhara Tankha Sharma (@VasundharaTankh) October 7, 2020
ଗୌରବ ଭିଡିଓ ଶୁଟିଂ କରୁଥିବା ବେଳେ ବୃଦ୍ଧ ଦମ୍ପତି କାନ୍ଧୁଥିବା ଦେଖିବାକୁ ମିଳିଥିଲା। ଅନେକ ଏହି ଭିଡିଓ ଦେଖି ସେମାନଙ୍କୁ ଆର୍ଥିକ ସହାୟତା ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ ଆଉ କିଛି ଲୋକ ବାବା କି ଢାବାରେ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ବାବା କି ଢାବା ସପକ୍ଷରେ ସୋନମ କପୁର, କ୍ରିକେଟର ରବି ଅଶ୍ୱିନ, ଆଇପିଏଲ ଟିମ ଦିଲ୍ଲୀ କ୍ୟାପିଟାଲ୍ସ ଓ ଜୋମାଟୋ ଭଳି ଅନେକ ଟ୍ୱିଟ କରିଥିଲେ।
ଟ୍ୱିଟ ପରେ ଢାବା ନିକଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ପ୍ରଥମେ ଭିଡିଓ ଶୁଟିଂ କରିଥିବା ଗୌରବ ମଧ୍ୟ ସେଠାକୁ ଯାଇ ଖାଦ୍ୟ ଖାଇଛନ୍ତି। ଗୌରବ କହିଛନ୍ତି, ଗତକାଲି ମୁଁ ଏଠାକୁ ଆସିବା ବେଳେ ବୃଦ୍ଧ ଦମ୍ପତିଙ୍କ ସଂଘର୍ଷର କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେମାନେ ଦିନ ସାରା କାମ କରୁଥିଲେ ହେଁ ମଧ୍ୟାହ୍ନ ସୁଦ୍ଧା ମାତ୍ର ୭୦ ଟଙ୍କା ଆୟ କରିଥିଲେ। ଏହା ଦେଖି ମୁଁ ଭିଡିଓ ଶୁଟିଂ କରିଥିଲି। ଏବେ ଉଭୟଙ୍କୁ ଲୋକଙ୍କ ସମର୍ଥନ ମିଳିଥିବାରୁ ମୁଁ ବହୁତ ଖୁସି।
Baba may not have to worry about customers now. His has become quite a landmark in Malviya Nagar. pic.twitter.com/gnJn4sXhiY
— Sanket Upadhyay (@sanket) October 8, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।