‘ରାମ ରାମ’: ସମର୍ଥକଙ୍କୁ ଧନ୍ୟବାଦ ଜଣାଇଲେ ସଚିନ ପାଇଲଟ

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରାମ ରାମ ଲେଖି ଟ୍ୱିଟ କରିବା ପରେ ଏବେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। କଂଗ୍ରେସ ସଚିନ ପାଇଲଟଙ୍କୁ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସହ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ପଦରୁ ବିଦା କରିଦେଇଛି। ଏହାପରେ ସଚିନ ପାଇଲଟ ଲଗାତର ଟ୍ୱିଟ କରିବାରେ ଲାଗିଛନ୍ତି। ପ୍ରଥମେ ସେ ସତ୍ୟକୁ କେବଳ ସମସ୍ୟାରେ ପକାଇ ହୁଏ କିନ୍ତୁ ଏହାକୁ କେହି ପରାସ୍ତ କରିପାରିବେ ନାହିଁ ବୋଲି ଟ୍ୱିଟ କରିଥିଲେ। ଏହାପରେ […]

r

r

Hemant Lenka
  • Published: Tuesday, 14 July 2020
  • Updated: 14 July 2020, 08:42 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରାମ ରାମ ଲେଖି ଟ୍ୱିଟ କରିବା ପରେ ଏବେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। କଂଗ୍ରେସ ସଚିନ ପାଇଲଟଙ୍କୁ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସହ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ପଦରୁ ବିଦା କରିଦେଇଛି। ଏହାପରେ ସଚିନ ପାଇଲଟ ଲଗାତର ଟ୍ୱିଟ କରିବାରେ ଲାଗିଛନ୍ତି।

ପ୍ରଥମେ ସେ ସତ୍ୟକୁ କେବଳ ସମସ୍ୟାରେ ପକାଇ ହୁଏ କିନ୍ତୁ ଏହାକୁ କେହି ପରାସ୍ତ କରିପାରିବେ ନାହିଁ ବୋଲି ଟ୍ୱିଟ କରିଥିଲେ। ଏହାପରେ ତାଙ୍କୁ ସମର୍ଥନ କରିଥିବା ଦଳୀୟ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଆଉ ଏକ ଟ୍ୱିଟ କରିଛନ୍ତି।

ଏଥିରେ ସେ ଲେଖିଛନ୍ତି, “ଆଜି ଯେଉଁମାନେ ମୋ ସହ ଛିଡ଼ା ହୋଇ ମୋତେ ସମର୍ଥନ କରିଛନ୍ତି, ମୁଁ ସମସ୍ତଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଉଛି। ରାମ ରାମ।” ତେବେ ଏହି ଟ୍ୱିଟକୁ ନେଇ ଚାରିଆଡ଼େ ଚର୍ଚ୍ଚା।

ରାମ ରାମ କହିବା ଓ କେଉଁ ସମର୍ଥକଙ୍କୁ ସଚିନ ଶୁଭେଚ୍ଛା ଜଣାଇଲେ, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ହେବା ଆଶା ରଖି କଂଗ୍ରେସ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନଙ୍କୁ ବିଜେପି ନେତାଙ୍କ ଠାରୁ ଆରମ୍ଭ କରି ୨୦ରୁ ୨୨ ଜଣ ବିଧାୟକ ସମର୍ଥନ କରିଥିଲେ।

ବିଶେଷ କରି କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ସାଂସଦ ହୋଇଥିବା ଜ୍ୟୋତିର ଆଦିତ୍ୟ ସିନ୍ଧିଆ ପ୍ରଥମେ ସଚିନଙ୍କ ସମର୍ଥନରେ ବାହାରିଥିଲେ। କୁହାଯାଉଛି ଯେ ସଚିନଙ୍କୁ ସିନ୍ଧିଆ ହିଁ ବିଜେପିରେ ମିଶାଇବାକୁ ଲବି ଚଳାଇଛନ୍ତି। ତେଣୁ ପରୋକ୍ଷରେ ସଚିନ ପାଇଲଟ ସିନ୍ଧିଆଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ପ୍ରସ୍ତାବକୁ ସ୍ୱୀକାର କରିଥିବା କୁହାଯାଉଛି।

ଏଥିସହ ସେ ବିଜେପି ସହ ମିଶି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଗାଦିଚ୍ୟୁତ କରିବାକୁ ଚେଷ୍ଟା କରିବାକୁ ଏକ ପ୍ରକାରର ନିଷ୍ପତ୍ତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏନେଇ ଆସନ୍ତାକାଲି ସକାଳ ୧୦ଟାରେ ହିଁ ସବୁ କିଛି ସ୍ପଷ୍ଟ ହେବ। କାରଣ ଆସନ୍ତାକାଲି ୧୦ଟାରେ ସଚିନ ପାଇଟ ସାମ୍ବାଦିକ ସମ୍ମିଳନୀ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story