କୃଷି ଆଇନକୁ ବିରୋଧ: ସତ ଆଗରେ ଅଂହକାର ତିଷ୍ଠି ପାରିବନି କହିଲେ ରାହୁଲ୍

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଆନ୍ଦୋଳନ କରୁଛନ୍ତି। ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ସରକାର ବିରୋଧରେ ବର୍ଷିଛନ୍ତି। କୃଷି ଆଇନକୁ ସେ କଳା ଆଇନ୍ ବୋଲି କହିବା ସହିତ କେନ୍ଦ୍ର ସରକାର ଏହି କୃଷକ ବିରୋଧୀ ଆଇନ ପ୍ରତ୍ୟାହାର କରିନେବା ଦରକାର ବୋଲି ସେ କହିଛନ୍ତି। ରାହୁଲ୍ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, ସତ ଏବଂ ଅଂହକାର ସହିତ ଲଢ଼େଉ ହେଉଛି। ଚାଷୀ ମାନେ ସତ ସହିତ […]

Rahul-Gandhi

Rahul-Gandhi

Subhransu Sekhar
  • Published: Friday, 27 November 2020
  • Updated: 27 November 2020, 05:39 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଆନ୍ଦୋଳନ କରୁଛନ୍ତି। ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ସରକାର ବିରୋଧରେ ବର୍ଷିଛନ୍ତି। କୃଷି ଆଇନକୁ ସେ କଳା ଆଇନ୍ ବୋଲି କହିବା ସହିତ କେନ୍ଦ୍ର ସରକାର ଏହି କୃଷକ ବିରୋଧୀ ଆଇନ ପ୍ରତ୍ୟାହାର କରିନେବା ଦରକାର ବୋଲି ସେ କହିଛନ୍ତି।

ରାହୁଲ୍ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, ସତ ଏବଂ ଅଂହକାର ସହିତ ଲଢ଼େଉ ହେଉଛି। ଚାଷୀ ମାନେ ସତ ସହିତ ରହିଛନ୍ତି। ସତକୁ କୌଣସି ସରକାର ଚପାଇ ରଖିପାରିବେନି। ମୋଦି ସରକାର କଳା ଆଇନକୁ ପ୍ରତ୍ୟାହାର କରିବା ଦରକାର।

ଏ ନେଇ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଆଲୋଚନା କରିବା ପାଇଁ ରାଜି ଅଛନ୍ତି। ସମସ୍ତ ଚାଷୀ ଭାଇ ସରକାର ସାମ୍ନାରେ ନିଜର ଦାବି ରଖିବା ଦରକାର। ଆନ୍ଦୋଳନ କଲେ ଏହାର ସମାଧାନ ହେବନି।

ଅନ୍ୟପଟେ କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଅନୁମତି ମିଳିଛି। ରାଜଧାନୀ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବା ପାଇଁ ଚାଷୀଙ୍କୁ ଅନୁମତି ମିଳିଛି।

ସୂଚନାଯୋଗ୍ୟ, ଚାଷୀ ଦିଲ୍ଲୀ ଆସୁଥିବା ବେଳେ ହରିଆଣା-ଦିଲ୍ଲୀ ସୀମାକୁ ପୁଲିସ୍‌ ସିଲ୍‌ କରିଦେଇଥିଲା। ଏହାପରେ ଚାଷୀଙ୍କ ଅଟକାଇବାକୁ ଯାଇ ପୁଲିସ ଲାଠି ମାଡ଼ ସହିତ ଟିୟର ଗ୍ୟାସ ଚଳାଇଥିଲା। ଏମିତିକି ପୁଲିସ ବାରିକେଟକୁ ଆନ୍ଦୋଳନକାରୀ ଭାଙ୍ଗିବା ସହିତ ବ୍ରିଜ ତଳକୁ ଫିଙ୍ଗି ଦେଇଥିବାର ନଜିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos