ନୂଆଦିଲ୍ଲୀ: ବିଜେପିର ନା ନନେଇ ପରୋକ୍ଷରେ କଟାକ୍ଷ କରିଛନ୍ତି ଆଇଏନଏକ୍ସ ମିଡିଆ ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା କଂଗ୍ରେସ ନେତା ପି. ଚିଦାମ୍ୱରମ। ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନରେ କଂଗ୍ରେସର ଫଳାଫଳକୁ ନେଇ ସେ ଟୁଇଟ୍ କରିଛନ୍ତି।
ସେ କହିଛନ୍ତି ନିରବ ଦେଶଭକ୍ତ ମଧ୍ୟ ବାହୁବଳୀ ଦେଶଭକ୍ତଙ୍କୁ ହରାଇ ପାରିବେ। ତେଣୁ କଂଗ୍ରେସ କର୍ମୀ ମଧ୍ୟ ବିଶ୍ୱାସ କରିବା ଉଚିତ ଯେ ବିଜେପି ନିର୍ବାଚନରେ ହାରିବେ। ଏଥିପାଇ ଯଦି ଜନତା ଥରେ ଜାଗିବେ ତାହେଲେ ସବୁକିଛି ସମ୍ଭବ ବୋଲି ପି. ଚିଦାମ୍ୱରମଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ପରିବାର ପକ୍ଷରୁ ଟୁଇଟ୍ କରାଯାଇଛି।
I have asked my family to tweet on my behalf the following:
Congress workers must believe that the BJP can be defeated in an election.
Calm and quiet patriotism can defeat muscular nationalism.
— P. Chidambaram (@PChidambaram_IN) October 24, 2019
ଭୋଟ ପୂର୍ବରୁ ଆକଳନ କରାଯାଉଥିଲା, କଂଗ୍ରେସ ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନରେ ମୂଳପୋଛ ହୋଇପାରେ। ଯଦିଓ ମହାରାଷ୍ଟ୍ରରେ ଦଳ ଏତେଟା ଭଲ ପ୍ରଦର୍ଶନ କରିନାହିଁ ତଥାପି ଅମାନତ ହାରିନାହିଁ। ମହାରାଷ୍ଟ୍ରରେ ଏନସିପି ସହ ମିଶି କଂଗ୍ରେସ ବିଧାନସଭା ନିର୍ବାଚନ ଲଢ଼ିଥିଲା।
ହରିଆଣାରେ ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ଆସନ, କଂଗ୍ରେସ ୩୨ ଏବଂ ଅନ୍ୟାନ୍ୟ ଦଳ ୧୯ଟି ଆସନରେ ବିଜୟୀ ହୋଇଛନ୍ତି। ମହାରାଷ୍ଟ୍ରରେ ୨୮୮ଟି ଆସନରୁ ବିଜେପି-ଶିବସେନା ୧୬୧ ଏବଂ କଂଗ୍ରେସ-ଏନସିପି ୯୮ଟି ଆସନ ଜିତିଥିବା ସୂଚନା ରହିଥିବାବେଳେ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ବିଜୟୀ ହୋଇଛନ୍ତି। କଂଗ୍ରେସ ୫୪ଟି ଆସନ ଜିତିଥିବା ଖବର ଲେଖାଯିବା ସୁଦ୍ଧା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।